ନୟାଗଡ଼ରୁ ଶୁଭୁଛି ମଞ୍ଜି ସଂଗ୍ରହର ଆହ୍ବାନ…

The Sakala Picture
Published On

ନୟାଗଡ଼ : ବର୍ଷା ଦିନ ଆରମ୍ଭ ହୋଇଛି। ଏବେ ଗଛ ଲଗାଇବାର ପ୍ରକୃଷ୍ଟ ସମୟ ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ପୃଥିବୀକୁ ଛାଡ଼ିଯିବାଠାରୁ ଅଧିକ ବଡ଼ ଉପହାର କିଛି ନାହିଁ । ଏ କଥାକୁ ବୁଝି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଥୋଡ଼ିଆ ସାହିର ଅନ୍ତର୍ଯାମୀ ସାହୁ। ତାଙ୍କର ଏ ନାଁ ଲୋକେ ଯେତିକି ଜାଣିନାହାନ୍ତି; ତା’ଠାରୁ ଅଧିକ ‘ଗଛ ସାର” ଭାବେ ପରିଚିତ । ଗଛ ସାର୍ କେବଳ ତାଙ୍କ ଜିଲ୍ଲା ନୁହେଁ, […]

ନୟାଗଡ଼ : ବର୍ଷା ଦିନ ଆରମ୍ଭ ହୋଇଛି। ଏବେ ଗଛ ଲଗାଇବାର ପ୍ରକୃଷ୍ଟ ସମୟ ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ପୃଥିବୀକୁ ଛାଡ଼ିଯିବାଠାରୁ ଅଧିକ ବଡ଼ ଉପହାର କିଛି ନାହିଁ । ଏ କଥାକୁ ବୁଝି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଥୋଡ଼ିଆ ସାହିର ଅନ୍ତର୍ଯାମୀ ସାହୁ। ତାଙ୍କର ଏ ନାଁ ଲୋକେ ଯେତିକି ଜାଣିନାହାନ୍ତି; ତା’ଠାରୁ ଅଧିକ ‘ଗଛ ସାର” ଭାବେ ପରିଚିତ । ଗଛ ସାର୍ କେବଳ ତାଙ୍କ ଜିଲ୍ଲା ନୁହେଁ, ସାରା ଓଡ଼ିଶାରେ ପରିଚିତ। ଗଛ ଲଗାଇବା ଆଉ ଭଲ ଗଛ ପାଇଁ ଭଲ ମଞ୍ଜି ସଂଗ୍ରହ କରିବା ନିଶା ଏତେ ବଢ଼ିଯାଇଥିଲା ଯେ ସେ ଶିକ୍ଷକ ଚାକିରୀ ଛାଡ଼ି ଏଥିରେ ମାତିଥିଲେ। ଏବେ ତାଙ୍କର ଏହି କାମ ଧୀରେଧୀରେ ଏକ ଅଭିଯାନରେ ପରିଣତ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

ତାଙ୍କ ଆହ୍ବାନରେ ନୟାଗଡ଼ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଅଞ୍ଚଳରେ ଗଛ ଲଗା କାର୍ଯ୍ୟକ୍ରମ ଚାଲିଛି । ଗଛ ସାରଙ୍କ କହିବା କଥା, ପଳାଶ, ଶିମିଳି ବୃକ୍ଷରୋପଣ କରାଗଲେ ମନମାଳି ସଂଖ୍ୟା ବଢ଼ିବ । ଏହା ଆଖପାଖ ଅଞ୍ଚଳରେ ଚାଷବାସକୁ ବଢ଼ାଇବାରେ ସାହାଯ୍ୟ କରିବ କୋଚିଲା ଗଛ ଦ୍ବାରା କୋଚିଲାଖାର ପକ୍ଷୀ ଏବଂ ମାଙ୍କଡ଼ମାନେ ଖାଦ୍ୟ ପାଇପାରିବେ ବୋଲି ସେ କହିଛନ୍ତି । ଅଡ଼ଙ୍ଗା ଗଛର ବସାକୁ ବାଜି ଲୋକେ ବାହାରକୁ ଚାଲାଣ କରୁଥିବାରୁ ଏହି ଗଛ ଏବେ ଜଙ୍ଗଳଗୁଡ଼ିକର ନଷ୍ଟ ହୋଇଯାଉଛି । ତେଣୁ ଏସବୁ ଗଛର ମଞ୍ଜି ସଂଗ୍ରହ କରି ଲଗାଇବାକୁ ବି ସେ ଆହ୍ବାନ ଦେଇଛନ୍ତି

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp