ଫେବୃଆରୀ ପହିଲାରୁ ମିଳିବ ଜଗା ଦର୍ଶନ

The Sakala Picture
Published On

ପୁରୀ: ଫେବୁଆରୀ ପହିଲାରୁ କୋଭିଡ ନିୟମ ମାନି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସୋମବାରକୁ ନିର୍ଦ୍ଧାରିତ ସମୟ ସରିବାର ଥିଲା । ଏଣୁ ଆଜି ପୁଣି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଜ୍ୟର କରୋନା ସ୍ଥିତି ଏବଂ ସେବାୟତଙ୍କୁ […]

ପୁରୀ: ଫେବୁଆରୀ ପହିଲାରୁ କୋଭିଡ ନିୟମ ମାନି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସୋମବାରକୁ ନିର୍ଦ୍ଧାରିତ ସମୟ ସରିବାର ଥିଲା । ଏଣୁ ଆଜି ପୁଣି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଜ୍ୟର କରୋନା ସ୍ଥିତି ଏବଂ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକାକରଣକୁ ଅନୁଧ୍ୟାନ କରାଯାଇ ଶ୍ରୀମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସୂଚନା ଅନୁସାରେ ଏବ ପର୍ଯ୍ୟନ୍ତ ୨୦୦ରୁ ୩୦୦ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦିଅ ସରିଛି । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିବ । ତେବେ ପୂର୍ବ ଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଅନ୍ୟ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ । କରୋନା କଟକଣା ମାନି ଭକ୍ତ ଜଗନ୍ନାଥ ଦର୍ଶନ କରିବେ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

28 Jan 2022 By The Sakala

ଫେବୃଆରୀ ପହିଲାରୁ ମିଳିବ ଜଗା ଦର୍ଶନ

ପୁରୀ: ଫେବୁଆରୀ ପହିଲାରୁ କୋଭିଡ ନିୟମ ମାନି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସୋମବାରକୁ ନିର୍ଦ୍ଧାରିତ ସମୟ ସରିବାର ଥିଲା । ଏଣୁ ଆଜି ପୁଣି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଜ୍ୟର କରୋନା ସ୍ଥିତି ଏବଂ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକାକରଣକୁ ଅନୁଧ୍ୟାନ କରାଯାଇ ଶ୍ରୀମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ସୂଚନା ଅନୁସାରେ ଏବ ପର୍ଯ୍ୟନ୍ତ ୨୦୦ରୁ ୩୦୦ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦିଅ ସରିଛି । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିବ । ତେବେ ପୂର୍ବ ଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଅନ୍ୟ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ । କରୋନା କଟକଣା ମାନି ଭକ୍ତ ଜଗନ୍ନାଥ ଦର୍ଶନ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର