ମନୋରଞ୍ଜନ
ଓଡ଼ିଶା
ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଆସନ୍ତାକାଲିଠୁ ଯୁକ୍ତ ଦୁଇ ପିଲାଙ୍କ ଖାତାଦେଖା ଆରମ୍ଭ ହେବ। ଚଳିତ ଥର ଦୁଇ ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯର୍୍ୟାୟ ଜୁନ୍ ୧୩ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରାୟ ସମସ୍ତ ବିଷୟର ଖାତାଦେଖା ହେବାକୁ ଥିବାବେଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ […]
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଆସନ୍ତାକାଲିଠୁ ଯୁକ୍ତ ଦୁଇ ପିଲାଙ୍କ ଖାତାଦେଖା ଆରମ୍ଭ ହେବ। ଚଳିତ ଥର ଦୁଇ ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯର୍୍ୟାୟ ଜୁନ୍ ୧୩ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରାୟ ସମସ୍ତ ବିଷୟର ଖାତାଦେଖା ହେବାକୁ ଥିବାବେଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅବଶିଷ୍ଟ ବିଷୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ସମସ୍ତ ବିଷୟର ଖାତାଦେଖା ହେବ।
ଅଫଲାଇନ୍ ଓ ଅନଲାଇନରେ ମୂଲ୍ୟାୟନ ହେବାକୁ ଥିବାବେଳେ ଅଫଲାଇନ୍ ପାଇଁ ୬୪ଟି କେନ୍ଦ୍ର ଏବଂ ଅନଲାଇନ ପାଇଁ ୩୭ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଜୁଲାଇରେ ଫଳ ପ୍ରକାଶନ ପାଇଁ ସିଏଚଏସଇ ଲକ୍ଷ୍ୟ ରଖିଛି। ବ୍ରଜରାଜନଗର ନିର୍ବାଚନ ପାଇଁ ପରୀକ୍ଷା ସୂଚୀ ପରିବର୍ତ୍ତନ ହୋଇଥିବାରୁ ଉକ୍ତ ବିଷୟଗୁଡ଼ିକର ଖାତା ଦେଖା ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ତେବେ ଏଥି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ସିଏଚଏସଇ କହିଛି।