ମନୋରଞ୍ଜନ
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପରେ ସତର୍କ ହେଲା ଓଡ଼ିଶା
ଭୁବନେଶ୍ବର : ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ବାସ୍ଥ୍ୟ ବିଭାଗ । ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀ ପୁଣି ଲକଡାଉନ୍ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି ସତର୍କ […]
ଭୁବନେଶ୍ବର : ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ବାସ୍ଥ୍ୟ ବିଭାଗ । ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀ ପୁଣି ଲକଡାଉନ୍ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି । ଜିଲ୍ଲା ସହ ପ୍ରମୁଖ ସହରରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ କୁହାଯାଇଛି ।
ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।