ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ
ଭୁବନେଶ୍ୱର: ରାଜଧାନୀରେ ପୁଣି ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା। ଧିରିକୁରି ବସ୍ତିରେ ଘରେ ପଶିଗଲା କାର୍। ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର । ଭାଙ୍ଗିଲା ଘର ପାଚେରୀ କାନ୍ଥ ଓ ଗାଧୁଆ ଘର। ଗାଡ଼ି ଟିର ଚାରିପଟୁ ଭାଙ୍ଗିରୁଜି ହୋଇଛି ଚୁରମାର୍। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ। ୭ଜଣଙ୍କ ମଧ୍ୟରେ ଥିଲା ୧୫ଦିନର ଶିଶୁପୁତ୍ର। କାର ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି । XUV କାରରେ ଫସି ରହିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପିଶିଆର୍ ଟିମ୍। ଡ଼୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ମଞ୍ଚେଶ୍ଵର ଥାନା ପୋଲିସର ଛାନଭିନ ଚଳାଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ରେଳ ଡବା କାରଖାନା ଆଡ଼ୁ ଏକ କାରଟି ଦ୍ରୁତଗତିରେ ଆସିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ସିଧା ବସ୍ତି ଭିତରକୁ ଯାଇଥିଲା ଏବଂ ଜଣଙ୍କ ଝୁମ୍ପୁଡ଼ି ଘର ଉପରକୁ ମାଡ଼ି ଯାଇଥିଲା । ଗାଡ଼ିର ବେଗ ଏତେ ଦ୍ରୁତ ଥିଲା ଯେ ଘର ସହିତ ତାଙ୍କ ପଡ଼ୋଶୀଙ୍କ କାନ୍ଥ ଭାଙ୍ଗି ଦେଇଥିଲା ଏବଂ ଅଟକି ଯାଇଥିଲା । ସୌଭାଗ୍ୟକୁ ଝୁମ୍ପୁଡ଼ିର ଶୋଇବା ଘର ବେଶି କ୍ଷତିଗ୍ରସ୍ତ ହୋଇନଥିଲା। ସେହିଭଳି କାନ୍ଥ ଭାଙ୍ଗିଯିବାରୁ ଭିତରେ ଶୋଇଥିବା କିଛି ଲୋକ ଆହତ ହୋଇଥିଲେ । ଏଥିସହିତ କାର୍ ଧକ୍କାରେ ଦୁଇଟି ବାଇକ୍ ମଧ୍ୟ ଭାଙ୍ଗିଯାଇଛି। ଘଟଣା ପରେ ବସ୍ତି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଆହତ ଲୋକଙ୍କ ଚିତ୍କାର ଶୁଣି ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ସେମାନେ ଗାଡ଼ିଟିକୁ ବାଡ଼େଇ ଭାଙ୍ଗିଦେବା ସହିତ ଚାଳକକୁ ବାନ୍ଧି ମାରଧର କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଓ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସେମାନଙ୍କ କବଳରୁ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଥିଲା।