ଯୌତୁକ ଦାବିରେ ନବ ବଧୂଙ୍କ ତଣ୍ଟି ଚିପି ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ିଦେଇଥିବା ଅଭିଯୋଗ

The Sakala Picture
Published On

କେନ୍ଦ୍ରାପଡା: ବିବାହର ୪ ମାସ ନପୁରୁଣୁ ଅଧିକ ଯୌତୁକ ଦାବି କରି ତଣ୍ଟି ଚିପି ହତ୍ୟା କରାଯିବା ପରେ ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେଲେ । ଏହି ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାକୁ ଯାଇ ଡ୍ରେସ ଆଇରନ କରୁ କରୁ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ନେଇ ପ୍ରଚାର କଲେ। ପୋଡା ମୃତ ଶରୀର ମେଡିକାଲ ନେଇ ସେଠାରୁ ଫେରାର ହୋଇଗଲେ । ଖବରପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି […]

କେନ୍ଦ୍ରାପଡା: ବିବାହର ୪ ମାସ ନପୁରୁଣୁ ଅଧିକ ଯୌତୁକ ଦାବି କରି ତଣ୍ଟି ଚିପି ହତ୍ୟା କରାଯିବା ପରେ ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେଲେ । ଏହି ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାକୁ ଯାଇ ଡ୍ରେସ ଆଇରନ କରୁ କରୁ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ନେଇ ପ୍ରଚାର କଲେ। ପୋଡା ମୃତ ଶରୀର ମେଡିକାଲ ନେଇ ସେଠାରୁ ଫେରାର ହୋଇଗଲେ । ଖବରପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିବାରୁ ଘର ଭିତର ସାରା ପେଟ୍ରୋଲ ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଘରକୁ ସିଜ କରାଯାଇଛି ।

ଆହୁରି ପଢ଼ନ୍ତୁ: ରଙ୍ଗ ପସରାରେ ରଙ୍ଗୀନ ସହରର ଗଳିକନ୍ଦି; ପିଲାଙ୍କ ମନ ମୋହୁଛି ଆକର୍ଷଣୀୟ ମୁଖା

ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ହଳଦୀଆ ଗାଁ ରେ । ଏହି ସୁପରକଳ୍ପିତ ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାର ଷଡଯନ୍ତ୍ର ଧରାପଡିଯାଇଛି । ଡ୍ରେସ ଆଇରନ ଦେଲାବେଳେ ଶରୀର ଶତ ପ୍ରତିସତ କେମିତି ଜଳିଯିବ ସେ ନେଇ ପୋଲିସ ପଚାରିବାରୁ ସ୍ୱାମୀ ନିରବ ହୋଇଗଲେ। ସ୍ୱାମୀ, ଶଶୁର, ଶାଶୁ, ଢ଼େଢଶୁର ଓ ଦିଅର ପୋଡି ମାରିଥିବାର ଅଭିଯୋଗ ଆଣିଛନ୍ତି ନବ ବଧୂର ପରିବାର ଲୋକେ । ଏନେଇ କେନ୍ଦ୍ରାପଡ଼ା ସଦରଥାନାରେ ଏତଲା ଦେଇଛନ୍ତି ନବ ବଧୂର ପରିବାର ।

ଆହୁରି ପଢ଼ନ୍ତୁ: ରାସ୍ତାରେ କଥା ହେଉଥିବା ବେଳେ ଜବରଦସ୍ତି ବିବାହ କରାଇଦେଲେ ସ୍ଥାନୀୟ ଲୋକେ, ଉଭୟ ଥାନାରେ ଅଟକ

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୌସୁଧା ଗ୍ରାମପଞ୍ଚାୟତ ପରମାନନ୍ଦପୁରର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଝିଅ ମିତା କୁଣ୍ଡ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ହଳଦୀଆ ଗାଁ ର ପ୍ରଭାତ ନନ୍ଦୀଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ଓ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଏମିତିକି ଝିଅକୁ ପରିବାର ଲୋକଙ୍କ ସହ ବିବାହ ଦିନରୁ ମୋବାଇଲରେ କଥାବାର୍ତ୍ତା କରାଇ ଦେଉନଥିଲେ ବୋଲି ଅଭିଯୋଗ ହୋଇଛି । ଗତକାଲି ହଠାତ ବାପଘର ଲୋକ ଙ୍କୁ ଫୋନ ଆସିଲା କି ତୁମ ଝିଅ ଡ୍ରେସ ଆଇରନ ଦେଲା ବେଳେ ପୋଡି ହେଇଯାଇଛି । ନବ ବଧୂଙ୍କ ପରିବାର ଲୋକେ ପହଁଚିଲା ପରେ ସମ୍ପୂର୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମେଡିକାଲ ନ ନେଇ ଶାଶୁଘର ଲୋକେ ସେମିତି ଘରେ ପକେଇ ରଖିଥିଲେ। ମିତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମିତାଙ୍କ ମୃତଶରୀର ପୋଷ୍ଟମୋର୍ଟମ କରାଯାଇଛି । ଏହି ହତ୍ୟାକାଣ୍ଡରେ ପୋଲିସ କେବଳ ମିତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ହେଲେ ମୃତ ମିତାଙ୍କ ଶଶୁର ଘରଲୋକେ ଫେରାର ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: ବିଜେଡ଼ି

ଏନେଇ ମୃତ ମିତାଙ୍କ ବଡ଼ ଭାଇ ଅକ୍ଷୟ କୁମାର କୁଣ୍ଡ କୁହନ୍ତି ବିବାହର ମାତ୍ର ଅଳ୍ପ ଦିନରେ ଭଉଣୀଙ୍କୁ ଶାରୀରିକ ଆଉ ମାନସିକ ନିର୍ଯାତନା ଦେଉଥିଲେ ଆଉ ଏବେ ଭଉଣୀକୁ ମୋର ହତ୍ୟା କରିବା ପରେ ପୋଡି ଦେଲେ । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ସେ ନିବେଦନ କରିଛନ୍ତି । ଏନେଇ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଘଠନ ଜିଲ୍ଲା ସମ୍ପାଦକ ହୀରାମଣି ରାଉତ କୁହନ୍ତି ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସେ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp