ଟଙ୍କା ଦ୍ବିଗୁଣା କରିବା ଆଳରେ ଆକାଉଣ୍ଟ ଖୋଳ

The Sakala Picture
Published On

ଭୁବନେଶ୍ୱର,୧୪।୬ (ସମିସ): ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍ ପାଇଁ ଲୋକେ ଘର ଭିତରେ ରହୁଥିବାରୁ ଅନ୍‌ଲାଇନ୍‌ରେ କାରବାର ବଢୁଛି । ଏହାକୁ ନଜରରେ ରଖ୍ ସାଇବର ଠକ ନୂତନ ତରିକାରେ ଲୋକଙ୍କୁ ଠକେଇ କରୁଛନ୍ତି | ସେମାନେ ଟଙ୍କା ଦ୍ବିଗୁଣା କରି ହେବା ଲୋଭ ଦେଖାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି । ଲୋକେ ଠକଙ୍କ ଜାଲରେ ପଡ଼ିବା ପରେ ସେମାନଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯାଉଛି । ଟଙ୍କା ଦ୍ବିଗୁଣା ହେବା ଆଶାରେ […]

ଭୁବନେଶ୍ୱର,୧୪।୬ (ସମିସ): ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍ ପାଇଁ ଲୋକେ ଘର ଭିତରେ ରହୁଥିବାରୁ ଅନ୍‌ଲାଇନ୍‌ରେ କାରବାର ବଢୁଛି । ଏହାକୁ ନଜରରେ ରଖ୍ ସାଇବର ଠକ ନୂତନ ତରିକାରେ ଲୋକଙ୍କୁ ଠକେଇ କରୁଛନ୍ତି | ସେମାନେ ଟଙ୍କା ଦ୍ବିଗୁଣା କରି ହେବା ଲୋଭ ଦେଖାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି । ଲୋକେ ଠକଙ୍କ ଜାଲରେ ପଡ଼ିବା ପରେ ସେମାନଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଏକ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯାଉଛି । ଟଙ୍କା ଦ୍ବିଗୁଣା ହେବା ଆଶାରେ ଲୋକେ ଏକ ଆପ୍ ଡାଉନ୍ ଲୋଡ୍ କରି ନିଜର ସମସ୍ତ ତଥ୍ୟ ଦେବା ପରେ ଏଥିରେ ଲକ୍ଷାଧୂକ ଟଙ୍କା ବାଜି ଲଗାଉଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ବିଭୀଷିକା; ପାଣିର ସୁଅରେ ଭାସିଯାଉଥିବା ବ୍ୟବସାୟୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଯାହାଫଳରେ ସାଇବର ଠକ ସେମାନଙ୍କ ଟଙ୍କା ଲୁଟି ନେଉଛନ୍ତି। ଗତ ୧୪ ଦିନରେ ଭୁବନେଶ୍ବରରେ ଏଭଳି ଭାବେ ଠକେଇ ହେଉଥିବା ନେଇ ୭ଟି ଅଭିଯୋଗ ହୋଇଛି। ବିଶେଷ କରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ଟି ଅଭିଯୋଗ ହୋଇଛି। ବିଶେଷ କରି ଏହି ଏଭଳି ଠକେଇର ଅଧିକ ମାତ୍ରାରେ ଯୁବଗୋଷ୍ଠୀ ଶିକାର ହେଉଛନ୍ତି। ଲକ୍‌ଡାଉନ୍ ପାଇଁ ଅନେକ ଯୁବଗୋଷ୍ଠୀ ଚାକିରି ହରାଇଛନ୍ତି । ସେମାନେ କିଭଳି କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବେ ସେଥ୍‌ରେ ଲାଗି ପଡ଼ିଛନ୍ତି । ସାଇବର ଠକ ସୋସିଆଲ ମିଡିଆରେ ଦେଇଥିବା ବିଜ୍ଞାପନକୁ ଦେଖୁ ଯୁବଗୋଷ୍ଠୀ ଏହି ଆପ୍‌ ଜାଲରେ ଛନ୍ଦି ହୋଇଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

ସବୁଠୁ ବଡ଼ କଥା ହେଲା ଠକମାନେ ଏଭଳି ନକଲି ଆପ୍ କରି ଆରବିଆଇ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲଂଘନ କରୁଛନ୍ତି । ଏନେଇ ସାଇବର ଏକ୍ସପର୍ଟ ଆକାଶ ମିଶ୍ର କହିଛନ୍ତି ଯେ, ସାଇବର ଠକ ଏଭଳି ନୂତ ତରିକାରେ ଲୋକଙ୍କୁ ଠକୁଛନ୍ତି । ସେମାନେ ବିଭିନ୍ନ ଟ୍ରେନିଂ ଆପ ଏବଂ ଅନ୍ୟ ଅନ୍ୟାନ୍ୟ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି । ତେଣୁ ପୁଲିସ ଏଭଳି ଆପ୍ ଉପରେ ରୋକ ଲଗାଇବା ଆବଶ୍ୟକ ବୋଲି ଆକାଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମାଈ ହାତୀର ମୃତଦେହ ଠାବ: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର