ବୋଲେରୋ- ବାଇକ ମୁହାଁମୁହିଁ ଧକ୍କାରେ ୨ ଭାଇ ମୃତ

The Sakala Picture
Published On

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର ଜଡାମୁଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିିଛି।  ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ଘଟଣା ସ୍ଥଳରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଲେ ସେହି ବ୍ଲକର ବାଂଜିବାହାଲ ପଲସିପାଣି ସ୍ଥିତ ସାଲେପଡ଼ା ଗ୍ରାମର ଲୋକନାଥ ଶବର ଓ ଟିମନ ଶବର। ସୂଚନା ଅନୁଯାୟୀ, ଦୁଇ ଭାଇ ଆଜି ସକାଳ ୧୦ ଟା ବେଳେ କୌଣସି […]

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର ଜଡାମୁଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିିଛି।  ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ଘଟଣା ସ୍ଥଳରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଲେ ସେହି ବ୍ଲକର ବାଂଜିବାହାଲ ପଲସିପାଣି ସ୍ଥିତ ସାଲେପଡ଼ା ଗ୍ରାମର ଲୋକନାଥ ଶବର ଓ ଟିମନ ଶବର।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସୂଚନା ଅନୁଯାୟୀ, ଦୁଇ ଭାଇ ଆଜି ସକାଳ ୧୦ ଟା ବେଳେ କୌଣସି କାମରେ ଟିକ୍ରାପଡ଼ା ଗାଁକୁ ଏକ ଗ୍ଲାମର ବାଇକ ସାହାଯ୍ୟରେ ଆସୁଥିବା ବେଳେ ଅପରପଟୁ ଆସୁଥିବା ଏକ ବୋଲେରୋ ଗାଡି ସହିତ ଜଡାମୁଣ୍ଡା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ କୋମନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦୁଇ ଭାଇଙ୍କୁ କୋମନା ମେଡିକାଲକୁ ଆଣି ଭର୍ତି କରିଥିଲେ। ଅପରପକ୍ଷେ, କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

12 Jul 2021 By The Sakala

ବୋଲେରୋ- ବାଇକ ମୁହାଁମୁହିଁ ଧକ୍କାରେ ୨ ଭାଇ ମୃତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର ଜଡାମୁଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିିଛି।  ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ଘଟଣା ସ୍ଥଳରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଲେ ସେହି ବ୍ଲକର ବାଂଜିବାହାଲ ପଲସିପାଣି ସ୍ଥିତ ସାଲେପଡ଼ା ଗ୍ରାମର ଲୋକନାଥ ଶବର ଓ ଟିମନ ଶବର।

ସୂଚନା ଅନୁଯାୟୀ, ଦୁଇ ଭାଇ ଆଜି ସକାଳ ୧୦ ଟା ବେଳେ କୌଣସି କାମରେ ଟିକ୍ରାପଡ଼ା ଗାଁକୁ ଏକ ଗ୍ଲାମର ବାଇକ ସାହାଯ୍ୟରେ ଆସୁଥିବା ବେଳେ ଅପରପଟୁ ଆସୁଥିବା ଏକ ବୋଲେରୋ ଗାଡି ସହିତ ଜଡାମୁଣ୍ଡା ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ କୋମନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦୁଇ ଭାଇଙ୍କୁ କୋମନା ମେଡିକାଲକୁ ଆଣି ଭର୍ତି କରିଥିଲେ। ଅପରପକ୍ଷେ, କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁୁଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/nuapada/bolero-bike-accident-2-death/article-3695
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର