ଡାକ୍ତର ଆନ୍ଦୋଳନ ରୋକିବାକୁ ରାଜ୍ୟରେ ଲାଗିଲା ଏସମା, ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର

Madhusudan Das Picture
Published On

ଭୁବନେଶ୍ୱର: ୧୦ ଦାବି ନେଇ ରାଜ୍ୟବ୍ୟାପୀ ଓମସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)ର ଆନ୍ଦୋଳନକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର। ଡାକ୍ତରଙ୍କ ଆନ୍ଦୋଳନ ଉପରେ ମଙ୍ଗଳାବାରଠାରୁ ଏସ୍‌ମା ଲାଗୁ କରିଛନ୍ତି। ଆସନ୍ତା ୬ ମାସ ଯାଏଁ ଡାକ୍ତରମାନେ ଆନ୍ଦୋଳନ/ଧର୍ମଘଟ କରିପାରିବେ ନାହିଁ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅପରପକ୍ଷେ ଏସ୍‌ମା ଲାଗୁ ସତ୍ତ୍ୱେ ଆନ୍ଦୋଳନ ଜାରି ରହିବ ବୋଲି ଓମସାର ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସୀ ଅଧିକାରୀ, ପାରାମେଡିକାଲ ଷ୍ଟାଫ୍‌, ଟେକ୍ସିସିଆନ ଏବଂ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।  ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ସୋମବାରଠାରୁ ସାରା ରାଜ୍ୟରେ ୨ ଘଣ୍ଟିଆ ଓପିଡି ସେବା ବର୍ଜନ କରିଛି ଓମସା। ଦିନବେଳା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଓମସା ଓପିଡି ସେବାରେ ସହଯୋଗ କରୁନଥିବାରୁ ରାଜ୍ୟବ୍ୟାପୀ ସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।  ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଗତକାଲି ପ୍ରତିକ୍ରିୟା ରଖିବା ସହ ଡାକ୍ତରମାନେ ସ୍ୱାସ୍ଥ୍ୟସେବାରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହାର ଦିନକ ପରେ ସରକାର ଡାକ୍ତରଙ୍କ ଧର୍ମଘଟ ଉପରେ ଏପରି କଟକଣା ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

07 Jan 2026 By Madhusudan Das

ଡାକ୍ତର ଆନ୍ଦୋଳନ ରୋକିବାକୁ ରାଜ୍ୟରେ ଲାଗିଲା ଏସମା, ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର

ଭୁବନେଶ୍ୱର: ୧୦ ଦାବି ନେଇ ରାଜ୍ୟବ୍ୟାପୀ ଓମସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)ର ଆନ୍ଦୋଳନକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର। ଡାକ୍ତରଙ୍କ ଆନ୍ଦୋଳନ ଉପରେ ମଙ୍ଗଳାବାରଠାରୁ ଏସ୍‌ମା ଲାଗୁ କରିଛନ୍ତି। ଆସନ୍ତା ୬ ମାସ ଯାଏଁ ଡାକ୍ତରମାନେ ଆନ୍ଦୋଳନ/ଧର୍ମଘଟ କରିପାରିବେ ନାହିଁ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅପରପକ୍ଷେ ଏସ୍‌ମା ଲାଗୁ ସତ୍ତ୍ୱେ ଆନ୍ଦୋଳନ ଜାରି ରହିବ ବୋଲି ଓମସାର ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ କହିଛନ୍ତି।

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସୀ ଅଧିକାରୀ, ପାରାମେଡିକାଲ ଷ୍ଟାଫ୍‌, ଟେକ୍ସିସିଆନ ଏବଂ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।  ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ସୋମବାରଠାରୁ ସାରା ରାଜ୍ୟରେ ୨ ଘଣ୍ଟିଆ ଓପିଡି ସେବା ବର୍ଜନ କରିଛି ଓମସା। ଦିନବେଳା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଓମସା ଓପିଡି ସେବାରେ ସହଯୋଗ କରୁନଥିବାରୁ ରାଜ୍ୟବ୍ୟାପୀ ସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।  ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଗତକାଲି ପ୍ରତିକ୍ରିୟା ରଖିବା ସହ ଡାକ୍ତରମାନେ ସ୍ୱାସ୍ଥ୍ୟସେବାରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହାର ଦିନକ ପରେ ସରକାର ଡାକ୍ତରଙ୍କ ଧର୍ମଘଟ ଉପରେ ଏପରି କଟକଣା ଜାରି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର