ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ପାଇଁ ଝୁଲି ପଡ଼ିଲେ ୨ ନାବାଳକ ପୁଅ, ହତ୍ୟା ଅଭିଯୋଗ ଆଣିଲେ ସ୍ଥାନୀୟଲୋକେ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ବାପା କହିଥିବାବେଳେ ସେପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ […]

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ବାପା କହିଥିବାବେଳେ ସେପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି। ୧୫ ବର୍ଷ ତଳେ ବିବାହ ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅ ବୟସ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ କୁମ ୩ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ପୁନର୍ବାର ପ୍ରକାଶଙ୍କ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚୁତ ମହାନ୍ତି କହିଛନ୍ତି। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି। ଅନ୍ୟପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

10 Mar 2025 By The Sakala

ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ପାଇଁ ଝୁଲି ପଡ଼ିଲେ ୨ ନାବାଳକ ପୁଅ, ହତ୍ୟା ଅଭିଯୋଗ ଆଣିଲେ ସ୍ଥାନୀୟଲୋକେ

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ବାପା କହିଥିବାବେଳେ ସେପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଫତେଗଡ଼ ଥାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି। ୧୫ ବର୍ଷ ତଳେ ବିବାହ ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅ ବୟସ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ କୁମ ୩ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ପୁନର୍ବାର ପ୍ରକାଶଙ୍କ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚୁତ ମହାନ୍ତି କହିଛନ୍ତି। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି। ଅନ୍ୟପଟେ ବାପା ନିଜ ପୁଅଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର