ପିପିଲି ଉପନିର୍ବାଚନ ପାଇଁ କଟକଣା : ୨ଟି ଗାଡିରେ ନାମାଙ୍କନ ଦାଖଲ, ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ

The Sakala Picture
Published On

ଭୁବନେଶ୍ବର : ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ କ’ଣ ରହିବ ଗାଇଡଲାଇନ୍ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା ମୁତାବିକ, ତାରିଖ […]

ଭୁବନେଶ୍ବର : ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ କ’ଣ ରହିବ ଗାଇଡଲାଇନ୍ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ ।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା ମୁତାବିକ, ତାରିଖ ଘୋଷଣା ହେବା ଦିନଠୁ ପୁରୀ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । କୋଭିଡ଼ ନିୟମ ଅନୁସାରେ ନିର୍ବାଚନ କରାଯିବ । ପ୍ରତି ବୁଥରେ ୧ହଜାରୁ ଅଧିକ ମତଦାତା ରହିପାରିବେନାହିଁ । ସେହିପରି ଭିନ୍ନକ୍ଷମଙ୍କର ସାର୍ଟିଫିକେଟ୍‌ ଥିଲେ ପୋଷ୍ଟାଲ ଭୋଟିଂ ପାଇଁ ଅନୁମତି ଦିଆଯିବ । ନାମାଙ୍କନ ଦାଖଲ ବେଳେ ମାତ୍ର ୨ଟି ଗାଡିକୁ ଅନୁମତି ଦିଆଯାଇଥିବା ବେଳେ ନିର୍ବାଚନୀ ସଭାରେ ସର୍ବାଧିକ ୫ଶହ ଲୋକଙ୍କ ଉପସ୍ଥିତ ରହିପାରିବେ । ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ୭୫ଟି ବୁଥ୍‌ କରାଯାଇଛି ।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ଏଥି ସହିତ ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି। ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଞ୍ଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

17 Mar 2021 By The Sakala

ପିପିଲି ଉପନିର୍ବାଚନ ପାଇଁ କଟକଣା : ୨ଟି ଗାଡିରେ ନାମାଙ୍କନ ଦାଖଲ, ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ

ଭୁବନେଶ୍ବର : ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ କ’ଣ ରହିବ ଗାଇଡଲାଇନ୍ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା ମୁତାବିକ, ତାରିଖ ଘୋଷଣା ହେବା ଦିନଠୁ ପୁରୀ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । କୋଭିଡ଼ ନିୟମ ଅନୁସାରେ ନିର୍ବାଚନ କରାଯିବ । ପ୍ରତି ବୁଥରେ ୧ହଜାରୁ ଅଧିକ ମତଦାତା ରହିପାରିବେନାହିଁ । ସେହିପରି ଭିନ୍ନକ୍ଷମଙ୍କର ସାର୍ଟିଫିକେଟ୍‌ ଥିଲେ ପୋଷ୍ଟାଲ ଭୋଟିଂ ପାଇଁ ଅନୁମତି ଦିଆଯିବ । ନାମାଙ୍କନ ଦାଖଲ ବେଳେ ମାତ୍ର ୨ଟି ଗାଡିକୁ ଅନୁମତି ଦିଆଯାଇଥିବା ବେଳେ ନିର୍ବାଚନୀ ସଭାରେ ସର୍ବାଧିକ ୫ଶହ ଲୋକଙ୍କ ଉପସ୍ଥିତ ରହିପାରିବେ । ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ୭୫ଟି ବୁଥ୍‌ କରାଯାଇଛି ।

ଏଥି ସହିତ ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି। ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଞ୍ଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର