ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ପ୍ରସନ୍ନ ଆଚାର୍ଯ୍ୟଙ୍କ ଭିନ୍ନ ଏକ ରୂପ : କଳା ମଚମଚ ଚୁଟି ସାଙ୍ଗକୁ ପତଳା ନିଶ ଲଗାଇ ଚଳଚିତ୍ରରେ କରୁଛନ୍ତି ଅଭିନୟ

The Sakala Picture
Published On

ବରଗଡ଼ : ପଞ୍ଚବଟି ପ୍ରଡକ୍ସନ ଓ ବିକାଶ ଗୃପର ମିଳିତ ପ୍ରୟୋଜନାରେ ନିର୍ମିତ ଚଳଚିତ୍ର ‘ବଡ଼ମା’ରେ ଆଜି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଭିନୟ କରିଛନ୍ତି । ବରଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ‘ବଡ଼ମା’ ଚଳଚିତ୍ରର ସୁଟିଙ୍ଗ ଆଜି ବରଗଡ଼ ପୂର୍ତବିଭାଗ ଡ଼ାକବଙ୍ଗଲାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତ୍କାଳୀନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ […]

ବରଗଡ଼ : ପଞ୍ଚବଟି ପ୍ରଡକ୍ସନ ଓ ବିକାଶ ଗୃପର ମିଳିତ ପ୍ରୟୋଜନାରେ ନିର୍ମିତ ଚଳଚିତ୍ର ‘ବଡ଼ମା’ରେ ଆଜି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଭିନୟ କରିଛନ୍ତି । ବରଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ‘ବଡ଼ମା’ ଚଳଚିତ୍ରର ସୁଟିଙ୍ଗ ଆଜି ବରଗଡ଼ ପୂର୍ତବିଭାଗ ଡ଼ାକବଙ୍ଗଲାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତ୍କାଳୀନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ମଧ୍ୟରେ ୧୯୯୨ରେ ବରଗଡ଼ ପୂର୍ତବିଭାଗ ଡ଼ାକବଙ୍ଗଲାରେ ହୋଇଥିବା କଥୋପକଥନକୁ ଏଥିରେ ସ୍ଥାନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ସୁଧୁରି ଯାଅ ନଚେତ ଛାଡ଼ିକି ପଳେଇଯାଅ: ଏନକାଉଣ୍ଟର ପରେ ଆଣ୍ଟି ସୋସିଆଲମାନଙ୍କୁ ଏମିତି ଚେତାବନୀ ଦେଲେ ଦକ୍ଷିଣାଞ୍ଚଳ ଆଇଜି...

ଆହୁରି ପଢ଼ନ୍ତୁ: କଲ୍ୟାଣସିଂହପୁର ଲ୍ୟାମ୍ପସ୍ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ଚଢ଼ାଉ

ବରଗଡ଼ ଧନୁଯାତ୍ରାରୁ ଯୋଗଦେଇ ପୁର୍ତବିଭାଗ ଡ଼ାକବଙ୍ଗଲା ଠାରେ ବିଜୁ ପଟ୍ଟନାୟକ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ରାଜ୍ୟସଭା ଆସନ ଯାଚିଥିଲେ । ମାତ୍ର ପାର୍ବତୀ ଗିରି ବିଜୁ ପଟ୍ଟନାୟକଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।ଆଜି ଏହି ଦୃଶ୍ୟର ଫିଳ୍ମାଙ୍କନ କରା ଯାଇଥିଲା । ଚଳଚିତ୍ରର ଅନ୍ୟତମ ପ୍ରୟୋଜକ ତଥା ବିକାଶ ଗୃପ ଅଫ ଇଡ଼ଷ୍ଟିଚ୍ୟୁଟର ଚେୟାରମେନ ନଡ଼ିଆ ବାଡ଼େଇବା ସହ କ୍ଳାପ ଦେଇ ଏହାର ଶୁଭାରମ୍ଭ କରିଥିଲେ । ବିଜୁ ପଟ୍ଟନାୟକ ଚରିତ୍ରରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତା ସଚିପଣ୍ଡା ଅଭିନୟ କରୁଥିବା ସମୟରେ ପାର୍ବତୀ ଗିରିଙ୍କ ଚରିତ୍ରରେ ଅଭିନେତ୍ରୀ କନକ ଡ଼ନସନା ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଚରିତ୍ରରେ ଖୋଦ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଭିନୟ କରିଥିବା ଜଣାପଡ଼ିଛି ।ଏହି ଘଟଣାଟି ତିରିଶ ବର୍ଷ ତଳର ହୋଇଥିବାରୁ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁରୁଣା ଲୁକରେ ଦେଖିବାକୁ ମିଲିଥିଲା । ଏଥି ସକାଶେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୱିଗ ପିନ୍ଧିବାକୁ ପଡ଼ିବା ସହ ପତଳା ନିଶ ଲଗାଇବାକୁ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ନେତାରୁୁ ଅଭିନେତା ସାଜିଥିବା ପ୍ରସନ୍ନ ଆଚାର୍ଯ୍ୟ ଏହି ଚଳଚିତ୍ର ନେଇ ବେଶ ଆଶାବାଦୀ ଓ ଉତ୍‌ଫୁଲ୍ଲିତ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନୂତନ ଲୁକରେ ଦେଖିବାକୁ ଡ଼ାକବଙ୍ଗଳା ବାହାରେ ତାଙ୍କ ସମର୍ଥକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା ।ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରସନ୍ନ ଆଚାର୍ଯ୍ୟ ଛାତ୍ର ଜୀବନରେ ନାଟ୍ୟକାର ହରିହର ମିଶ୍ରଙ୍କ ନିଦ୍ଦେଶନାରେ ବହୁ ମଞ୍ଚ ନାଟକ କରିଥିଲେ । ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଏହି ବାୟୋପିକ ‘ବଡ଼ମା’ରେ ଚାରିଶହରୁ ଉର୍ଦ୍ଧ୍ୱ ନବାଗତ ଅଭିନେତା ଅଭିନେତା ଓ ଅଭିନେତ୍ରୀଙ୍କ ଡ଼େବ୍ୟୁ ହେଉଥିବା ସମୟରେ ପୋଖତ ସିନେ ଅଭିନେତା ପୃଥ୍ୱୀରାଜ ନାୟକ, ଅଭିନେତ୍ରୀ ଡ଼କ୍ଟର ତପସ୍ୱିନୀ ଗୁରୁ, ପ୍ରଦୀପ ଦେବତା,ସତ୍ୟନାରାୟଣ ପଣ୍ଡା ,ମୁଗ୍ଧା ଦାଶ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି । ଅଭିନେତ୍ରୀ କନକ ଡ଼ନସନା ଏହାର ଲିଡ଼ ରୋଲରେ ରହିଥିବା ସମୟରେ ବିଜୟଲକ୍ଷ୍ମୀ ସାହୁ ‘ନିରୁପମା’ ଚରିତ୍ରରେ ସପୋଟିଙ୍ଗ ଏକଟ୍ରେସ ରୂପେ ଅଭିନୟ କରୁଥିବା ଜଣାପଡ଼ିଛି ।

ଚଳଚିତ୍ରର ଅନ୍ୟତମ ପ୍ରୟୋଜକ ତଥା ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମେନ ଡ଼ି.ମୂରଲୀ କ୍ରିଷ୍ଣା ‘ଦୈନିକ ସକାଳ’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଗାମୀ ଅଗଷ୍ଟ ମାସରେ ଏହି ଚଳଚିତ୍ରଟିକୁ ରିଲିଜ କରିବାକୁ ଉଦ୍ୟମ କରାଯାଉଛି ଏବଂ ନୂଆଦିଲ୍ଲୀରେ ଏହାର ପ୍ରିମିୟର ସୋ ଆୟୋଜନର ଉଦ୍ୟମ ହେଉଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନି ଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ଯେଉଁ ଉଦ୍ୟମ ଚାଲିଛି ଏଥିରେ ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ବଡ଼ମା’ ଚଳଚିତ୍ର ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଡ଼ି.ମୂରଲୀ କ୍ରିଷ୍ଣା ଆଶା ପ୍ରକଟ କରିଥିଲ।

12 Jun 2022 By The Sakala

ପ୍ରସନ୍ନ ଆଚାର୍ଯ୍ୟଙ୍କ ଭିନ୍ନ ଏକ ରୂପ : କଳା ମଚମଚ ଚୁଟି ସାଙ୍ଗକୁ ପତଳା ନିଶ ଲଗାଇ ଚଳଚିତ୍ରରେ କରୁଛନ୍ତି ଅଭିନୟ

ବରଗଡ଼ : ପଞ୍ଚବଟି ପ୍ରଡକ୍ସନ ଓ ବିକାଶ ଗୃପର ମିଳିତ ପ୍ରୟୋଜନାରେ ନିର୍ମିତ ଚଳଚିତ୍ର ‘ବଡ଼ମା’ରେ ଆଜି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଭିନୟ କରିଛନ୍ତି । ବରଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ‘ବଡ଼ମା’ ଚଳଚିତ୍ରର ସୁଟିଙ୍ଗ ଆଜି ବରଗଡ଼ ପୂର୍ତବିଭାଗ ଡ଼ାକବଙ୍ଗଲାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତ୍କାଳୀନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ମଧ୍ୟରେ ୧୯୯୨ରେ ବରଗଡ଼ ପୂର୍ତବିଭାଗ ଡ଼ାକବଙ୍ଗଲାରେ ହୋଇଥିବା କଥୋପକଥନକୁ ଏଥିରେ ସ୍ଥାନୀତ କରାଯାଇଛି ।

ବରଗଡ଼ ଧନୁଯାତ୍ରାରୁ ଯୋଗଦେଇ ପୁର୍ତବିଭାଗ ଡ଼ାକବଙ୍ଗଲା ଠାରେ ବିଜୁ ପଟ୍ଟନାୟକ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ରାଜ୍ୟସଭା ଆସନ ଯାଚିଥିଲେ । ମାତ୍ର ପାର୍ବତୀ ଗିରି ବିଜୁ ପଟ୍ଟନାୟକଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।ଆଜି ଏହି ଦୃଶ୍ୟର ଫିଳ୍ମାଙ୍କନ କରା ଯାଇଥିଲା । ଚଳଚିତ୍ରର ଅନ୍ୟତମ ପ୍ରୟୋଜକ ତଥା ବିକାଶ ଗୃପ ଅଫ ଇଡ଼ଷ୍ଟିଚ୍ୟୁଟର ଚେୟାରମେନ ନଡ଼ିଆ ବାଡ଼େଇବା ସହ କ୍ଳାପ ଦେଇ ଏହାର ଶୁଭାରମ୍ଭ କରିଥିଲେ । ବିଜୁ ପଟ୍ଟନାୟକ ଚରିତ୍ରରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତା ସଚିପଣ୍ଡା ଅଭିନୟ କରୁଥିବା ସମୟରେ ପାର୍ବତୀ ଗିରିଙ୍କ ଚରିତ୍ରରେ ଅଭିନେତ୍ରୀ କନକ ଡ଼ନସନା ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଚରିତ୍ରରେ ଖୋଦ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଅଭିନୟ କରିଥିବା ଜଣାପଡ଼ିଛି ।ଏହି ଘଟଣାଟି ତିରିଶ ବର୍ଷ ତଳର ହୋଇଥିବାରୁ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁରୁଣା ଲୁକରେ ଦେଖିବାକୁ ମିଲିଥିଲା । ଏଥି ସକାଶେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୱିଗ ପିନ୍ଧିବାକୁ ପଡ଼ିବା ସହ ପତଳା ନିଶ ଲଗାଇବାକୁ ପଡ଼ିଥିଲା ।

ନେତାରୁୁ ଅଭିନେତା ସାଜିଥିବା ପ୍ରସନ୍ନ ଆଚାର୍ଯ୍ୟ ଏହି ଚଳଚିତ୍ର ନେଇ ବେଶ ଆଶାବାଦୀ ଓ ଉତ୍‌ଫୁଲ୍ଲିତ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନୂତନ ଲୁକରେ ଦେଖିବାକୁ ଡ଼ାକବଙ୍ଗଳା ବାହାରେ ତାଙ୍କ ସମର୍ଥକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା ।ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରସନ୍ନ ଆଚାର୍ଯ୍ୟ ଛାତ୍ର ଜୀବନରେ ନାଟ୍ୟକାର ହରିହର ମିଶ୍ରଙ୍କ ନିଦ୍ଦେଶନାରେ ବହୁ ମଞ୍ଚ ନାଟକ କରିଥିଲେ । ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଏହି ବାୟୋପିକ ‘ବଡ଼ମା’ରେ ଚାରିଶହରୁ ଉର୍ଦ୍ଧ୍ୱ ନବାଗତ ଅଭିନେତା ଅଭିନେତା ଓ ଅଭିନେତ୍ରୀଙ୍କ ଡ଼େବ୍ୟୁ ହେଉଥିବା ସମୟରେ ପୋଖତ ସିନେ ଅଭିନେତା ପୃଥ୍ୱୀରାଜ ନାୟକ, ଅଭିନେତ୍ରୀ ଡ଼କ୍ଟର ତପସ୍ୱିନୀ ଗୁରୁ, ପ୍ରଦୀପ ଦେବତା,ସତ୍ୟନାରାୟଣ ପଣ୍ଡା ,ମୁଗ୍ଧା ଦାଶ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି । ଅଭିନେତ୍ରୀ କନକ ଡ଼ନସନା ଏହାର ଲିଡ଼ ରୋଲରେ ରହିଥିବା ସମୟରେ ବିଜୟଲକ୍ଷ୍ମୀ ସାହୁ ‘ନିରୁପମା’ ଚରିତ୍ରରେ ସପୋଟିଙ୍ଗ ଏକଟ୍ରେସ ରୂପେ ଅଭିନୟ କରୁଥିବା ଜଣାପଡ଼ିଛି ।

ଚଳଚିତ୍ରର ଅନ୍ୟତମ ପ୍ରୟୋଜକ ତଥା ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମେନ ଡ଼ି.ମୂରଲୀ କ୍ରିଷ୍ଣା ‘ଦୈନିକ ସକାଳ’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଗାମୀ ଅଗଷ୍ଟ ମାସରେ ଏହି ଚଳଚିତ୍ରଟିକୁ ରିଲିଜ କରିବାକୁ ଉଦ୍ୟମ କରାଯାଉଛି ଏବଂ ନୂଆଦିଲ୍ଲୀରେ ଏହାର ପ୍ରିମିୟର ସୋ ଆୟୋଜନର ଉଦ୍ୟମ ହେଉଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନି ଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ଯେଉଁ ଉଦ୍ୟମ ଚାଲିଛି ଏଥିରେ ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ବଡ଼ମା’ ଚଳଚିତ୍ର ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଡ଼ି.ମୂରଲୀ କ୍ରିଷ୍ଣା ଆଶା ପ୍ରକଟ କରିଥିଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର