୩୦ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ମାଡ଼ି ବସିଲାଣି ପୁଲିସ

The Sakala Picture
Published On

ଭୁବନେଶ୍ୱର,୧୮।୭(ସମିସ): କମିସନରେଟ ପୁଲିସର ‘ଅପରେସନ୍‍ ନାଇଟ୍‍ ମିଶନ୍‍’ ଦ୍ୱାରା ଗତ ୧୫ ଦିନ ଭିତରେ ୩୦ରୁ ଊର୍ଦ୍ଧ୍ବ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ହାତରେ ହାତକଡ଼ି ପିନ୍ଧାଇ ଜେଲ୍‍ ପଠାଇଛି। ଅନେକ ସମୟରେ ଅପରାଧୀ ଜେଲରୁ ଫେରିବା ପରେ ପୁଣି ଅପରାଧ ଦୁନିଆରେ ପାଦ ଦେଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଡିସିପି ଏକ ସ୍ୱତନ୍ତ୍ର ଡ୍ରାଇଭ୍‍ ଆରମ୍ଭ କରିଛନ୍ତି। କେଉଁ ଅପରାଧୀଙ୍କ ଘରେ ଅତର୍କିତ ଭାବେ ରାତି ଅଧିଆ ଚଢ଼ଉ କରାଯିବ ସେନେଇ ଉପରିରିସ୍ଥ ଅଧିକାରୀଙ୍କ ନିକଟରୁ ନିର୍ଦ୍ଦେଶ […]

ଭୁବନେଶ୍ୱର,୧୮।୭(ସମିସ): କମିସନରେଟ ପୁଲିସର ‘ଅପରେସନ୍‍ ନାଇଟ୍‍ ମିଶନ୍‍’ ଦ୍ୱାରା ଗତ ୧୫ ଦିନ ଭିତରେ ୩୦ରୁ ଊର୍ଦ୍ଧ୍ବ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ହାତରେ ହାତକଡ଼ି ପିନ୍ଧାଇ ଜେଲ୍‍ ପଠାଇଛି। ଅନେକ ସମୟରେ ଅପରାଧୀ ଜେଲରୁ ଫେରିବା ପରେ ପୁଣି ଅପରାଧ ଦୁନିଆରେ ପାଦ ଦେଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଡିସିପି ଏକ ସ୍ୱତନ୍ତ୍ର ଡ୍ରାଇଭ୍‍ ଆରମ୍ଭ କରିଛନ୍ତି। କେଉଁ ଅପରାଧୀଙ୍କ ଘରେ ଅତର୍କିତ ଭାବେ ରାତି ଅଧିଆ ଚଢ଼ଉ କରାଯିବ ସେନେଇ ଉପରିରିସ୍ଥ ଅଧିକାରୀଙ୍କ ନିକଟରୁ ନିର୍ଦ୍ଦେଶ ଆସୁଛି। ଏହି ନିର୍ଦ୍ଦେଶ ପରେ ଦୁଇଟି ଥାନା ମିଳିତ ଭାବେ ଏକାବେଳେ ଚଢଉ କରୁଛି। ବିଶେଷ କରି ବସ୍ତିଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦୁଇଦୁଇଟି ଥାନାର ମିଳିତ ସହଯୋଗରେ ଏଭଳି ରାତି ଅଧିଆ ଚଢ଼ଉ କରାଯାଉଛି।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ଏହିଭଳି ଲକ୍ଷ୍ମୀସାଗର ଥାନା-ବଡ଼ଗଡ଼଼ ଥାନା ପକ୍ଷରୁ ମିଳିତ ଚଢ଼ଉ କରାଯାଉଥିବା ବେଳେ ମଞ୍ଚେଶ୍ୱର-ସହିଦନଗର ଥାନା, ନୂଆପଲ୍ଲୀ-ଚନ୍ଦ୍ରଶେଖରପୁର ଏବଂ ଖାରବେଳନଗର- କ୍ୟାପିଟାଲ ଥାନା ପୁଲିସ ଏଭଳି ମିଳିତ ଭାବେ ଚଢ଼ଉ କରୁଛନ୍ତି। ଅପରାଧୀକୁ ପଚରାଉଚରା କରାଯାଉଛି। ନିକଟରେ ନୀଳାଦ୍ରିବିହାର ଏଟିଏମ୍‍ ଭିତରୁ ମହିଳାଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲା। ଅଭିଯୁକ୍ତକୁ ପଚରାଉଚରା ପରେ ସେ ଲୁଟ କରିଥିବା କହିଥିଲା। କିଛି ଦିନ ପୂର୍ବରୁ ଡିସିପି ପ୍ରତି ଥାନାକୁ ଜେଲ ଫେରନ୍ତା ଅପରାଧୀଙ୍କ ତାଲିକା, ଫେରାର ଅଭିଯୁକ୍ତର ତାଲିକା ଏବଂ ବାରମ୍ବାର ଲୁଟପାଟ କରୁଥିବା ଅପରାଧୀଙ୍କ ତାଲିକା ମଗାଇଥିଲା। ଏହି ତାଲିକା ଆଧାରରେ ସେମାନଙ୍କ ଘରେ ଚଢ଼ଉ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀର ଛାତି ଉପରେ ଥିବା ଥାନା ଅଞ୍ଚଳରେ ୩ଶହ ଅଭିଯୁକ୍ତଙ୍କ ତାଲିକା ଡିସିପିଙ୍କୁ ଦିଆଯାଇଥିଲା। ସେଥିରୁ ୧୨୦ ଜଣ ଜେଲରେ ଥିବା ବେଳେ ବାକି ଅଭିଯୁକ୍ତ ଜାମିନରେ ଆସି ବୁଲୁଛନ୍ତି। ଆହୁରି ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲାରେ ୨ହଜାରରୁ ଊର୍ଦ୍ଧ୍ବ ମାମଲାର ଅପରାଧୀ ଫେରାର ଅଛନ୍ତି। ଏହି ଚଢଉରେ ପ୍ରତି ଥାନାରେ ଗଠନ କରାଯାଇଥିବା ସ୍ପେଶାଲ ସ୍କ୍ୱାଡ୍‍ ଟିମ୍‍ ଏବଂ ରିଜର୍ଭରୁ ଅନେକ ସିପାହୀ ସାମିଲ ହେଉଛନ୍ତି। ବାଇକ୍‍ ଲୁଟ ହେଉ ଅବା ମୋବାଇଲ୍‍ ଲୁଟ, ସୁନା ଚେନ୍‍ ଲୁଟ ଆଦି ମାମଲାରେ ପୁଲିସ ଲୁଟ ସାମଗ୍ରି ଜବତ କରୁଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର