ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଲେ ମହାପ୍ରଭୁ

The Sakala Picture
Published On

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜିଠୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡ । ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇଛି । ପୂର୍ବରୁ ମହାପ୍ରଭୁଙ୍କ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସଜ୍ଜୀତ […]

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜିଠୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡ । ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୂର୍ବରୁ ମହାପ୍ରଭୁଙ୍କ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସଜ୍ଜୀତ ହୋଇ ରହିଥିଲେ ନନ୍ଦା ଓ ଭଦ୍ରା । ସୁସଜ୍ଜୀତ ନୌକାରେ ବିଜେ କରିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଆଜିଠାରୁ ୨୧ଦିନ ଧରି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବାବେଳେ ଚାପ ଡଙ୍ଗାରେ ବିଜେ କରି ଜଳକ୍ରୀଡା କରିଛନ୍ତି ମହାପ୍ରଭୁ। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏହି ଜଳକ୍ରୀଡା ମାଧ୍ୟମରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କରୋନା କଟକଣା ହଟିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉତ୍ସାହର ସହ ଏହି ଗନ୍ଧ ଯାତ୍ରାରେ ସାମିଲ ହୋଇ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି । ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟ ହୋଇଛି । ମହାପ୍ରଭୁଙ୍କୁ ଚାପକ୍ରୀଡ଼ା ଦେଖିବାକୁ ଧାଇଁ ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

03 May 2022 By The Sakala

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଲେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜିଠୁ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡ । ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇଛି ।

ପୂର୍ବରୁ ମହାପ୍ରଭୁଙ୍କ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସଜ୍ଜୀତ ହୋଇ ରହିଥିଲେ ନନ୍ଦା ଓ ଭଦ୍ରା । ସୁସଜ୍ଜୀତ ନୌକାରେ ବିଜେ କରିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଆଜିଠାରୁ ୨୧ଦିନ ଧରି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବାବେଳେ ଚାପ ଡଙ୍ଗାରେ ବିଜେ କରି ଜଳକ୍ରୀଡା କରିଛନ୍ତି ମହାପ୍ରଭୁ। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏହି ଜଳକ୍ରୀଡା ମାଧ୍ୟମରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

କରୋନା କଟକଣା ହଟିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉତ୍ସାହର ସହ ଏହି ଗନ୍ଧ ଯାତ୍ରାରେ ସାମିଲ ହୋଇ ଦର୍ଶନ କରି ନିଜକୁ ଧନ୍ୟ ମନେକରିଛନ୍ତି । ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟ ହୋଇଛି । ମହାପ୍ରଭୁଙ୍କୁ ଚାପକ୍ରୀଡ଼ା ଦେଖିବାକୁ ଧାଇଁ ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।

https://www.thesakala.in/latest-odisha-news/puri/lord-jagannath-chapa-khela/article-11257
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର