ପୁରୀ ବ୍ରିକ୍ସ ସମ୍ମିଳନୀକୁ ପ୍ରଶଂସା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ଆଜିଠୁ ପୁରୀରେ ହେଉଥିବା ବ୍ରିକ୍ସ ଡିସାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗୃପ ମିଟିଂକୁ ପ୍ରଶଂସା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ପୁରୀରେ ଏହି ସମ୍ମିଳନୀ ହେଉଥିବାରୁ ଗର୍ବିତ। ୧୯୯୯ରେ ଓଡିଶା ମହାବାତ୍ୟାର ସମ୍ମୁଖୀନ ହେବା ପରଠୁ ଓଡିଶା ସାହସ ଓ ଦୃଢ଼ ମନୋବଳ ସହିତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି। ଏହା ପଛରେ ରହିଛି ମାତ୍ର ଗୋଟିଏ ମନ୍ତ୍ର। ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ। 

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରର ଏକ କାର୍ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସୂଚନାଯୋଗ୍ୟ, ଆଜିଠାରୁ ପୁରୀରେ ଆରମ୍ଭ ହେଉଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ । ୧୧ ଟି ଦେଶରୁ ଆସୁଥିବା ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ୍ ହେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ପ୍ରତି ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ପୁରୀର ଏକ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର