ପୁଅ ଦେଲାନି ଆଧାରକାର୍ଡ: ଟିକା ପାଇଁ ମା’ ହଟହଟା

The Sakala Picture
Published On

ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି’ । ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର ଅଛି। ସାନପୁଅ ଘରୋଇ କମ୍ପାନୀରେ ଚାକିରି କରିଛି। ଝିଅମାନେ ମଧ୍ୟ ଭଲ ଚାକିରି କରିଛନ୍ତି। […]

ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି’ । ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର ଅଛି। ସାନପୁଅ ଘରୋଇ କମ୍ପାନୀରେ ଚାକିରି କରିଛି। ଝିଅମାନେ ମଧ୍ୟ ଭଲ ଚାକିରି କରିଛନ୍ତି। ହେଲେ ଏବେ ଦୁଇ ପୁଅ ଟଙ୍କା ଲୋଭରେ ଅନ୍ଧ ହୋଇଯାଇଛନ୍ତି। ଘରେ ପୂରାଉନାହାନ୍ତି କି ଟିକା ଲାଗି ଆବଶ୍ୟକ ହେଉଥିବା ଆଧାରକାର୍ଡ ଦେଉନାହାନ୍ତି। କାନ୍ଦିକାନ୍ଦି ଏଭଳି କୋହଭରା କଣ୍ଠରେ କହିଛନ୍ତି ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣି ଅଞ୍ଚଳର ଗୋଲାପ ମିଶ୍ର(୭୮)। ତାଙ୍କୁ ଘରେ ପୂରାଇ ଦେଉ ନ ଥିବାରୁ ଅସହାୟ ହୋଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତିି ଗୋଲାପ। ଦୁଇ ପୁଅଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମା’ ଗୋଲାପ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଗୋଲାପଙ୍କ ୩ଝିଅରେ ୨ପୁଅ। ସ୍ୱାମୀ ଶିକ୍ଷକତା କରୁଥିଲେ। କିଛିବର୍ଷ ହେଲାଣି ସ୍ୱାମୀ ଆର ପାରିକୁୁ ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଜନ୍ମ କଲା ୨ପୁଅ ମାଡ଼ମାରି ଘରୁ ବାହାର କରିଦେଲେ। ଦୁଇ ବର୍ଷ ହେଲା ଢେଙ୍କାନାଳରେ ରହୁଥିବା ବଡ଼ ଝିଅପାଖରେ ରହୁଛନ୍ତି। କରୋନା ଟିକା ପାଇଁ ଆଧାର କାର୍ଡ ଆବଶ୍ୟକ ଥିବାରୁ ଆଜି ଚକେଇସିଆଣି ଘରକୁ ଆସିଥିଲେ। ହେଲେ ମା’କୁ ଦେଖି ଦୁଇ ପୁଅ ହେଲା ରୁଦ୍ର ନାରାୟଣ ମିଶ୍ର ଓ ରବି ନାରାୟଣ ମିଶ୍ର ଘର ଫାଟକରେ ତାଲା ପକେଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଆଧାର କାର୍ଡ ନ ଥିଲେ ଟିକା କେମିତି ନେବି ବୋଲି କୋହଭରା କଣ୍ଠରେ କହିଛନ୍ତି ଗୋଲାପ। ସେପଟେ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କର ବାହାଘର ହୋଇନି। ଏଭଳି ସ୍ଥିତିରେ ଦୁଇ ପୁଅ ମିଶି ଘରୁ ବାହାର କରିଦେଇଛନ୍ତି। ଘରକୁ ମୋ ସ୍ୱାମୀ ତିଆରି କରିଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଘର ମୋ ପାଇଁ ପର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସେପଟେ ଗୋଲାପଙ୍କ ସାନ ପୁଅ ରବି ନାରାୟଣ ମିଶ୍ର କହିଛନ୍ତି, ମା’ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ। ଝିଅ ଜ୍ୱାଇଁଙ୍କ କଥାରେ ପଡ଼ି ଏଭଳି ଅଭିଯୋଗ କରିଛନ୍ତି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରୟଦର୍ଶୀ କହିଛନ୍ତି ଏଭଳି ଅଭିଯୋଗ ଆସିଛି। ପୁଅକୁ ମଧ୍ୟ ପଚରାଉଚରା କରାଯାଉଛି। ଦୁଇ ପକ୍ଷ ମଧ୍ୟରେ ସମାଧାନ ଲାଗି ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର