ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ
ଭୁବନେଶ୍ୱର: ବଢିବନି ବିଧାୟକଙ୍କ ଦରମା । ବର୍ଦ୍ଧିତ ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ। ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦରମା ଓ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍କୁ ପ୍ରତ୍ୟାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି କରାଯାଇଛି । ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ୍ ଆସିଥିବା ଜଣାଇଲେ ବିଧାନସଭା ସଚିବ । ଏ ସମ୍ପର୍କିତ ବିଲ୍ ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁଥିବା ଅବଗତ କରିଛନ୍ତି ।
ଗତ ବର୍ଷ ବର୍ଦ୍ଧିତ ଦରମା ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ପ୍ରାୟ ତିନି ଗୁଣା ବଢିଥିଲା ଦରମା । ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ୩ ଲକ୍ଷ ୪୫ ହଜାର ଟଙ୍କା । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇଥାନ୍ତେ । କ୍ୟାବନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବାର ଥିଲା ।