ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କାଲିଠାରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, ପାଖାପାଖି […]

ଭୁବନେଶ୍ୱର: ରାଜ୍ୟରେ କାଲିଠାରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ତେବେ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବିଧି ଜାରି ରହିବ । ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧି ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

02 Jan 2022 By The Sakala

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ କାଲିଠାରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା ।

ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।

କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବିଧି ଜାରି ରହିବ । ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧି ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

https://www.thesakala.in/latest-odisha-news/primary-schools-reopen-decision-order-stay/article-8070
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର