୮୦,୧୨୫ କୋଟିର ୭ ଶିଳ୍ପକୁ ଅନୁମୋଦନ : ୫ ଜିଲ୍ଲାର ୨୪,୫୫୨ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର : ଗୁରୁବାର ଦିନ ରାଜ୍ୟ ସରକାର ୮୦୧୨୫ କୋଟି ଟଙ୍କାର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌‌ଏଲ୍‌‌ସିଏ) ବୈଠକରେ ଏ ସବୁ ପ୍ରକଳ୍ପ ପ୍ରସ୍ତାବରେ ମୋହର ବାଜିଛି। ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ଔଷଧ, କେମିକାଲ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ସୂଚନା ଅନୁସାରେ […]

ଭୁବନେଶ୍ୱର : ଗୁରୁବାର ଦିନ ରାଜ୍ୟ ସରକାର ୮୦୧୨୫ କୋଟି ଟଙ୍କାର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌‌ଏଲ୍‌‌ସିଏ) ବୈଠକରେ ଏ ସବୁ ପ୍ରକଳ୍ପ ପ୍ରସ୍ତାବରେ ମୋହର ବାଜିଛି। ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ଔଷଧ, କେମିକାଲ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ସୂଚନା ଅନୁସାରେ ଗ୍ରାନୁଏଲ୍ସ ଲାଇଫ୍‌‌ ସାଇନ୍ସେସ୍‌‌ ପାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୧୧୦୦ କୋଟି ଟଙ୍କା ବିନିଯୋଗ କରି ଔଷଧ କାରଖାନା ପ୍ରତିଷ୍ଠା କରିବ। ଏଠାରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ। ଗ୍ରାନୁଏଲ୍ସ ସିଜେଡ୍‌‌ଆରଓ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୨୦୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ନିଜର ଔଷଧ କାରଖାନାରେ ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

ସେହିପରି ଖୋର୍ଦ୍ଧାରେ ଏସିଏମ୍‌‌ଇ ଗ୍ରୀନ୍‌‌ଟେକ୍‌‌ ଉର୍ଜା ପ୍ରା.ଲି ସବୁଜ ଶକ୍ତି ଉପକରଣ ପ୍ରସ୍ତୁତି କାରଖାନାରେ ୩୫, ୬୦୦ କୋଟି ଟଙ୍କା ନିବେଶ କରିବା ସହ ୬୨୭୨ ଜଣଙ୍କୁ ନିଯୁକ୍ତି ଦେବ। ୱାରୀ କ୍ଲିନ୍‌‌ ଏନଜୀ ସଲ୍ୟୁସନ୍ସ ଜଗତସିଂହପୁରରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀନ୍‌‌ ଆମୋନିଆ ଉତ୍ପାଦନ କରିବ। ଏଠାରେ କମ୍ପାନୀ ୧୨, ୪୮୦ କୋଟି ଟଙ୍କା ବିନିଯୋଗ କରି ୩୨୫୦ ଲୋକଙ୍କୁ ନିଯୁକ୍ତି ଦେବ। ଇଜି ସୋଲୱିନ୍‌‌ ହାଇବ୍ରିଡ୍‌‌ ପ୍ରା.ଲି ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ଗ୍ରୀନ୍‌‌ ଆମୋନିଆ କାରଖାନା ପ୍ରତିଷ୍ଠା କରିବା ଲାଗି ୬୩୩୦ କୋଟି ଟଙ୍କା ବିନିଯୋଗ କରିବ। ଏଠାରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଅକ୍ସନ୍‌‌ ଇସ୍ପାତ ଝାରସୁଗୁଡ଼ାରେ ନିଜ କାରଖାନାର ସମ୍ପ୍ରସାରଣ ଲାଗି ୨୧, ୦୦୦ କୋଟି ଟଙ୍କା ନିବେଶ କରିବ। ଏଠାରେ ୧୦୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ଅପରପକ୍ଷେ ଏଫ୍‌‌ଓବି ଟେକ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ୧୬୧୫ କୋଟି ଟଙ୍କା ନିବେଶ କରିବା ସହ ୧୫୦୦ ଲୋକଙ୍କୁ ନଯୁକ୍ତି ଦେବ।

ଆହୁରି ପଢ଼ନ୍ତୁ: ବିଶ୍ୱାସ ଭାଙ୍ଗିଛି ଶିକ୍ଷା ବିଭାଗ, ତୁରନ୍ତ ଇସ୍ତଫା ଦିଅନ୍ତୁ ଗଣଶିକ୍ଷାମନ୍ତ୍ରୀ: ନବୀନ

08 Mar 2024 By The Sakala

୮୦,୧୨୫ କୋଟିର ୭ ଶିଳ୍ପକୁ ଅନୁମୋଦନ : ୫ ଜିଲ୍ଲାର ୨୪,୫୫୨ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଗୁରୁବାର ଦିନ ରାଜ୍ୟ ସରକାର ୮୦୧୨୫ କୋଟି ଟଙ୍କାର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌‌ଏଲ୍‌‌ସିଏ) ବୈଠକରେ ଏ ସବୁ ପ୍ରକଳ୍ପ ପ୍ରସ୍ତାବରେ ମୋହର ବାଜିଛି। ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ଔଷଧ, କେମିକାଲ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ।

ସୂଚନା ଅନୁସାରେ ଗ୍ରାନୁଏଲ୍ସ ଲାଇଫ୍‌‌ ସାଇନ୍ସେସ୍‌‌ ପାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୧୧୦୦ କୋଟି ଟଙ୍କା ବିନିଯୋଗ କରି ଔଷଧ କାରଖାନା ପ୍ରତିଷ୍ଠା କରିବ। ଏଠାରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ। ଗ୍ରାନୁଏଲ୍ସ ସିଜେଡ୍‌‌ଆରଓ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ୨୦୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ନିଜର ଔଷଧ କାରଖାନାରେ ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ସେହିପରି ଖୋର୍ଦ୍ଧାରେ ଏସିଏମ୍‌‌ଇ ଗ୍ରୀନ୍‌‌ଟେକ୍‌‌ ଉର୍ଜା ପ୍ରା.ଲି ସବୁଜ ଶକ୍ତି ଉପକରଣ ପ୍ରସ୍ତୁତି କାରଖାନାରେ ୩୫, ୬୦୦ କୋଟି ଟଙ୍କା ନିବେଶ କରିବା ସହ ୬୨୭୨ ଜଣଙ୍କୁ ନିଯୁକ୍ତି ଦେବ। ୱାରୀ କ୍ଲିନ୍‌‌ ଏନଜୀ ସଲ୍ୟୁସନ୍ସ ଜଗତସିଂହପୁରରେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀନ୍‌‌ ଆମୋନିଆ ଉତ୍ପାଦନ କରିବ। ଏଠାରେ କମ୍ପାନୀ ୧୨, ୪୮୦ କୋଟି ଟଙ୍କା ବିନିଯୋଗ କରି ୩୨୫୦ ଲୋକଙ୍କୁ ନିଯୁକ୍ତି ଦେବ। ଇଜି ସୋଲୱିନ୍‌‌ ହାଇବ୍ରିଡ୍‌‌ ପ୍ରା.ଲି ଗୋପାଳପୁର ଏସ୍‌‌ଇଜେଡ୍‌‌ରେ ଗ୍ରୀନ୍‌‌ ଆମୋନିଆ କାରଖାନା ପ୍ରତିଷ୍ଠା କରିବା ଲାଗି ୬୩୩୦ କୋଟି ଟଙ୍କା ବିନିଯୋଗ କରିବ। ଏଠାରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଅକ୍ସନ୍‌‌ ଇସ୍ପାତ ଝାରସୁଗୁଡ଼ାରେ ନିଜ କାରଖାନାର ସମ୍ପ୍ରସାରଣ ଲାଗି ୨୧, ୦୦୦ କୋଟି ଟଙ୍କା ନିବେଶ କରିବ। ଏଠାରେ ୧୦୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି। ଅପରପକ୍ଷେ ଏଫ୍‌‌ଓବି ଟେକ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ୧୬୧୫ କୋଟି ଟଙ୍କା ନିବେଶ କରିବା ସହ ୧୫୦୦ ଲୋକଙ୍କୁ ନଯୁକ୍ତି ଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର