ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରାନ୍ତି ଆଣିଛି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହ୍ରାସ ପାଇଛି ଲୋକଙ୍କ ଚିକିତ୍ସା ବ୍ୟୟବୋଝ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଦାୟୀ ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସେବା ରୂପାନ୍ତରଣ ତତ୍‌କାଳୀନ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ରୂପାନ୍ତରଣକୁ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍‌ (ଏନ୍‌ଏଚ୍‌ଏ)ର ଆକଳନ ଅନୁଯାୟୀ, ଓଡ଼ିଶାରେ ଗତ ୬ ବର୍ଷ ମଧ୍ୟରେ ସାଧାରଣଲୋକଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବାବଦ ବ୍ୟୟ ବୋଝ ଅଧା କମିଛି। ୨୦୧୫-୧୬ରେ ରାଜ୍ୟରେ ଲୋକେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବାବଦରେ ୭୧.୫ ପ୍ରତିଶତ […]

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଦାୟୀ ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସେବା ରୂପାନ୍ତରଣ ତତ୍‌କାଳୀନ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ରୂପାନ୍ତରଣକୁ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍‌ (ଏନ୍‌ଏଚ୍‌ଏ)ର ଆକଳନ ଅନୁଯାୟୀ, ଓଡ଼ିଶାରେ ଗତ ୬ ବର୍ଷ ମଧ୍ୟରେ ସାଧାରଣଲୋକଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବାବଦ ବ୍ୟୟ ବୋଝ ଅଧା କମିଛି। ୨୦୧୫-୧୬ରେ ରାଜ୍ୟରେ ଲୋକେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବାବଦରେ ୭୧.୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବାବେଳେ ୨୦୨୧-୨୨ରେ ଏହା ୩୭.୧ ପ୍ରତିଶତକୁ ହ୍ରାସ ପାଇଛି। ଅନୁରୂପ ଭାବରେ ନିଜସ୍ୱ ସ୍ୱାସ୍ଥ୍ୟ ସେବା ବା ଚିକିତ୍ସା ନିମନ୍ତେ ଓଡ଼ିଶାର ଲୋକମାନେ କେରଳ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ପରି ରାଜ୍ୟବାସୀଙ୍କଠାରୁ ବ୍ୟକ୍ତିଗତ ଭାବରେ କମ୍‌ ଅର୍ଥ ବ୍ୟୟ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୬ରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ୩୭୮୬ ଟଙ୍କା ଥିବାବେଳେ ୨୦୨୨ରେ ଏହା ୫୭୪୯ ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ତତ୍‌କାଳୀନ ସରକାରଙ୍କ କଲ୍ୟାଣକାରୀ ଯୋଜନା ପ୍ରଣୟନ ଦ୍ୱାରା ରାଜ୍ୟବାସୀ ବେଶ୍‌ ଉପକୃତ ହୋଇଛନ୍ତି। ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ବୃଦ୍ଧି ସତ୍ତ୍ବେ ଲୋକମାନେ ନିଜ ପକେଟ୍‌ରୁ ପୂର୍ବାପେକ୍ଷା ଯଥେଷ୍ଟ କମ୍‌ ଅର୍ଥ ଖର୍ଚ୍ଚ କରୁଛନ୍ତି ଓ ମୁଣ୍ଡପିଛା ବ୍ୟକ୍ତିଗତ ବ୍ୟୟ ୨୬୯୩ ଟଙ୍କାରୁ ୨୧୩୩ ଟଙ୍କାକୁ ହ୍ରାସ ପାଇଛି। ବିଦାୟୀ ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ସହ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ବିଶେଷ ସୁପ୍ରଭାବ ପକାଇଥିବା କୁହାଯାଉଛି। ୨୦୧୮ ମସିହାରେ ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଏହି ଯୋଜନାରେ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତା ସାଧାରଣ ଲୋକଙ୍କ ପାଇଁ ସଞ୍ଜୀବନୀ ପାଲଟିଥିଲା। ଫଳରେ ଗରିବ ଲୋକମାନେ ବଡ଼ବଡ଼ ଡାକ୍ତରଖାନାରେ ବିନା ମୂଲ୍ୟରେ ଜଟିଳ ରୋଗର ଚିକିତ୍ସା କରିବାକୁ ସମର୍ଥ ହୋଇ ପାରୁଥିଲେ। ଯାହାଫଳରେ ସେମାନଙ୍କର ପକେଟ୍‌ ଉପରେ ପଡ଼ୁଥିବା ସ୍ୱାସ୍ଥ୍ୟ ଖର୍ଚ୍ଚବୋଝ ହ୍ରାସ ପାଇଥିଲା।  ଅନୁରୂପ ଭାବରେ ବିଭିନ୍ନ ଯୋଜନାରେ ମାଗଣା ଔଷଧ ଯୋଗାଣ, ମାଗଣାରେ ବିଭିନ୍ନ ପରୀକ୍ଷାନିରୀକ୍ଷା, ଡାଏଲିସିସ୍‌, ନିଦାନ, ନିରାମୟ ଭଳି ଜନମଙ୍ଗଳକାରୀ ଯୋଜନା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏ କ୍ଷେତ୍ରରେ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ରଖିପାରିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବିଜେଡି

ଏନ୍‌ଏଚ୍‌ଏ ରିପୋର୍ଟରେ କୁହାଯାଇଛି ଯେ ୨୦୧୬ରୁ ୨୦୨୨ ମଧ୍ୟରେ ଓଡ଼ିଶା ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ବାବଦ ବ୍ୟୟକୁ ଚାରି ଗୁଣା ବୃଦ୍ଧି କରିଛନ୍ତି। ୨୦୧୫-୧୬ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ନିମନ୍ତେ ୩୩୫୪ କୋଟି ଖର୍ଚ୍ଚ କରୁଥିବା ବେଳେ ୨୦୨୧-୨୨ରେ ଏହା ୧୪୧୦୮ କୋଟିରେ ପହଞ୍ଚିଥିଲା। ସେହିପରି ଏହି ଅବଧି ମଧ୍ୟରେ ସରକାର ରାଜ୍ୟବାସୀଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୭୬୨ ଟଙ୍କାରୁ ୩୦୬୭ ଟଙ୍କାରେ ପହଞ୍ଚାଇଛନ୍ତି। ସେହିପରି ସ୍ୱାସ୍ଥ୍ୟସେବା ଉପରେ ଖର୍ଚ୍ଚ ୨୦୨୧-୨୨ ମସିହାରେ ରାଜ୍ୟ ସକଳ ଘରୋଇ ଉତ୍ପାଦର ୨.୧ ପ୍ରତିଶତ ଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଏପରି ଚମକପ୍ରଦ ପ୍ରଦର୍ଶନ ସହ ଲୋକଙ୍କୁ ଚିନ୍ତା ଏବଂ ଚାପମୁକ୍ତ କରିବାର ଶ୍ରେୟ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଉଛି। ତାଙ୍କର ଦୂରଦର୍ଶୀ ନୀତି କାରଣରୁ ହିଁ ଆଜି ଲୋକେ ଉନ୍ନତ, ଦେୟମୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ସମର୍ଥ ହୋଇପାରିଛନ୍ତି ବୋଲି, ସାଧାରଣରେ ମତପ୍ରକାଶ ପାଇଛି।

06 Oct 2024 By The Sakala

ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରାନ୍ତି ଆଣିଛି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହ୍ରାସ ପାଇଛି ଲୋକଙ୍କ ଚିକିତ୍ସା ବ୍ୟୟବୋଝ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଦାୟୀ ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସେବା ରୂପାନ୍ତରଣ ତତ୍‌କାଳୀନ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ରୂପାନ୍ତରଣକୁ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍‌ (ଏନ୍‌ଏଚ୍‌ଏ)ର ଆକଳନ ଅନୁଯାୟୀ, ଓଡ଼ିଶାରେ ଗତ ୬ ବର୍ଷ ମଧ୍ୟରେ ସାଧାରଣଲୋକଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବାବଦ ବ୍ୟୟ ବୋଝ ଅଧା କମିଛି। ୨୦୧୫-୧୬ରେ ରାଜ୍ୟରେ ଲୋକେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବାବଦରେ ୭୧.୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବାବେଳେ ୨୦୨୧-୨୨ରେ ଏହା ୩୭.୧ ପ୍ରତିଶତକୁ ହ୍ରାସ ପାଇଛି। ଅନୁରୂପ ଭାବରେ ନିଜସ୍ୱ ସ୍ୱାସ୍ଥ୍ୟ ସେବା ବା ଚିକିତ୍ସା ନିମନ୍ତେ ଓଡ଼ିଶାର ଲୋକମାନେ କେରଳ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ପରି ରାଜ୍ୟବାସୀଙ୍କଠାରୁ ବ୍ୟକ୍ତିଗତ ଭାବରେ କମ୍‌ ଅର୍ଥ ବ୍ୟୟ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୬ରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ୩୭୮୬ ଟଙ୍କା ଥିବାବେଳେ ୨୦୨୨ରେ ଏହା ୫୭୪୯ ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ତତ୍‌କାଳୀନ ସରକାରଙ୍କ କଲ୍ୟାଣକାରୀ ଯୋଜନା ପ୍ରଣୟନ ଦ୍ୱାରା ରାଜ୍ୟବାସୀ ବେଶ୍‌ ଉପକୃତ ହୋଇଛନ୍ତି। ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ବୃଦ୍ଧି ସତ୍ତ୍ବେ ଲୋକମାନେ ନିଜ ପକେଟ୍‌ରୁ ପୂର୍ବାପେକ୍ଷା ଯଥେଷ୍ଟ କମ୍‌ ଅର୍ଥ ଖର୍ଚ୍ଚ କରୁଛନ୍ତି ଓ ମୁଣ୍ଡପିଛା ବ୍ୟକ୍ତିଗତ ବ୍ୟୟ ୨୬୯୩ ଟଙ୍କାରୁ ୨୧୩୩ ଟଙ୍କାକୁ ହ୍ରାସ ପାଇଛି। ବିଦାୟୀ ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ସହ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ବିଶେଷ ସୁପ୍ରଭାବ ପକାଇଥିବା କୁହାଯାଉଛି। ୨୦୧୮ ମସିହାରେ ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ।

ଏହି ଯୋଜନାରେ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହାୟତା ସାଧାରଣ ଲୋକଙ୍କ ପାଇଁ ସଞ୍ଜୀବନୀ ପାଲଟିଥିଲା। ଫଳରେ ଗରିବ ଲୋକମାନେ ବଡ଼ବଡ଼ ଡାକ୍ତରଖାନାରେ ବିନା ମୂଲ୍ୟରେ ଜଟିଳ ରୋଗର ଚିକିତ୍ସା କରିବାକୁ ସମର୍ଥ ହୋଇ ପାରୁଥିଲେ। ଯାହାଫଳରେ ସେମାନଙ୍କର ପକେଟ୍‌ ଉପରେ ପଡ଼ୁଥିବା ସ୍ୱାସ୍ଥ୍ୟ ଖର୍ଚ୍ଚବୋଝ ହ୍ରାସ ପାଇଥିଲା।  ଅନୁରୂପ ଭାବରେ ବିଭିନ୍ନ ଯୋଜନାରେ ମାଗଣା ଔଷଧ ଯୋଗାଣ, ମାଗଣାରେ ବିଭିନ୍ନ ପରୀକ୍ଷାନିରୀକ୍ଷା, ଡାଏଲିସିସ୍‌, ନିଦାନ, ନିରାମୟ ଭଳି ଜନମଙ୍ଗଳକାରୀ ଯୋଜନା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏ କ୍ଷେତ୍ରରେ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ରଖିପାରିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଏନ୍‌ଏଚ୍‌ଏ ରିପୋର୍ଟରେ କୁହାଯାଇଛି ଯେ ୨୦୧୬ରୁ ୨୦୨୨ ମଧ୍ୟରେ ଓଡ଼ିଶା ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ବାବଦ ବ୍ୟୟକୁ ଚାରି ଗୁଣା ବୃଦ୍ଧି କରିଛନ୍ତି। ୨୦୧୫-୧୬ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ନିମନ୍ତେ ୩୩୫୪ କୋଟି ଖର୍ଚ୍ଚ କରୁଥିବା ବେଳେ ୨୦୨୧-୨୨ରେ ଏହା ୧୪୧୦୮ କୋଟିରେ ପହଞ୍ଚିଥିଲା। ସେହିପରି ଏହି ଅବଧି ମଧ୍ୟରେ ସରକାର ରାଜ୍ୟବାସୀଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୭୬୨ ଟଙ୍କାରୁ ୩୦୬୭ ଟଙ୍କାରେ ପହଞ୍ଚାଇଛନ୍ତି। ସେହିପରି ସ୍ୱାସ୍ଥ୍ୟସେବା ଉପରେ ଖର୍ଚ୍ଚ ୨୦୨୧-୨୨ ମସିହାରେ ରାଜ୍ୟ ସକଳ ଘରୋଇ ଉତ୍ପାଦର ୨.୧ ପ୍ରତିଶତ ଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଏପରି ଚମକପ୍ରଦ ପ୍ରଦର୍ଶନ ସହ ଲୋକଙ୍କୁ ଚିନ୍ତା ଏବଂ ଚାପମୁକ୍ତ କରିବାର ଶ୍ରେୟ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଉଛି। ତାଙ୍କର ଦୂରଦର୍ଶୀ ନୀତି କାରଣରୁ ହିଁ ଆଜି ଲୋକେ ଉନ୍ନତ, ଦେୟମୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ସମର୍ଥ ହୋଇପାରିଛନ୍ତି ବୋଲି, ସାଧାରଣରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର