ହଇଜାରେ ଲୋକ ମରୁଥିବା ସମୟରେ ରାଜ୍ୟ ସରକାର ଉତ୍ସବ ପାଳନ କରୁଛନ୍ତି : ପ୍ରମିଳା ମଲ୍ଲିକ

The Sakala Picture
Published On

ଭୁବନେଶ୍ବର : ଯାଜପୁର ଡାଇରିଆ ବ୍ୟାପିବା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯାଜପୁରରେ ଯେତେବେଳେ ହଇଜା ହେଲା ଓ ଲୋକଙ୍କ ମୃତ୍ୟୁ ହେଲା ସେତେବେଳ ତାହାକୁ ନିୟନ୍ତ୍ରଣ କରାଯାଇଥାନ୍ତା,ତାହାଲେ ଏହା ଏତେ ବ୍ୟାପିନଥାନ୍ତା। କିନ୍ତୁ ସରକାର ହଇଜା ରୋକିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଯାହା ଫଳରେ ଏହା ବହୁ ଅଞ୍ଚଳକୁ ବ୍ୟାପିଗଲା। ଏଥି ସହିତ ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ  ଏଯାଏ […]

ଭୁବନେଶ୍ବର : ଯାଜପୁର ଡାଇରିଆ ବ୍ୟାପିବା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯାଜପୁରରେ ଯେତେବେଳେ ହଇଜା ହେଲା ଓ ଲୋକଙ୍କ ମୃତ୍ୟୁ ହେଲା ସେତେବେଳ ତାହାକୁ ନିୟନ୍ତ୍ରଣ କରାଯାଇଥାନ୍ତା,ତାହାଲେ ଏହା ଏତେ ବ୍ୟାପିନଥାନ୍ତା। କିନ୍ତୁ ସରକାର ହଇଜା ରୋକିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଯାହା ଫଳରେ ଏହା ବହୁ ଅଞ୍ଚଳକୁ ବ୍ୟାପିଗଲା।

ଆହୁରି ପଢ଼ନ୍ତୁ: ଚରମ ଅରାଜକତା; ରାଜ୍ୟରେ ଦିନକୁ ୭ ଦୁଷ୍କର୍ମ, ୨୧ ଅସଦାଚରଣ...

ଏଥି ସହିତ ପ୍ରମିଳା ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ  ଏଯାଏ ସରକାର କୌଣସି ମନ୍ତ୍ରୀ ସ୍ତରୀୟ କମିଟି ନା ପ୍ରଶାସନିକ ଅଧିକାରୀ ଟିମ୍ ଗଠନ କଲେ ନାହିଁ । ହଇଜା ରୋକିବା ପାଇଁ ଏଯାଏ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । କାହିଁକି ହଇଜା ବ୍ୟାପିଲା ତାହାର ବି କାରଣ ସରକାର ଜାଣି ନାହାନ୍ତି।

ଆହୁରି ପଢ଼ନ୍ତୁ: ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଯଦି କେନ୍ଦ୍ରୀୟ ଟିମ୍ ନ ଆସିଥାନ୍ତା ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାକୁ ବି ଯାଇ ନଥାନ୍ତା । ସରକାର ଲୋକଙ୍କୁ ସେବା ଦେବାରେ ବିଫଳ ହୋଇଛନ୍ତି । ଲୋକଙ୍କ ସେବା କରିବାକୁ ସରକାରଙ୍କ ଇଚ୍ଛା ନାହିଁ । ଲୋକେ ମରୁଥିବା ସମୟରେ ରାଜ୍ୟ ସରକାର ଉତ୍ସଵ ପାଳନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ଜେଲ୍‌‌ରୁ ଅପରେଟ ହେଉଛି ‘ମୋରମ୍‌‌ ସାମ୍ରାଜ୍ୟ’, ମଙ୍ଗ ଧରିଛି କୁଖ୍ୟାତ ଅପରାଧୀ

Join Us @ WhatsApp

About The Author

Google News
Join Us @ WhatsApp