ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି, ଦେଢ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

The Sakala Picture
Published On

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶା ନିଯୋଗ, ନିତୀ ସବ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ରାଷ୍ଟ୍ରପତି […]

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶା ନିଯୋଗ, ନିତୀ ସବ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏ ସମସ୍ତ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

04 Nov 2022 By The Sakala

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି, ଦେଢ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶା ନିଯୋଗ, ନିତୀ ସବ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏ ସମସ୍ତ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର