ଗାଁରୁ ଗଡ଼ିବ ସରକାରୀ ଗାଡ଼ି : ସାକାର ହେବ ରାଜଧାନୀ ସହ ପଞ୍ଚାୟତ ଯୋଡ଼ିହେବା ସ୍ୱପ୍ନ, ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀ ସହ ଯୋଡ଼ି ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ। କେବଳ ରାଜଧାନୀ ନୁହେଁ, ଶ୍ରୀକ୍ଷେତ୍ର ସହ ମଧ୍ୟ ଅନାୟାସରେ ଯୋଡ଼ିହେବ ପଞ୍ଚାୟତ। ଲୋକେସନ୍‌‌ ଆକ୍ସେସିବଲ୍‌‌ ମଲ୍ଟିମୋଡାଲ ଇନିସିଏଟିଭ୍‌‌ (ଲାକ୍‌‌ମୀ) ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବସ୍‌‌ କିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଛି ବସ୍‌‌ ଆସି ପହଞ୍ଚି ସାରିଛି। ବସ୍‌‌ଷ୍ଟାଣ୍ଡ ନିର୍ମାଣ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଥିବା […]

ଭୁବନେଶ୍ୱର : ରାଜଧାନୀ ସହ ଯୋଡ଼ି ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ। କେବଳ ରାଜଧାନୀ ନୁହେଁ, ଶ୍ରୀକ୍ଷେତ୍ର ସହ ମଧ୍ୟ ଅନାୟାସରେ ଯୋଡ଼ିହେବ ପଞ୍ଚାୟତ। ଲୋକେସନ୍‌‌ ଆକ୍ସେସିବଲ୍‌‌ ମଲ୍ଟିମୋଡାଲ ଇନିସିଏଟିଭ୍‌‌ (ଲାକ୍‌‌ମୀ) ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବସ୍‌‌ କିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଛି ବସ୍‌‌ ଆସି ପହଞ୍ଚି ସାରିଛି। ବସ୍‌‌ଷ୍ଟାଣ୍ଡ ନିର୍ମାଣ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଥିବା ବେଳେ ବସ୍‌‌ ସେବା ଆରମ୍ଭକୁ ଅପେକ୍ଷା ରହିଛି। ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସରକାର ଲାକ୍‌‌ମୀ ଯୋଜନା ପାଇଁ ୩୧୭୮କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର କରାଯାଇଛି। ପ୍ରଦର୍ଶନ ଆଧାରରେ ଆଗକୁ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏହି ମହତ୍ତ୍ବାକାଂକ୍ଷୀ ଯୋଜନା କାର୍ଯ୍ୟାନ୍ୱୟନ ପାଇଁ ପ୍ରଥମ ପର୍ଯ୍ୟାୟରେ ନୂଆ ବସ୍‌‌ ଆସି ଓଡ଼ିଶାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ୍‌‌ ‘ଏକ୍ସ’(ପୂର୍ବତନ ଟୁଇଟର୍‌‌)ରେ ଏହି ବସ୍‌‌ର ଫଟୋ ପୋଷ୍ଟ କରିଛନ୍ତି। ୯ଟି ବସ୍‌‌ ମାଲକାନଗିରି ଜିଲ୍ଲାରେ ପହଞ୍ଚିଥିବା ଜଣାପଡ଼ିଛି। ଲାକ୍‌ମୀ ବସ୍‌‌ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଚଳାଚଳ କରିବ। ଏହି ଯୋଜନା ଅଧୀନରେ ୧ହଜାରରୁ ଅଧିକ ବସ୍‌‌ ନିୟୋଜିତ ହେବ। ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ରାଜ୍ୟ କ୍ୟାବିନେଟ୍‌‌ରେ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ। ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇଥିଲେ ସୁଦ୍ଧା ସେହି ଅନୁପାତରେ ସାର୍ବଜନୀନ ପରିବହନ ପାଇଁ ବ୍ୟବସ୍ଥାର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଯାତ୍ରୀ ଓ ପଣ୍ୟ ପରିବହନ ସ୍ଥାୟୀ, ସୁଲଭ, ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଲାକ୍‌‌ମୀ ଯୋଜନା ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରିବା ସହ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତେବେ ସୁଦୂର ପ୍ରସାରୀ ହେବାକୁ ଥିବା ଏହି ଯୋଜନା ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଥିଲା।
ଲାକ୍‌‌ମୀ ଯୋଜନାରେ ପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି। ଯୋଜନା ଅଧୀନରେ ବ୍ଲକ ଓ ଜିଲ୍ଲା ସ୍ତରରେ ବସ୍‌‌ଷ୍ଟାଣ୍ଡ ନିର୍ମାଣ କରାଯିବ। ମହିଳା ସଶକ୍ତୀକରଣ ଲକ୍ଷ୍ୟରେ ବସ୍‌‌ଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ବ୍ଲକ୍‌ଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ।

ଅପରପକ୍ଷେ କୃଷିଜାତ ଦ୍ରବ୍ୟକୁ ସେମାନଙ୍କ ଉତ୍ପାଦନସ୍ଥଳରୁ ବଜାର ପର୍ଯ୍ୟନ୍ତ ଉନ୍ନତ ପରିବହନ ବ୍ୟବସ୍ଥା ଦ୍ୱାରା ପହଞ୍ଚାଇ ପାରିବେ। ଏହି ଯୋଜନା ଅଧୀନରେ ବ୍ଲକ୍‌ ସଂଯୋଗୀକରଣ ଦ୍ୱାରା ପଞ୍ଚାୟତ ଓ ଏହାର ବ୍ଲକ୍‌ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସୁବିଧା କରିବା, ଜିଲ୍ଲା ସଂଯୋଗୀକରଣ ଦ୍ୱାରା ବ୍ଲକ ମୁଖ୍ୟାଳୟକୁ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟ ସହ ଯୋଗାଯୋଗ ସୁବିଧା କରାଯିବ। ‘ଜଗନ୍ନାଥ ଏକ୍ସପ୍ରେସ୍‌‌’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯିବ। ସେହିପରି ‘ଲାକ୍‌ମୀ ଏକ୍ସପ୍ରେସ୍‌‌’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ।

26 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର