ସ୍ବଚ୍ଛତା ପାଇଁ ରାସ୍ତାକଡ଼ ଏବଂ ସର୍ବସାଧାରଣ ସ୍ଥାନରୁ ହଟିବ ଜବରଦଖଲ

The Sakala Picture
Published On

ଭୁବନେଶ୍ୱର: ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାସ୍ତାକଡ଼ର ପରିତ୍ୟକ୍ତ ଏବଂ ପୂରାତନ ଗାଡ଼ି, କ୍ୟାବିନ୍‌ ପ୍ରଭୁତିକୁ ଦୂରାଇବା ନେଇ ଆଲୋଚନା ହୋଇଛି। ବିଏମ୍‌ସି ବୈଠକ ଗୃହରେ ସମ୍ପୃକ୍ତ ପରିମଳ ଏବଂ ଇଂଜିନିୟରିଂ ଉପବିଭାଗର ସଫେଇ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। ସହରର ବିଭିନ୍ନ ସ୍ଥାନରେ ପୁରୁଣା […]

ଭୁବନେଶ୍ୱର: ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାସ୍ତାକଡ଼ର ପରିତ୍ୟକ୍ତ ଏବଂ ପୂରାତନ ଗାଡ଼ି, କ୍ୟାବିନ୍‌ ପ୍ରଭୁତିକୁ ଦୂରାଇବା ନେଇ ଆଲୋଚନା ହୋଇଛି। ବିଏମ୍‌ସି ବୈଠକ ଗୃହରେ ସମ୍ପୃକ୍ତ ପରିମଳ ଏବଂ ଇଂଜିନିୟରିଂ ଉପବିଭାଗର ସଫେଇ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ

ସହରର ବିଭିନ୍ନ ସ୍ଥାନରେ ପୁରୁଣା ଭଙ୍ଗା ଗାଡ଼ି, କ୍ୟାବିନ୍‌, ଠେଲା, ବାଉଁଶ, ପଟି ଆଦି ପଡିରହି ସହରର ଶୋଭାକୁ ନଷ୍ଟ କରିବା ସହିତ ପରିମଳରେ ବାଧକ ସାଜିଛି। ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟି ଦିଆଯାଉଥିବାବେଳେ ଏଭଳି ଅଦରକାରୀ ସାମଗ୍ରୀ ଅଳିଆ ଆବର୍ଜନାର ସ୍ଥାନ ପାଲଟିଛି। ଏହା ସାଙ୍ଗକୁ ପରିତ୍ୟକ୍ତ ଆସବାବପତ୍ର ମଧ୍ୟ ବେଆଇନ ଭାବେ ଜାଗା ଜବରଦଖଲ କରୁଛି। ତେଣୁ ଏସବୁର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଉଛି। ବିଏମ୍‌ସି ସହିତ କମିଶନରରେଟ ପୁଲିସ୍‌ ଏବଂ ଅନ୍ୟ ସଂଯୁକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ଓ ପଦକ୍ଷେପର ନକ୍ସା ପ୍ରସ୍ତୁତ କରଯାଉଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

ଅନେକ ସ୍ଥାନରେ ଏପରିକି ଡ୍ରେନ ଉପରେ ଅସ୍ଥାୟୀ ଘର ଭଳି କରିଥିବା ପୁରୁଣା ଗାଡ଼ି ଇତ୍ୟାଦି ରଖିଥିବାର ଦୃଶ୍ୟ ସ୍ବତନ୍ତ୍ର ଫଟୋ ଦ୍ୱାରା ଅଣାଯାଇ, ସ୍ଥାନ ଅନୁଯାୟୀ କେଉଁଠି କଣ ସବୁ ରହିଛି ତାହାର ଆକଳନ ମଧ୍ୟ କରାଯିବ। ତେବେ କୌଣସି ବ୍ୟକ୍ତିଙ୍କର ଏପରି କିଛି ସାମଗ୍ରୀ ରାସ୍ତା ଉପରେ ରହିଥିଲେ ସେମାନେ ସମୟ ପୂର୍ବରୁ ଏହାକୁ ଉଠାଇ ନେବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ତେଣୁ ଏପରି ପରିତ୍ୟକ୍ତ ଆସବାବଗୁଡିକୁ ହଟାଇ ନେଇ ସମ୍ପୃକ୍ତ ବ୍ୟକ୍ତି ସହର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟ ବିକାଶରେ ସହଯୋଗୀମୂଳକ ଆଚରଣ ଦେଖାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

05 Jul 2022 By The Sakala

ସ୍ବଚ୍ଛତା ପାଇଁ ରାସ୍ତାକଡ଼ ଏବଂ ସର୍ବସାଧାରଣ ସ୍ଥାନରୁ ହଟିବ ଜବରଦଖଲ

ଭୁବନେଶ୍ୱର: ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାସ୍ତାକଡ଼ର ପରିତ୍ୟକ୍ତ ଏବଂ ପୂରାତନ ଗାଡ଼ି, କ୍ୟାବିନ୍‌ ପ୍ରଭୁତିକୁ ଦୂରାଇବା ନେଇ ଆଲୋଚନା ହୋଇଛି। ବିଏମ୍‌ସି ବୈଠକ ଗୃହରେ ସମ୍ପୃକ୍ତ ପରିମଳ ଏବଂ ଇଂଜିନିୟରିଂ ଉପବିଭାଗର ସଫେଇ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି।

ସହରର ବିଭିନ୍ନ ସ୍ଥାନରେ ପୁରୁଣା ଭଙ୍ଗା ଗାଡ଼ି, କ୍ୟାବିନ୍‌, ଠେଲା, ବାଉଁଶ, ପଟି ଆଦି ପଡିରହି ସହରର ଶୋଭାକୁ ନଷ୍ଟ କରିବା ସହିତ ପରିମଳରେ ବାଧକ ସାଜିଛି। ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟି ଦିଆଯାଉଥିବାବେଳେ ଏଭଳି ଅଦରକାରୀ ସାମଗ୍ରୀ ଅଳିଆ ଆବର୍ଜନାର ସ୍ଥାନ ପାଲଟିଛି। ଏହା ସାଙ୍ଗକୁ ପରିତ୍ୟକ୍ତ ଆସବାବପତ୍ର ମଧ୍ୟ ବେଆଇନ ଭାବେ ଜାଗା ଜବରଦଖଲ କରୁଛି। ତେଣୁ ଏସବୁର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଉଛି। ବିଏମ୍‌ସି ସହିତ କମିଶନରରେଟ ପୁଲିସ୍‌ ଏବଂ ଅନ୍ୟ ସଂଯୁକ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ଓ ପଦକ୍ଷେପର ନକ୍ସା ପ୍ରସ୍ତୁତ କରଯାଉଛି।

ଅନେକ ସ୍ଥାନରେ ଏପରିକି ଡ୍ରେନ ଉପରେ ଅସ୍ଥାୟୀ ଘର ଭଳି କରିଥିବା ପୁରୁଣା ଗାଡ଼ି ଇତ୍ୟାଦି ରଖିଥିବାର ଦୃଶ୍ୟ ସ୍ବତନ୍ତ୍ର ଫଟୋ ଦ୍ୱାରା ଅଣାଯାଇ, ସ୍ଥାନ ଅନୁଯାୟୀ କେଉଁଠି କଣ ସବୁ ରହିଛି ତାହାର ଆକଳନ ମଧ୍ୟ କରାଯିବ। ତେବେ କୌଣସି ବ୍ୟକ୍ତିଙ୍କର ଏପରି କିଛି ସାମଗ୍ରୀ ରାସ୍ତା ଉପରେ ରହିଥିଲେ ସେମାନେ ସମୟ ପୂର୍ବରୁ ଏହାକୁ ଉଠାଇ ନେବାକୁ ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ତେଣୁ ଏପରି ପରିତ୍ୟକ୍ତ ଆସବାବଗୁଡିକୁ ହଟାଇ ନେଇ ସମ୍ପୃକ୍ତ ବ୍ୟକ୍ତି ସହର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟ ବିକାଶରେ ସହଯୋଗୀମୂଳକ ଆଚରଣ ଦେଖାଇବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର