ପୁଲିସ ଡିଜି ସମ୍ମିଳନୀ: ଭୁବନେଶ୍ୱରରେ ଅମିତ ଶାହା ଓ ଅଜିତ ଡୋଭାଲ…

The Sakala Picture
Published On

ଭୁବନେଶ୍ବର: ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସାମିଲ ହେବେ। ଆଜିଠୁ ଭୁବନେଶ୍ୱ ରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଉଥିବାବେଳେ ଆଉ କିଛି ସମୟ ପରେ ଏହାର ଶୁଭାରମ୍ଭ ହେବ। ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କଫରେନ୍ସରେ ଯୋଗ ଦେବେ। ବିଳମ୍ବିତ ଅପରାହ୍ନରେ ଓଡ଼ିଶା […]

ଭୁବନେଶ୍ବର: ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସାମିଲ ହେବେ। ଆଜିଠୁ ଭୁବନେଶ୍ୱ ରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଉଥିବାବେଳେ ଆଉ କିଛି ସମୟ ପରେ ଏହାର ଶୁଭାରମ୍ଭ ହେବ। ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କଫରେନ୍ସରେ ଯୋଗ ଦେବେ। ବିଳମ୍ବିତ ଅପରାହ୍ନରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।ଏହି ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ।ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଅନ୍ୟପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସିବିଆଇ ନିର୍ଦ୍ଦେଶକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ଆସିଛନ୍ତି ।  ଏପର୍ଯ୍ୟନ୍ତ ତେଲେଙ୍ଗାନା, ଆସାମ, ପଣ୍ଡିଚେରୀ, ମିଜୋରାମ, ଉତ୍ତରାଖଣ୍ଡ ଡିଜିପି ଓଡ଼ିଶାରେ ପହଁଚି ସାରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେବେ । ସେହିପରି ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର