ଖୁଦୁରୁକୁଣୀ ପୂଜାବେଳେ ଗଣ୍ଡଗୋଳ, ଜଣେ ମୃତ, ୫ ଆହତ

The Sakala Picture
Published On

ଖୋର୍ଦ୍ଧା : ରବିବାର ଭାଦ୍ରବ ମାସ ଶେଷ ଖୁଦୁରୁକୁଣୀ ଥିବାବେଳେ ପୁରପଲ୍ଲୀରେ ଝିଅମାନେ ଏହି ଓଷା କରିଥିଲେ। ତେବେ ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗୀସାହିରେ ଖୁଦୁରୁକୁଣୀ ପୂଜାବେଳେ ଡିଜେ ମ୍ୟୁଜିକ୍ ବଜାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଏବଂ ୩ଜଣ ସାମାନ୍ୟ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। ମୃତକ ହେଲେସେହି ସାହିର ବୈକୁଣ୍ଠ ବେହେରା(୫୫) । ଗୁରୁତର ଦ୍ବୟ ହେଲେ ବୈକୁଣ୍ଠଙ୍କ ସମ୍ପର୍କୀୟ ସୁରେନ୍ଦ୍ର […]

ଖୋର୍ଦ୍ଧା : ରବିବାର ଭାଦ୍ରବ ମାସ ଶେଷ ଖୁଦୁରୁକୁଣୀ ଥିବାବେଳେ ପୁରପଲ୍ଲୀରେ ଝିଅମାନେ ଏହି ଓଷା କରିଥିଲେ। ତେବେ ସଦରଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗୀସାହିରେ ଖୁଦୁରୁକୁଣୀ ପୂଜାବେଳେ ଡିଜେ ମ୍ୟୁଜିକ୍ ବଜାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଏବଂ ୩ଜଣ ସାମାନ୍ୟ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। ମୃତକ ହେଲେସେହି ସାହିର ବୈକୁଣ୍ଠ ବେହେରା(୫୫) । ଗୁରୁତର ଦ୍ବୟ ହେଲେ ବୈକୁଣ୍ଠଙ୍କ ସମ୍ପର୍କୀୟ ସୁରେନ୍ଦ୍ର ବେହେରା (୪୫) ଏବଂ ପବିତ୍ର ବେହେରା(୪୦) । ଏହି ଘଟଣାରେ ପୁଲିସ ମୃତକଙ୍କ ପୁଅ ଅଶୋକ ବେହେରାଙ୍କ ଅଭିଯୋଗ ଉପରେ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅପରପକ୍ଷର ଅଭିଯୋଗରେ ମୃତକଙ୍କ ୨ଜଣ ସମ୍ପର୍କୀୟଙ୍କୁ ଗିରଫ କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସିକତାକୁ ସଲାମ୍ କଲେ ନବୀନ ପଟ୍ଟନାୟକ

ପୁଲିସ ସୂଚନା ଅନୁସାରେ, ରବିବାର ଖୁଦୁରୁକୁଣୀ ଓଷା ବେହେରା ଓ ଭୋଇ ପରିବାର ପିଲାମାନେ ଅଲଗା ଅଲଗା କରୁଥିଲେ। ଉଭୟ ମିଶିକି ଭଡ଼ାରେ ଡିଜେ ମ୍ୟୁଜିକ୍ ଆଣି କ୍ଲବ୍‌ ଘରେ ବଜାଉଥିଲେ । ରାତି ପ୍ରାୟ ସାଢ଼େ ୯ଟାବେଳେ ବେହେରା ଘରର ଝିଅମାନେ ତାଙ୍କ ପୂଜା ସ୍ଥାନରେ ନେଇ ଡିଜେ ମ୍ୟୁଜିକ୍ ବଜାଇଥିଲେ। ଏହାକୁ ଦେଖ୍ ଗାଁର ଦିଲ୍ଲୀପ ଭୋଇ ସେମାନଙ୍କୁ ଗାଳିମନ୍ଦ କରିଥିଲେ। ତେଣୁ ସେ ବେହେରା ପରିବାରର ଲକ୍ଷ୍ମୀଧର ନାୟକ, ମୁନା ବେହେରା, ବୈକୁଣ୍ଠ ବେହେରା ପ୍ରମୁଖ ଏହାର ପ୍ରତିବାଦ କରିଥିଲେ। ଫଳରେ ଭୋଇ ପରିବାରର ପ୍ରଫୁଲ୍ଲ ଭୋଇ, ତାଙ୍କ ଭାଇ ପ୍ରଶାନ୍ତ, ପୁତୁରା ପ୍ରକାଶ ଏବଂ ନାବାଳକ ପୁଅ ସମେତ ପବିତ୍ର ଓ ବିକାଶ ବେହେରା ପରିବାର ଲୋକଙ୍କୁ ଟାଙ୍ଗିଆ, କଟୁରୀ, ଠେଙ୍ଗା, ପାଇପ୍ ଆଦି ଧରି ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ଟ୍ରେନରେ ଯାଉଥିବାବେଳେ ଆରମ୍ଭ ହେଲା ପ୍ରସବ ବେଦନା, ପ୍ଲାଟଫର୍ମରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା

ଫଳରେ ବେହେରା ପରିବାରର ବୈକୁଣ୍ଠ, ସୁରେନ୍ଦ୍ର ପବିତ୍ରଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ଅଣାଯାଇଥିଲା। ତେବେ ବୈକୁଣ୍ଠଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ପଡ଼ିଥିବାରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତରଙ୍କୁ ଡାକ୍ତର ଭୁବନେଶ୍ବର ସ୍ଥାନାନ୍ତର କରିଛନ୍ତି। ଅନ୍ୟ ଆହତମାନେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ହେଉଥିବା ଜଣାଯାଇଛି । ଉଭୟ ପକ୍ଷରୁ ସଦର ଥାନାରେ ୨ଟି ଅଭିଯୋଗ ହୋଇଛି। ମୃତକ ବୈକୁଣ୍ଠଙ୍କ ପୁଅ ଅଶୋକ ବେହେରାଙ୍କ ଅଭିଯୋଗ ଉପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ପ୍ରଫୁଲ୍ଲ ଭୋଇ(୪୯), ତାଙ୍କ ଭାଇ ପ୍ରଶାନ୍ତ ଭୋଇ (୪୫), ପୁତୁରା ପ୍ରକାଶ ଭୋଇ(୧୮) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ପ୍ରଫୁଲ୍ଲଙ୍କ ୧୭ ବର୍ଷର ନାବାଳକ ପୁଅକୁ କୋର୍ଟରେ ହାଜର କରିଥିବା ପୁଲିସ ସୂଚନା ଦେଇଛି। ସେହିପରି ପ୍ରଫୁଲ୍ଲଙ୍କ ଅଭିଯୋଗରେ ପୁଲିସ ଅନ୍ୟ ଏକ ମାମଲା ରୁଜୁ କରି ଲକ୍ଷ୍ମୀଧର ନାୟକ (୨୧) ଓ ପ୍ରତାପ ନାୟକ(୨୨)ଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର RI, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର