ସାକାର ହେବ କୋରାପୁଟବାସୀଙ୍କ ୫ ଦଶନ୍ଧିର ସ୍ବପ୍ନ : ଉପକୃତ ହେବେ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ

The Sakala Picture
Published On

ଜୟପୁର : ପ୍ରାୟ ୫ ଦଶନ୍ଧି ପରେ ଏବେ ଲୋକଙ୍କ ସ୍ବପ୍ନ ସାକାର ହେବ। କୋରାପୁଟର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏ ବାବଦରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ୪ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବା ସହ ଲମତାପୁଟ ବ୍ଲକ ସହିତ ସିଧାସଳଖ ଯୋଡ଼ି ହେବେ ଏହି ଅଞ୍ଚଳବାସୀ। ଖଣି, ଇସ୍ପାତ ଓ […]

ଜୟପୁର : ପ୍ରାୟ ୫ ଦଶନ୍ଧି ପରେ ଏବେ ଲୋକଙ୍କ ସ୍ବପ୍ନ ସାକାର ହେବ। କୋରାପୁଟର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏ ବାବଦରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ୪ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବା ସହ ଲମତାପୁଟ ବ୍ଲକ ସହିତ ସିଧାସଳଖ ଯୋଡ଼ି ହେବେ ଏହି ଅଞ୍ଚଳବାସୀ। ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ସିନ୍ଧିପୁଟ ଘାଟ ଅଚାନକ ପରିଦର୍ଶନ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୟଙ୍କର ତେଲ ସଙ୍କଟ ! ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲମ୍ବା ଲାଇନ୍‌

୧୯୭୫ରେ କୋଲାଵ ଜଳଭଣ୍ଡାର ନିର୍ମାଣ ପରେ ଜଳବନ୍ଦୀ ଜୀବନ ଅତିବାହିତ କରୁଥିଲେ ସ୍ଥାନୀୟ ବାସିନ୍ଦା। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସରକାର ସେଠାରେ ବିକାଶର ବାଟ ଖୋଲିଥିବା ବେଳେ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ ସରିଲେ କୋରାପୁଟ ଜିଲ୍ଲାର ଏହି ଦୀପାଞ୍ଚଳରେ ବିକାଶର  ସୂର୍ଯ୍ୟୋଦୟ ହେବ ବୋଲି କୁହାଯାଉଛି। କୋଲାବ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ହୋଇ ରହିଥିବା ଉମ୍ବେଲ, ବନମାଳିପୁଟ, ଟିକରପଡ଼ା ଓ କୁମାରଗଞ୍ଜଣା ଆଦି ୪ଟି ପଞ୍ଚାୟତ ବାସିନ୍ଦା ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେଲା ନିର୍ବାସିତ ଜୀବନ ବିତାଉଛନ୍ତି। ଘର ଡିହଠାରୁ ଆରମ୍ଭ କରି ବିଭିନ୍ନ ଭତ୍ତା, ପେନ୍‌ସନ ଆବେଦନ ଓ ଅନ୍ୟାନ୍ୟ ସୁବିଧା ଲାଗି ଏହି ପଞ୍ଚାୟତବାସୀ ଲମତାପୁଟ ବ୍ଲକ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ତେବେ ବ୍ଲକକୁ ଯିବାକୁ ହେଲେ ସେମାନଙ୍କ ପାଇଁ ଦେଶୀ ଡଙ୍ଗା କିମ୍ବା ଛୋଟିଆ ବୋଟ ହିଁ ଯାତାୟାତର ମାଧ୍ୟମ। ଗୋଟିଏ ବୋଲି ବୋଟରେ ଥରକୁ ୨୦ଜଣ ଯାତ୍ରୀ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିଥାନ୍ତି। ଜଳପଥରେ ବ୍ଲକ ପହଞ୍ଚିବା ପାଇଁ ପ୍ରାୟ ୧୫କିମି ବାଟ ହୋଇଥାଏ।

ଆହୁରି ପଢ଼ନ୍ତୁ: ପଟ୍ଟାମୁଣ୍ତାଇରେ ଅଭବାନୀୟ ଘଟଣା: ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ

ଅପରପକ୍ଷରେ ସଡ଼କ ପଥରେ ଯିବାକୁ ହେଲେ ନନ୍ଦପୁର ବ୍ଲକ ସଦର ଦେଇ ଲମତାପୁଟ ପହଞ୍ଚିବାକୁ ୫୦ରୁ ୬୦କିମି ଅଧିକ ଯିବାକୁ ପଡ଼ିଥାଏ। ଏହାଦ୍ବାରା ଲୋକେ ଖର୍ଚ୍ଚାନ୍ତ ହେବା ସହ ବ୍ଲକରେ ପହଞ୍ଚିବା ସମୟସାପେକ୍ଷ ହେଉଥିଲା। ଅନୁରୂପ ଭାବେ ବ୍ଲକସ୍ତରୀୟ ଅଧିକାରୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜିଥିଲା। ଫଳରେ ଏହି ଅଞ୍ଚଳରେ ଆଶାନୁରୂପ ବିକାଶ ହୋଇପାରିନାହିଁ। ଉକ୍ତ ସେତୁ ନିର୍ମାଣ ହେଲେ ଲୋକଙ୍କୁ ବ୍ଲକ ଆସିବା ପାଇଁ ୩୫ରୁ ୪୫କିମି ରାସ୍ତା କମିବ। ୩ କିଲୋମିଟର ଦୂରତା ବିଶିଷ୍ଟ ଏହି ସେତୁ ଲାଗି ଏବେ ପ୍ରାଥମିକ ଭାବେ କାମ ଆରମ୍ଭ ହୋଇଥିବା ବେଳେ ଅନୁଧ୍ୟାନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

ଗତକାଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଅଚାନକ ଲମତାପୁଟ ଗସ୍ତକରି ସିନ୍ଧିପୁଟ ଘାଟ ପରିଦର୍ଶନ କରିବା ପରେ ଲୋକଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ମନ୍ତ୍ରୀ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାମର ତଦାରଖ କରିଛନ୍ତି । ସେତୁ ନିର୍ମାଣ ହେଲେ କୋଲାବ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଓ ବିଛିନ୍ନାଞ୍ଚଳ ଭାବେ ରହିଥିବା ଉମ୍ବେଲ, ବନମାଳିପୁଟ, ଟିକରପଡା ଓ କୁମାରଗଞ୍ଜଣା ୪ଟି ପଞ୍ଚାୟତକୁ ଖୁବଶୀଘ୍ର ନିତିଦିନିଆ ରାସ୍ତା ମିଳିପାରିବ । ବ୍ଲକ ସଦର ମହକୁମାକୁ ଯୋଗାଯୋଗ ହୋଇପାରିବ । ୨୦ ହଜାରରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସୂଚନା ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପୋଡାଲ, ଜିଲ୍ଲା ବିଜେଡି ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ସାମାଜିକ କର୍ମୀ ମୁନା ଦଳପତି, ବିଶ୍ବ ବ୍ୟାଙ୍କର କନଷ୍ଟ୍ରକସନ ଚିଫ୍‌ ଇଂଜିନିୟର, କୋରାପୁଟର ଚିଫ୍‌ କନଷ୍ଟ୍ରକସନ ଇଂଜିନିୟର ପ୍ରମୁଖ ଗସ୍ତ କରିଥିଲେ ।

22 Jun 2022 By The Sakala

ସାକାର ହେବ କୋରାପୁଟବାସୀଙ୍କ ୫ ଦଶନ୍ଧିର ସ୍ବପ୍ନ : ଉପକୃତ ହେବେ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ

ଜୟପୁର : ପ୍ରାୟ ୫ ଦଶନ୍ଧି ପରେ ଏବେ ଲୋକଙ୍କ ସ୍ବପ୍ନ ସାକାର ହେବ। କୋରାପୁଟର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏ ବାବଦରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ୪ ପଞ୍ଚାୟତର ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବା ସହ ଲମତାପୁଟ ବ୍ଲକ ସହିତ ସିଧାସଳଖ ଯୋଡ଼ି ହେବେ ଏହି ଅଞ୍ଚଳବାସୀ। ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ସିନ୍ଧିପୁଟ ଘାଟ ଅଚାନକ ପରିଦର୍ଶନ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇଛି।

୧୯୭୫ରେ କୋଲାଵ ଜଳଭଣ୍ଡାର ନିର୍ମାଣ ପରେ ଜଳବନ୍ଦୀ ଜୀବନ ଅତିବାହିତ କରୁଥିଲେ ସ୍ଥାନୀୟ ବାସିନ୍ଦା। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସରକାର ସେଠାରେ ବିକାଶର ବାଟ ଖୋଲିଥିବା ବେଳେ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ ସରିଲେ କୋରାପୁଟ ଜିଲ୍ଲାର ଏହି ଦୀପାଞ୍ଚଳରେ ବିକାଶର  ସୂର୍ଯ୍ୟୋଦୟ ହେବ ବୋଲି କୁହାଯାଉଛି। କୋଲାବ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ହୋଇ ରହିଥିବା ଉମ୍ବେଲ, ବନମାଳିପୁଟ, ଟିକରପଡ଼ା ଓ କୁମାରଗଞ୍ଜଣା ଆଦି ୪ଟି ପଞ୍ଚାୟତ ବାସିନ୍ଦା ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେଲା ନିର୍ବାସିତ ଜୀବନ ବିତାଉଛନ୍ତି। ଘର ଡିହଠାରୁ ଆରମ୍ଭ କରି ବିଭିନ୍ନ ଭତ୍ତା, ପେନ୍‌ସନ ଆବେଦନ ଓ ଅନ୍ୟାନ୍ୟ ସୁବିଧା ଲାଗି ଏହି ପଞ୍ଚାୟତବାସୀ ଲମତାପୁଟ ବ୍ଲକ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ତେବେ ବ୍ଲକକୁ ଯିବାକୁ ହେଲେ ସେମାନଙ୍କ ପାଇଁ ଦେଶୀ ଡଙ୍ଗା କିମ୍ବା ଛୋଟିଆ ବୋଟ ହିଁ ଯାତାୟାତର ମାଧ୍ୟମ। ଗୋଟିଏ ବୋଲି ବୋଟରେ ଥରକୁ ୨୦ଜଣ ଯାତ୍ରୀ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିଥାନ୍ତି। ଜଳପଥରେ ବ୍ଲକ ପହଞ୍ଚିବା ପାଇଁ ପ୍ରାୟ ୧୫କିମି ବାଟ ହୋଇଥାଏ।

ଅପରପକ୍ଷରେ ସଡ଼କ ପଥରେ ଯିବାକୁ ହେଲେ ନନ୍ଦପୁର ବ୍ଲକ ସଦର ଦେଇ ଲମତାପୁଟ ପହଞ୍ଚିବାକୁ ୫୦ରୁ ୬୦କିମି ଅଧିକ ଯିବାକୁ ପଡ଼ିଥାଏ। ଏହାଦ୍ବାରା ଲୋକେ ଖର୍ଚ୍ଚାନ୍ତ ହେବା ସହ ବ୍ଲକରେ ପହଞ୍ଚିବା ସମୟସାପେକ୍ଷ ହେଉଥିଲା। ଅନୁରୂପ ଭାବେ ବ୍ଲକସ୍ତରୀୟ ଅଧିକାରୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜିଥିଲା। ଫଳରେ ଏହି ଅଞ୍ଚଳରେ ଆଶାନୁରୂପ ବିକାଶ ହୋଇପାରିନାହିଁ। ଉକ୍ତ ସେତୁ ନିର୍ମାଣ ହେଲେ ଲୋକଙ୍କୁ ବ୍ଲକ ଆସିବା ପାଇଁ ୩୫ରୁ ୪୫କିମି ରାସ୍ତା କମିବ। ୩ କିଲୋମିଟର ଦୂରତା ବିଶିଷ୍ଟ ଏହି ସେତୁ ଲାଗି ଏବେ ପ୍ରାଥମିକ ଭାବେ କାମ ଆରମ୍ଭ ହୋଇଥିବା ବେଳେ ଅନୁଧ୍ୟାନ ଆରମ୍ଭ ହୋଇଛି।

ଗତକାଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଅଚାନକ ଲମତାପୁଟ ଗସ୍ତକରି ସିନ୍ଧିପୁଟ ଘାଟ ପରିଦର୍ଶନ କରିବା ପରେ ଲୋକଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ମନ୍ତ୍ରୀ ସିନ୍ଧିପୁଟ ଘାଟରେ ସେତୁ ନିର୍ମାଣ କାମର ତଦାରଖ କରିଛନ୍ତି । ସେତୁ ନିର୍ମାଣ ହେଲେ କୋଲାବ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଓ ବିଛିନ୍ନାଞ୍ଚଳ ଭାବେ ରହିଥିବା ଉମ୍ବେଲ, ବନମାଳିପୁଟ, ଟିକରପଡା ଓ କୁମାରଗଞ୍ଜଣା ୪ଟି ପଞ୍ଚାୟତକୁ ଖୁବଶୀଘ୍ର ନିତିଦିନିଆ ରାସ୍ତା ମିଳିପାରିବ । ବ୍ଲକ ସଦର ମହକୁମାକୁ ଯୋଗାଯୋଗ ହୋଇପାରିବ । ୨୦ ହଜାରରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସୂଚନା ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପୋଡାଲ, ଜିଲ୍ଲା ବିଜେଡି ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ସାମାଜିକ କର୍ମୀ ମୁନା ଦଳପତି, ବିଶ୍ବ ବ୍ୟାଙ୍କର କନଷ୍ଟ୍ରକସନ ଚିଫ୍‌ ଇଂଜିନିୟର, କୋରାପୁଟର ଚିଫ୍‌ କନଷ୍ଟ୍ରକସନ ଇଂଜିନିୟର ପ୍ରମୁଖ ଗସ୍ତ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର