ବିଷାକ୍ତ ସାପକୁ ମାରି ମାଲିକଙ୍କୁ ସୁରକ୍ଷାଦେଲା କାଳି

The Sakala Picture
Published On

ଭୁବନେଶ୍ୱର: ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲା କାଳି। କେବଳ ଜୀବନକୁ ବାଜି ଲଗାଇନି ଶେଷରେ ଜିତିଛି ବି। ସାପ କୁକୁର ଲଢ଼େଇର ଏମିତି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ସୁନ୍ଦରପଦା ଗାଁରେ। ମିଳିଥିବା ସୂଚନା ଅନୁସାରେ ସୌମ୍ୟରଞ୍ଜନ ସେନାପତିଙ୍କ ଘର ଭୁବନେଶ୍ୱର ଉପକଣ୍ଠ କୁହା, ସୁନ୍ଦରପଦା ଗାଁରେ। ଗତକାଲି ସନ୍ଧ୍ୟାରେ ତାଙ୍କର ଏକ ମାଈ ଡୋବରମ୍ୟାନ୍‍ କୁକୁର କାଳି ଘର ଅଗଣାରେ ଖେଳୁଥିବା ବେଳେ ସେଇ ବାଟ ଦେଇ ଏକ […]

ଭୁବନେଶ୍ୱର: ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲା କାଳି। କେବଳ ଜୀବନକୁ ବାଜି ଲଗାଇନି ଶେଷରେ ଜିତିଛି ବି। ସାପ କୁକୁର ଲଢ଼େଇର ଏମିତି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ସୁନ୍ଦରପଦା ଗାଁରେ।
ମିଳିଥିବା ସୂଚନା ଅନୁସାରେ ସୌମ୍ୟରଞ୍ଜନ ସେନାପତିଙ୍କ ଘର ଭୁବନେଶ୍ୱର ଉପକଣ୍ଠ କୁହା, ସୁନ୍ଦରପଦା ଗାଁରେ। ଗତକାଲି ସନ୍ଧ୍ୟାରେ ତାଙ୍କର ଏକ ମାଈ ଡୋବରମ୍ୟାନ୍‍ କୁକୁର କାଳି ଘର ଅଗଣାରେ ଖେଳୁଥିବା ବେଳେ ସେଇ ବାଟ ଦେଇ ଏକ ତିନିଫୁଟ ଲମ୍ବର ନାଗ ସାପ ଘର ଆଡ଼କୁ ମୁହାଁଇଥିଲା। ସାପକୁ ଘର ଭିତରେ ପୂରାଇ ନ ଦେବା ପାଇଁ କାଳି ବାଟ ଓଗଳାଳିଥିଲା। ଫଳରେ ଉଭୟ ସାପ ଓ କୁକୁର ମୁହାଁମୁହିଁ ହୋଇଥିଲେ। କାଳି ବାଟ ନ ଛାଡ଼ିବାରୁ ନାଗଟି ଫଣା ଟେକି କାମୁଡ଼ିବାକୁ ଚେଷ୍ଟା କରିଥିଲା। ଏଥିରେ କାଳି ସାପର ମଝି ଭାଗକୁ ପାଟିରେ କାମୁଡ଼ି ଧରି ୨ରୁ ୩ ଥର ଏପଟ ସେପଟ ଝାଡ଼ି ଦେଇ ଦୂରକୁ ଫିଙ୍ଗିଦେଲା। ୟା’ ଭିତରେ ସୌମ୍ୟରଞ୍ଜନଙ୍କ ଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ କାଳିକୁ ସାପ ପାଖରୁ ଭିଡ଼ି ଦୂରକୁ ନେଇ ଯାଇଥିଲେ। କୁକୁର କାଳି ଗର୍ଭବତୀ ମଧ୍ୟ ଥିଲା। ଆଉ ସାପ ଯଦି କାମୁଡ଼ି ଦେଇଥିବ ତା ହେଲେ ନିଜ ଜୀବନ ସହିତ ଗର୍ଭସ୍ଥ ଶିଶୁମାନଙ୍କ ଜୀବନ ମଧ୍ୟ ବିପନ୍ନ ହୋଇଥାନ୍ତା।

ସାପଟି ଗୁରୁତର ହୋଇ ଭଲରେ ଚାଲି ପାରୁନଥିଲା। ଘୁଷୁରି ଘୁଷୁରି ବାହାରକୁ ଯିବା ବେଳେ ସୌମ୍ୟ ଏକ ପ୍ଲାଷ୍ଟିକ୍‍ ଟବ୍‍ ଆଣି ସାପକୁ ଘୋଡ଼ାଇ ଦେଇଥିଲେ। ଯେମିତିକି ତାହା ଆଉ କାହା ଘରେ ନ ପଶି ପାରିବ। ଏହାପରେ ସ୍ନେକ୍‍ ହେଲ୍ପ ଲାଇନ୍‍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖକୁ ଫୋନ୍‍ କରି ପରାମର୍ଶ ଲୋଡ଼ିଥିଲେ। କୁକୁରଟିର ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଶୁଭେନ୍ଦୁ ସୌମ୍ୟଙ୍କଠାରୁ ଉଭୟ ସାପ ଓ କୁକୁରଙ୍କ ଅଲଗା ଅଲଗା ଭିଡିଓ ମଗେଇଥିଲେ। କୁକୁରଟି ସାଧାରଣ ବ୍ୟବହାର ପ୍ରଦର୍ଶନ କରୁଥିଲାବେଳେ ସାପଟିର ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଶୁଭେନ୍ଦୁଙ୍କଠାରୁ ପରାମର୍ଶ ପାଇ ସ୍ନେକ୍‍ ହେଲ୍ପଲାଇନ୍‍ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ ସତ; ହେଲେ ଘଣ୍ଟେ ଭିତରେ ସାପ ଟି ମରିଯାଇଥଲା। ନାଗ ସାପଟିର ମେରୁଦଣ୍ଡ ଭାଙ୍ଗିବା ସହ ଫୁସ୍‍ଫୁସ୍‍ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗ କଣା ହୋଇଯିବାରୁ ସାପଟି ମୁତ୍ୟୁବରଣ କରିଥିବା ଶ୍ରୀ ମଲ୍ଲିକ କହିଥିଲେ। ଯଦିଓ ଏଭଳି ଘଟଣା ପୂର୍ବରୁ ଅନେକ ଥର ଘଟିଛି; ହେଲେ ଅନେକ କ୍ଷେତ୍ରରେ କୁକୁରମାନେ ସାପକୁ ମାରି ନିଜେ ଜୀବନ ଦେଇଛନ୍ତି। ହେଲେ ଏଥର ଡୋବରମ୍ୟାନ୍‍ କାଳି ନିଜକୁ ରକ୍ଷା କରିବା ସହ ମାଲିକଙ୍କ ଘରକୁ ସୁରକ୍ଷା ଦେବାରେ ସଫଳ ହୋଇପାରିଛି।

ଆହୁରି ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ

26 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର