ଆସିଲା ଅକ୍ଟୋବର ଗାଇଡ୍‌ଲାଇନ୍‌ : ପାର୍ବଣ ପାଇଁ ହେଲା କଡା କଟକଣା, ପୌରାଞ୍ଚଳରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ

The Sakala Picture
Published On

ଭୁବନେଶ୍ବର : ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍‌ । ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ। ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ଅକ୍ଟୋବର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ଗାଇଡଲାଇନରେ ପାର୍ବଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପାର୍ବଣ ସମୟରେ କରୋନା ପୁଣିଥରେ କାୟା ମେଲାଇବାର ସମ୍ଭାବନା ଥିବାରୁ ସତର୍କ ରହିବା ନିହାତି ଦରକାର। ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ଏସଆରସି ପ୍ରଦୀପ ଜେନା […]

ଭୁବନେଶ୍ବର : ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍‌ । ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ। ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ଅକ୍ଟୋବର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ଗାଇଡଲାଇନରେ ପାର୍ବଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପାର୍ବଣ ସମୟରେ କରୋନା ପୁଣିଥରେ କାୟା ମେଲାଇବାର ସମ୍ଭାବନା ଥିବାରୁ ସତର୍କ ରହିବା ନିହାତି ଦରକାର। ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ପୂଜା ସମୟରେ କଟକ-ଭୁବନେଶ୍ବରରେ ଅଧିକ ଭିଡ ରହୁଥିବା କାରଣରୁ ଏହି ଦୁଇ ସହର ପାଇଁ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଯାଇଛି। ଟ୍ବିନ୍‌ ସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଏହି ନିୟମ ରହିବ । ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର

ସେହିପରି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି। ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହୋଇପାରିବେ। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ। କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ।

ଆଗକୁ କରୋନାର ସାମ୍ଭବ୍ୟ ତୃତୀୟ ଲହର ଆସୁଥିବା କାରଣରୁ ପାର୍ବଣ ସମୟରେ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

30 Sep 2021 By The Sakala

ଆସିଲା ଅକ୍ଟୋବର ଗାଇଡ୍‌ଲାଇନ୍‌ : ପାର୍ବଣ ପାଇଁ ହେଲା କଡା କଟକଣା, ପୌରାଞ୍ଚଳରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର : ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍‌ । ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ। ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ଅକ୍ଟୋବର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ଗାଇଡଲାଇନରେ ପାର୍ବଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପାର୍ବଣ ସମୟରେ କରୋନା ପୁଣିଥରେ କାୟା ମେଲାଇବାର ସମ୍ଭାବନା ଥିବାରୁ ସତର୍କ ରହିବା ନିହାତି ଦରକାର। ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ କହିଛନ୍ତି।

ପୂଜା ସମୟରେ କଟକ-ଭୁବନେଶ୍ବରରେ ଅଧିକ ଭିଡ ରହୁଥିବା କାରଣରୁ ଏହି ଦୁଇ ସହର ପାଇଁ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଯାଇଛି। ଟ୍ବିନ୍‌ ସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଏହି ନିୟମ ରହିବ । ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି।

ସେହିପରି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି। ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହୋଇପାରିବେ। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ। କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ।

ଆଗକୁ କରୋନାର ସାମ୍ଭବ୍ୟ ତୃତୀୟ ଲହର ଆସୁଥିବା କାରଣରୁ ପାର୍ବଣ ସମୟରେ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର