ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା: ୪ ବର୍ଷ ପରେ ପୁଞ୍ଜିଲାଲ ମେହେର ବିରୋଧରେ ଚାର୍ଜଫ୍ରେମ

The Sakala Picture
Published On

ପାଟଣାଗଡ଼: ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। କୋର୍ଟରେ ହାଜର ହେବା ପରେ ଚାର୍ଜଫ୍ରେମ କରାଯାଇଥିବା ଜଣାପଡିଛି। ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ/ କ୍ରାଇମବ୍ରାଞ୍ଚ ଶତାଧିକ ଫର୍ଦର ଏକ ଚାର୍ଜସିଟ ଦାଖଲ କରିଥିଲା। ଘଟଣାର ଦୀର୍ଘ […]

ପାଟଣାଗଡ଼: ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। କୋର୍ଟରେ ହାଜର ହେବା ପରେ ଚାର୍ଜଫ୍ରେମ କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ/ କ୍ରାଇମବ୍ରାଞ୍ଚ ଶତାଧିକ ଫର୍ଦର ଏକ ଚାର୍ଜସିଟ ଦାଖଲ କରିଥିଲା। ଘଟଣାର ଦୀର୍ଘ ୪ ବର୍ଷ ପରେ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି। ଏହି ମାମଲାରେ ଧାରା ୩୦୨, ୩୦୭, ୨୦୧ ଏବଂ ଏକ୍ସପ୍ଲୋସିଭ ଆକ୍ଟ ୩, ୪ ଅନୁଯାୟୀ ଚାର୍ଜଫ୍ରେମ କରା ଯାଇଥିବା ଜଣାପଡିଛି। ଚାର୍ଜଫ୍ରେମ ହେବା ସହିତ ଏହି ମାମଲାର ସାକ୍ଷ ପ୍ରମାଣ ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ ହୋଇଥିବା ନେଇ ସରକାରୀ ଓକିଲ ଆଶିଷ ଚନ୍ଦନଙ୍କ ଠାରୁ ଜଣାପଡିଛି। ଅପର ପକ୍ଷରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରା ଯାଇଥିବା ଚାର୍ଜସିଟ୍ ର ଏକ କପି ପ୍ରଦାନ ପାଇଁ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଆବେଦନ କରିଥିବାବେଳେ ସେ ସମୟରେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ। ପରେ ଏହାକୁ ନେଇ ପୁଣି କୋର୍ଟରେ ଆବେଦନ କରିଥିଲେ। ଏହା ପରେ ସିଡି ଏକ ବନ୍ଦ ଲଫାପାରେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସିଡିକୁ ପୁଞ୍ଜିଲାଲ ଗ୍ରହଣ କରି କିଛି ଦିନ ରଖି ପୁଣି କୋର୍ଟକୁ ଫେରାଇ ଦେଇଥିବା ନେଇ ମଧ୍ଯ ସରକାରୀ ଓକିଲ ଶ୍ରୀ ଚନ୍ଦନ କହିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା କୁ ନେଇ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ଚାର୍ଜସିଟ ଦାଖଲ କରା ଯାଇଥିଲା। ଦୀର୍ଘ ଦିନ ପରେ ଏହାର ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର