ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

Madhusudan Das Picture
Published On

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ଅନୁଗୁଳ ଟାଉନ ଥାନା ପିଟିସି ଛକ ନିକଟରେ ମହିଳାଙ୍କୁ ଛୁରାମାଡ ହୋଇଛି । ଗୁରୁତର ମହିଳା ଜଣଙ୍କ ହେଲେ ପଞ୍ଚମହଲା ଅଞ୍ଚଳର ଲିଟୁ ବେହେରାଙ୍କ ସ୍ତ୍ରୀ ତୁଳସୀ ବେହେରା। ସ୍ୱାମୀ ଲିଟୁ ସ୍ତ୍ରୀ ତୁଳସୀଙ୍କ ସହ ଝଗଡ଼ା କରିବା ସହ ଏକ ଛୁରୀ ସହାଯ୍ୟରେ ପେଟ ଓ ମୁହଁକୁ ଆକ୍ରମଣ କରି ଫେରାର ହୋଇଯାଇଛି । 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତୁଳସୀଙ୍କ ମା’ଙ୍କ ଅଭିଯୋଗ ଅନୁସାରେ କୌଣସି କାରଣରୁ ଦୁହେଁ କିଛି ଦିନ ହେଲା ଅଲଗା ରହୁଥିଲେ। ତୁଳସୀ ପିଟିସ ଛକ ନିକଟରେ ଥିବା ଏକ ବାଇକ ଶୋ’ରୁମରେ କାର୍ଯ୍ୟ କରନ୍ତି। ଲିଟୁ ଅଧିକାଂଶ ଦିନ ଶୋରୁମକୁ ଯାଇ ତୁଳସୀଙ୍କ ସହ ଝଗଡା କରନ୍ତି । ଆଜି ବି ଲିଟୁ ଶୋରୁମକୁ ଯାଇ ଝଗଡ଼ା କରିଥିଲେ। ଝଗଡ଼ାରେ ଉତକ୍ଷୀପ୍ତ ହୋଇ ଏକ ଛୁରୀ ବାହାର କରି ତୁଳସୀଙ୍କ ମୁହଁ ଓ ପେଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଲିଟୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

21 Apr 2026 By Madhusudan Das

ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର । ଅନୁଗୁଳ ଟାଉନ ଥାନା ପିଟିସି ଛକ ନିକଟରେ ମହିଳାଙ୍କୁ ଛୁରାମାଡ ହୋଇଛି । ଗୁରୁତର ମହିଳା ଜଣଙ୍କ ହେଲେ ପଞ୍ଚମହଲା ଅଞ୍ଚଳର ଲିଟୁ ବେହେରାଙ୍କ ସ୍ତ୍ରୀ ତୁଳସୀ ବେହେରା। ସ୍ୱାମୀ ଲିଟୁ ସ୍ତ୍ରୀ ତୁଳସୀଙ୍କ ସହ ଝଗଡ଼ା କରିବା ସହ ଏକ ଛୁରୀ ସହାଯ୍ୟରେ ପେଟ ଓ ମୁହଁକୁ ଆକ୍ରମଣ କରି ଫେରାର ହୋଇଯାଇଛି । 

ତୁଳସୀଙ୍କ ମା’ଙ୍କ ଅଭିଯୋଗ ଅନୁସାରେ କୌଣସି କାରଣରୁ ଦୁହେଁ କିଛି ଦିନ ହେଲା ଅଲଗା ରହୁଥିଲେ। ତୁଳସୀ ପିଟିସ ଛକ ନିକଟରେ ଥିବା ଏକ ବାଇକ ଶୋ’ରୁମରେ କାର୍ଯ୍ୟ କରନ୍ତି। ଲିଟୁ ଅଧିକାଂଶ ଦିନ ଶୋରୁମକୁ ଯାଇ ତୁଳସୀଙ୍କ ସହ ଝଗଡା କରନ୍ତି । ଆଜି ବି ଲିଟୁ ଶୋରୁମକୁ ଯାଇ ଝଗଡ଼ା କରିଥିଲେ। ଝଗଡ଼ାରେ ଉତକ୍ଷୀପ୍ତ ହୋଇ ଏକ ଛୁରୀ ବାହାର କରି ତୁଳସୀଙ୍କ ମୁହଁ ଓ ପେଟକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଲିଟୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର