ଗଡୁଛି ବର୍ଷ; ଖୋଲୁନି ରହସ୍ୟ: ହତ୍ୟାକାଣ୍ଡକୁ ନେଇ ଅନ୍ଧାରରେ ପୁଲିସ, ଖୋଲାରେ ବୁଲୁଛନ୍ତି ହତ୍ୟା ଅଭିଯୁକ୍ତ
ଭୁବନେଶ୍ୱର: ହତ୍ୟା ଘଟଣା ଉପରୁ କମିସନରେଟ ପୁଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି। ବିଭିନ୍ନ ହତ୍ୟା ମାମଲାରେ ତଦନ୍ତକାରୀ ଅଫିସର, ଥାନା ଅଧିକାରୀ, ଡିସିପି ଓ କମିସନରଙ୍କ ବଦଳି ହେଉଛି। ପୁରୁଣା ଯାଉଛନ୍ତି। ନୁଆ ଆସୁଛନ୍ତି। ହେଲେ ତଦନ୍ତ ଆଗକୁ ବଢ଼ିପାରୁନାହିଁ। ଏପରିକି ମୃତ ବ୍ୟକ୍ତିବିଶେଷଙ୍କ ପରିଚୟ ମିଳୁ ନ ଥିବାରୁ ପୁଲିସ କେବଳ ପୋଷ୍ଟର ମାରି କିଛିଦିନ ତତ୍ପରତା ଦେଖାଇ ଚୁପ୍ ବସୁଛି। ବିଗତ ବର୍ଷରେ ୪ରୁ ଊର୍ଦ୍ଧ୍ବ ହତ୍ୟା ମାମଲାର ତଦନ୍ତ ଅଧାରେ ଅଟକିଛି। ଯାହାକୁ ନେଇ କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୁବକଙ୍କୁ ପଥରରେ ଛେଚି ହତ୍ୟା
ଗତ ସେପ୍ଟେମ୍ବର ୭ ତାରିଖରେ ମଞ୍ଚେଶ୍ୱର ରେଳ ଡବା କାରଖାନା ନିକଟରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ। ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ଯୁବକଙ୍କୁ ଦୁର୍ବୃତ୍ତମାନେ ପଥରରେ ଛେଚି ଛେଚି ହତ୍ୟା କଲେ। ତାଙ୍କ ହାତରେ ଥିବା ଦାମୀ ଘଣ୍ଟାରୁ ଜଣାପଡ଼ିଥିଲା ଯୁବକଙ୍କ ଜଣଙ୍କ ଅତ୍ୟନ୍ତ ସମ୍ଭାନ୍ତ ପରିବାର ବ୍ୟକ୍ତି ବୋଲି। ହେଲେ ଏହି ହତ୍ୟା କାଣ୍ଡକୁ ପୁଲିସ ଅତ୍ୟନ୍ତ ହାଲୁକା ଭାବେ ନେଲା। ହତ୍ୟାକାରୀ କିମ୍ବା ମୃତକ କାହାର ବି ପରିଚୟ ଖୋଜି ପାଇଲାନି ପୁଲିସ। କେବଳ ପୋଷ୍ଟରରେ ତାଙ୍କ ଫଟୋ ମାରି ପୁଲିସ ନିଜର କାମ ଶେଷ କରିଦେଲା। ପୋଷ୍ଟର ବି କଥା କହିଲାନି। ପୁଲିସକୁ ୨ମାସ ମଧ୍ୟରେ ମୃତକଙ୍କ ପରିଚୟ ମିଳିପାରିଲା ନାହିଁ। ପରିଚୟ ଅପେକ୍ଷାରେ ରହିଛନ୍ତି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି। କେବଳ ଏହି ଘଟଣା ନୁହେଁ ରାଜଧାନୀରେ ଏଭଳି ଅନେକ ହତ୍ୟାକାଣ୍ଡର ରହସ୍ୟ ଖୋଜିବାରେ ପୁଲିସ ଫେଲ୍ ମାରିଛି।
ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଗଙ୍ଗାପାଟଣା ପାହାଡ ତଳେ ଥିବା ଆମ୍ୱତୋଟାରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ପୁଲିସ ଜବତ କରିଥିଲା। ମହିଳାଙ୍କୁ ଏକ ପଥରରେ ଛେଚି ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିଲେ। କେବଳ ଏହି ଘଟଣା ନୁହେଁ ଏକାଧିକ ମାମଲାର ତଦନ୍ତ ଅଧା ରହିଛି। ଘଟଣାକୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ଏଯାଏ ନା ମୃତା ମହିଳାଙ୍କ ପରିଚୟ ପାଇପାରିଲା, ଅବା ହତ୍ୟାକାରୀଙ୍କୁ ଠାବ କଲା। ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲେ। ତାହା ରହସ୍ୟ ଘେରରେ ରହିଛି।
କୁଆଖାଇ ପଠାରୁ ଗଳିତ ମୃତଦେହ ଉଦ୍ଧାର
୨୦୧୭ ଫେବୃୟାରୀ ୧ ତାରିଖରେ ମଞ୍ଚେଶ୍ୱର ଥାନା କୁଆଖାଇ ନଦୀପଠାରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହକୁ ପୁଲିସ ଜବତ କରିଥିଲା। ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ମୃତଦେହଟି ପଚିଯିବା ସହ ପାଣି ସଂସ୍ପର୍ଶରେ ଆସିଥିବାରୁ ବଳାତ୍କାର ନେଇ କିଛି ଜଣାପଡ଼ି ନ ଥିଲା। ଏହି ଘଟଣାକୁ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା ମୃତା ଯୁବତୀଙ୍କ ପରିଚୟ ଓ ଠିକଣା ବି ପୁଲିସ ପାଇପାରିଲା ନାହିଁ।
ହୋଟେଲରୁ ମିଳିଥିଲା ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ
୨୦୧୮ ଅଗଷ୍ଟ ୨୩ ତାରିଖରେ ମଞ୍ଚେଶ୍ୱର ଥାନା ନିକଟ ହୋଟେଲ। ହାଇୱେ ଇନ୍ରେ କାଇମାଟିଆ ଅଞ୍ଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆଦିତ୍ୟ ମହାପାତ୍ର ଲୁହାଛଡ୍ରେ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। ହୋଟେଲରେ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଥିଲା। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା ତାହା ବି ଏଯାଏ ସ୍ପଷ୍ଟ ହେଲା ନାହିଁ। ଘଟଣାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ଧରି ନ ପାରି ହାତବାନ୍ଧି ବସିଛି।