ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ

The Sakala Picture
Published On

କୋଲକତା: ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ  କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ  ୮୧ ବର୍ଷ ବୟସ ହୋଇଥିଲା । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ନିର୍ମାଳା ।  ବାଲକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା । ଆଜି ରବିନ୍ଦ୍ର ସଦନରେ […]

କୋଲକତା: ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ  କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି ବୋଲି ଜଣାଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ  ୮୧ ବର୍ଷ ବୟସ ହୋଇଥିଲା । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ନିର୍ମାଳା ।  ବାଲକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଆଜି ରବିନ୍ଦ୍ର ସଦନରେ ନିର୍ମଳାଙ୍କ ଶେଷ ଦର୍ଶନ କରିବେ ପ୍ରଶଂସକ । ଏହାପରେ କୋରତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଦୀର୍ଘଦିନ ଧରି ରୋଗଶଯ୍ୟାରେ ଥିବା ନିର୍ମଳା ଘରେ ହିଁ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ଘରେ ରହି ଚିକିତ୍ସିତ ହେବାକୁ ଠିକ ମନେ କରୁଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ଓଡିଆ ଓ ବଙ୍ଗୀୟ ଚଳଚ୍ଚିତ୍ରରେ କଣ୍ଠଦାନ କରି ସିନେ ଜଗତକୁ ଅନେକ ସୁପରହିଟ୍‌ ଗୀତ ସେ ଦେଇଛନ୍ତି । ରାତି, ନା ମାରନା, ଛାଡ଼ ଛାଡ଼ ମୋର ଅଞ୍ଚଳ, ହେମହାରିଣୀ ମଥାରମଣି, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି, ଢେଉ ଢେଉକା ପାହାଡ଼ ତଳେ, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା, ଯୋଛନା ଲୁଚନା, ସଞ୍ଜ ସକାଳେ ତୁମ ଛବି, ତୁମେ ଯଦି ସାଥୀ, ସୁଲସୁଲିଆ, ପ୍ରଭୁପାଦତଳେ ପ୍ରଣତି ଢାଳେ, ସପନ ବିଳାସୀ ଓ ଏଇଚିକିମିକି ହସେ ଆଦି ଗାଇ ଶ୍ରୋତାଙ୍କ ହୃଦୟ ଜିତିଥିଲେ ନିର୍ମଳା ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ବଡ଼ ଅଘଟଣ: ନାଳର ପ୍ରଖର ସ୍ରୋତରେ ଭାସିଗଲା କାର୍‌, ୮ ଓଡ଼ିଆ ଶ୍ରଦ୍ଧାଳୁ ମୃତ

ସେ ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସେ ସୌଭାଗ୍ୟପ୍ରାପ୍ତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର