ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ, ଆପାର୍ଟମେଣ୍ଟ ଭିତରେ ସାଂସଦଙ୍କୁ ଅଟକ ରଖିଲେ ଲୋକେ
ଭୁବନେଶ୍ବର : ନୟାପଲ୍ଲୀ ବେହେରା ସାହିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ପ୍ରଶ୍ନକଲେ ଲୋକେ । ନିର୍ବାଚନକୁ ଏତେ ଦିନ ବିତିଲାଣି । ଏତେ ବର୍ଷ ହେବ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କାର କାଚ ଟେକି ପଳାଇଥିଲେ ଅପରାଜିତା । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ସାଂସଦ ଅପରାଜିତା […]
ଭୁବନେଶ୍ବର : ନୟାପଲ୍ଲୀ ବେହେରା ସାହିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ପ୍ରଶ୍ନକଲେ ଲୋକେ । ନିର୍ବାଚନକୁ ଏତେ ଦିନ ବିତିଲାଣି । ଏତେ ବର୍ଷ ହେବ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କାର କାଚ ଟେକି ପଳାଇଥିଲେ ଅପରାଜିତା । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା।
ଆହୁରି ପଢ଼ନ୍ତୁ: ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ
ଏହାପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନୀୟ ଅଞ୍ଚଳର ଇଶା ଆପାର୍ଟମେଣ୍ଟରେପଶିଯିବାରୁ ଗେଟ୍ ସମ୍ମୁଖରେ ଲୋକେ ନାରାବାଜି କରିବା ସହ ସାଂସଦଙ୍କୁ ଅଟକ ରଖିଥିଲେ। ଏତେ ଦିନ ହେଲା ଭୁବନେଶ୍ବର ବିଶେଷ କରି ନୟାପଲ୍ଲୀ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆପାର୍ଟମେଣ୍ଟ ଭିତରେ ସାଂସଦଙ୍କୁ ପୁଲିସ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।





