ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ ଘରୋଇ ବିଦ୍ୟାଳୟ

The Sakala Picture
Published On

ଭୁବନେଶ୍ୱର: ଏଣିକି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ହେବେ। ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସୂଚନା ଆୟୋଗ ଏହି ରାୟ ଶୁଣାଇଛନ୍ତି। ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଆଧାର କରି ସୂଚନା ଆୟୋଗ ସ୍ପଷ୍ଟୀକରଣ କରିଛନ୍ତି। ତେବେ ଏହି ନିୟମ ସମସ୍ତ ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ନାହିଁ। କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ […]

ଭୁବନେଶ୍ୱର: ଏଣିକି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ହେବେ। ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସୂଚନା ଆୟୋଗ ଏହି ରାୟ ଶୁଣାଇଛନ୍ତି। ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଆଧାର କରି ସୂଚନା ଆୟୋଗ ସ୍ପଷ୍ଟୀକରଣ କରିଛନ୍ତି। ତେବେ ଏହି ନିୟମ ସମସ୍ତ ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ନାହିଁ। କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବରେ ଆର୍ଥିକ ସହାୟତା ପାଇଥିଲେ, ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସେହିପ,ରି ରବିବାର ଏ ସସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଅଭିଭାବକ ସଂଘ(ଓପାଫ୍‍)ର ସଭାପତି ଡ. ଗଗନ ବିହାରି ରାଉତ କହିଛନ୍ତି ଯେ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସୂଚନା ଆଇନର ପରିସରଭୁକ୍ତ କରିବା ନିମନ୍ତେ ଅଭିଭାବକ ସଂଘ ଦାବି କରି ଆସୁଥିଲା। ସଂଘର ଆବେଦନକୁ ଶୁଣାଣି କରି ସୂଚନା ଅଧିକାରୀ ଆୟୋଗ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଦୋହରାଇଥିଲେ ଯେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବରେ ଆର୍ଥିକ ସହାୟତା ପାଇଥିଲେ, ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟନ୍ତି। ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାନଦଣ୍ଡ ଭାବରେ ନିଆଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦାହରଣ ଥିଲା କି କରମୁକ୍ତ/ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ। ସେହିପରି ମୁଖ୍ୟ ସୁଚନା ଆୟୋଗ ଉପରୋକ୍ତ ରାୟ ପ୍ରକାଶ କରି ୩୦ ଦିନ ମଧ୍ୟରେ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେଉଁ ବିଦ୍ୟାଳୟ କ୍ଷେତ୍ରରେ ନିୟମ ଲାଗୁ ହେବ ସେନେଇ ମଧ୍ୟ ଆୟୋଗଙ୍କ ଦ୍ୱାରା ମାର୍ଗଦର୍ଶିକା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

21 Mar 2022 By The Sakala

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର: ଏଣିକି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ହେବେ। ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସୂଚନା ଆୟୋଗ ଏହି ରାୟ ଶୁଣାଇଛନ୍ତି। ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଆଧାର କରି ସୂଚନା ଆୟୋଗ ସ୍ପଷ୍ଟୀକରଣ କରିଛନ୍ତି। ତେବେ ଏହି ନିୟମ ସମସ୍ତ ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ନାହିଁ। କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବରେ ଆର୍ଥିକ ସହାୟତା ପାଇଥିଲେ, ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ।

ସେହିପ,ରି ରବିବାର ଏ ସସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଅଭିଭାବକ ସଂଘ(ଓପାଫ୍‍)ର ସଭାପତି ଡ. ଗଗନ ବିହାରି ରାଉତ କହିଛନ୍ତି ଯେ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସୂଚନା ଆଇନର ପରିସରଭୁକ୍ତ କରିବା ନିମନ୍ତେ ଅଭିଭାବକ ସଂଘ ଦାବି କରି ଆସୁଥିଲା। ସଂଘର ଆବେଦନକୁ ଶୁଣାଣି କରି ସୂଚନା ଅଧିକାରୀ ଆୟୋଗ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତିକୁ ଦୋହରାଇଥିଲେ ଯେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବରେ ଆର୍ଥିକ ସହାୟତା ପାଇଥିଲେ, ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟନ୍ତି। ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାନଦଣ୍ଡ ଭାବରେ ନିଆଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦାହରଣ ଥିଲା କି କରମୁକ୍ତ/ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ। ସେହିପରି ମୁଖ୍ୟ ସୁଚନା ଆୟୋଗ ଉପରୋକ୍ତ ରାୟ ପ୍ରକାଶ କରି ୩୦ ଦିନ ମଧ୍ୟରେ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେଉଁ ବିଦ୍ୟାଳୟ କ୍ଷେତ୍ରରେ ନିୟମ ଲାଗୁ ହେବ ସେନେଇ ମଧ୍ୟ ଆୟୋଗଙ୍କ ଦ୍ୱାରା ମାର୍ଗଦର୍ଶିକା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର