ପଞ୍ଚାୟତ ରେଜଲ୍ଟ : ବଡ଼ ବିଜୟ ମୁହାଁ ବିଜେଡି, ସତ୍ତା ହରାଇଲେ ବିଜେପି ଓ କଂଗ୍ରେସ

The Sakala Picture
Published On

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ […]

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତିରୁ ବିଜେଡି ଜିଲ୍ଲା ପରିଷଦ ଆସନରେ କ୍ଲିନ ସୁଇପ୍ ଆଡକୁ ମୁହାଁଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୯ଟା ୨୦ସୁଦ୍ଧା ବିଜେଡି ୨୮୦ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୪ ଏବଂ କଂଗ୍ରେସ ୧୭ଟି ଜୋନରେ ଆଗୁଆ ରହିଛନ୍ତି। ସେହିପରି ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି । ଏଥିରୁ ଜଣାପଡିଛି ବିଜେଡି ପୁଣି ବାଜିମାତ ହେବାକୁ ଯାଉଛି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୮୦ ଆସନରେ ଆଗରେ ରହିଛି ବିଜେଡି । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହିନାହିଁ । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି। ପ୍ରଥମ ଦିନର ଗଣତି କହୁଛି, ଶାସକ ଦଳକୁ ଏକତରଫା ଭାବେ ଭୋଟ ଦେଇଛନ୍ତି ଗାଁ ଲୋକ । ସବୁଠୁ ବଡ଼ କଥା ହେଉଛି ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ଓଡ଼ିଶାରୁ ସେହି ଏକା ଚିତ୍ର ଆସୁଛି । ଯେଉଁଠି ପୂର୍ବରୁ ବିଜେପିର ପ୍ରଭାବ ରହିଥିଲା, ସେଠାରେ ମଧ୍ୟ ଏଥର ବହିଛି ବିଜେଡି ହାୱା ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଅନ୍ୟପଟେ ବିଜେଡିର ଏହି ସଫଳତା ପାଇଁ ଦଳର ନେତୃତ୍ବକୁ ପ୍ରଶଂସା କରୁଛନ୍ତି ରାଜନୌତିକ ସମୀକ୍ଷକ। ରାଜନୌତିକ ସମୀକ୍ଷକଙ୍କ ମତରେ ୨୦୧୭ ପଞ୍ଚାୟତ ପରାଜୟରୁ ବିଜେଡି ଯେଉଁ ଶିକ୍ଷା ଗ୍ରହଣ କରିଥିଲା ତାହା ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲା। ବିଫଳତାରେ ବିମର୍ଷ ନ ହୋଇ, ପରାଜୟର ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାର ସୁଫଳ ଏବେ ଦଳ ପାଇଛି।

ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି। ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।

26 Feb 2022 By The Sakala

ପଞ୍ଚାୟତ ରେଜଲ୍ଟ : ବଡ଼ ବିଜୟ ମୁହାଁ ବିଜେଡି, ସତ୍ତା ହରାଇଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି।

ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତିରୁ ବିଜେଡି ଜିଲ୍ଲା ପରିଷଦ ଆସନରେ କ୍ଲିନ ସୁଇପ୍ ଆଡକୁ ମୁହାଁଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୯ଟା ୨୦ସୁଦ୍ଧା ବିଜେଡି ୨୮୦ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୪ ଏବଂ କଂଗ୍ରେସ ୧୭ଟି ଜୋନରେ ଆଗୁଆ ରହିଛନ୍ତି। ସେହିପରି ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି । ଏଥିରୁ ଜଣାପଡିଛି ବିଜେଡି ପୁଣି ବାଜିମାତ ହେବାକୁ ଯାଉଛି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୮୦ ଆସନରେ ଆଗରେ ରହିଛି ବିଜେଡି । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହିନାହିଁ । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି। ପ୍ରଥମ ଦିନର ଗଣତି କହୁଛି, ଶାସକ ଦଳକୁ ଏକତରଫା ଭାବେ ଭୋଟ ଦେଇଛନ୍ତି ଗାଁ ଲୋକ । ସବୁଠୁ ବଡ଼ କଥା ହେଉଛି ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ ଓଡ଼ିଶାରୁ ସେହି ଏକା ଚିତ୍ର ଆସୁଛି । ଯେଉଁଠି ପୂର୍ବରୁ ବିଜେପିର ପ୍ରଭାବ ରହିଥିଲା, ସେଠାରେ ମଧ୍ୟ ଏଥର ବହିଛି ବିଜେଡି ହାୱା ।

ଅନ୍ୟପଟେ ବିଜେଡିର ଏହି ସଫଳତା ପାଇଁ ଦଳର ନେତୃତ୍ବକୁ ପ୍ରଶଂସା କରୁଛନ୍ତି ରାଜନୌତିକ ସମୀକ୍ଷକ। ରାଜନୌତିକ ସମୀକ୍ଷକଙ୍କ ମତରେ ୨୦୧୭ ପଞ୍ଚାୟତ ପରାଜୟରୁ ବିଜେଡି ଯେଉଁ ଶିକ୍ଷା ଗ୍ରହଣ କରିଥିଲା ତାହା ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲା। ବିଫଳତାରେ ବିମର୍ଷ ନ ହୋଇ, ପରାଜୟର ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାର ସୁଫଳ ଏବେ ଦଳ ପାଇଛି।

ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି। ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।

https://www.thesakala.in/latest-odisha-news/panchayat-results-village-voters-vote-went-in-favor-of-the-bjd/article-9541
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର