ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Suryakanta Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରକୁ ପୁଣିଥରେ ବୋମା ଧମକ ମିଳିଛି। ରବିବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ରାତି ଅଧିଆ ସର୍ଚ୍ଚ ଅପରେସନ୍

ସୂଚନା ଅନୁଯାୟୀ, ରବିବାର ରାତିରେ କୋର୍ଟ ଉଡ଼ାଇଦେବାକୁ ଏହି ଧମକ ମିଳିଥିଲା। ଖବର ପାଇବା ମାତ୍ରେ ସମ୍ବଲପୁର ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତି ପ୍ରାୟ ୧୧ଟା ସମୟରେ ବୋମା ନିଷ୍କ୍ରିୟକାରୀ ଦଳ (Bomb Disposal Squad) ଏବଂ ସନ୍ଧାନୀ କୁକୁର (Dog Squad) କୋର୍ଟ ପରିସରରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ କରିଥିଲେ। କୋର୍ଟର ପ୍ରବେଶ ପଥ, ବିଭିନ୍ନ କକ୍ଷ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକୁ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ପୂର୍ବରୁ ମଧ୍ୟ ମିଳିଥିଲା ଧମକ

ତେବେ ବ୍ୟାପକ ତଲାସି ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା ମିଳିଛି। ସାଇବର ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ସମ୍ବଲପୁର ସମେତ କଟକ ଓ ଦେବଗଡ଼ କୋର୍ଟକୁ ମଧ୍ୟ ସମାନ ଧରଣର ବୋମା ଧମକ ମିଳିଥିଲା, ଯାହା ପରବର୍ତ୍ତୀ ସମୟରେ ଗୁଜବ ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର