ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ : ବିକାଶକୁ ବିରୋଧ କରାନଯାଉ, ଶୀଘ୍ର କାମ ଶେଷ ହେଉ

The Sakala Picture
Published On

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ […]

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ସହ କାମ ବନ୍ଦ କରିବାପାଇଁ ବହୁ ଚେଷ୍ଟା କରୁଥିଲେ। କିନ୍ତଚ କୁଚକ୍ରୀଗୋଷ୍ଠୀଙ୍କର ସବୁ ପ୍ରୟାସ ବିଫଳ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମମାଲକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କ  ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟ ସରକାର କରୁଥିବା ବିକାଶ କାର୍ଯ୍ୟକୁ ପ୍ରଥମରୁ ସ୍ବାଗତ କରିଆସିଥିବା ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ ଜିନିଷକୁ ଅଧାଗଢ଼ା କରି ଛାଡି ଦେବା ଠିକ ନୁହେଁ ଏହା ମନ୍ଦିର ପ୍ରତି ବିପଦ। ପ୍ରକଳ୍ପକୁ କେହି ବିରୋଧ କରିବା ଉଚିତ ନୁହେଁ।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ।ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି।  ତେଣୁ ଶୀଘ୍ର କାମ ଶେଷ କରାଯାଉ।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

ଏହାପୂର୍ବରୁ ମଧ୍ୟ ପୁରୀର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କରୁଥିବା କାମକୁ ଜୟନ୍ତ ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି। ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି, ମୁଁ ବିଧାୟକ ଭାବେ ତାହା ଅନୁଭବ କରୁଛି। ରାଜ୍ୟ ସରକାର ପୁରୀର ବିକାଶ ପାଇଁ କାମ କରୁଛନ୍ତି, ଏହାକୁ ନେଇ ଯିଏ ରାଜନୀତି କରିବା କଥା କରୁଥାଉ ବୋଲି ମଧ୍ୟ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପୂର୍ବରୁ କହିଥିଲେ।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବିରୋଧୀ ଏକ ରାଜନୈତିକ ଏଜେଣ୍ଡା ବନାଇଥିଲେ। ବିକାଶ କାମକୁ ବିରୋଧ କରି କାମକୁ ଅଟକାଇଥିଲେ। ଏହାରି ମଧ୍ୟରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାୟର କରିଥିଲେ। ତେବେ ସୁପ୍ରିମକୋର୍ଟ ଏହିମାମଲାକୁ ଗତକାଲି ଶୁଣାଣି କରିବା ସହ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍‌ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍‌ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।

ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ। ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍‌ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।ଭକ୍ତମାନଙ୍କର ସୁବିଧା ଓ ହିତ ନିମନ୍ତେ ଏହି ସବୁ ନିର୍ମାଣ କାର୍ୟ୍ୟ ଚାଲିଛି ବୋଲି ଅଦାଲତ କହିଛନ୍ତି।

03 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର