ମନୋରଞ୍ଜନ
ଓଡ଼ିଶା
ଓଡ଼ିଶାରେ ବର୍ଷକୁ ହୃଦଘାତରେ ଆଖି ବୁଜୁଛନ୍ତି ୧୫ ହଜାରରୁ ଅଧିକ ଲୋକ, ବିଶେଷଜ୍ଞ ଓ ନିଦାନ ବ୍ୟବସ୍ଥା ସାଜିଛି ଆହ୍ୱାନ
ଭୁବନେଶ୍ୱର : କିଛି ଦିନ ପୂର୍ବେ ସୁପ୍ରସିଦ୍ଧ ଗାୟକ କେକେ କଲକାତାରେ ପ୍ରଦର୍ଶନ କରୁଥିବା ସମୟରେ ହୃଦଘାତର ଶିକାର ହୋଇ ଆଖି ବୁଜିଥିଲେ। ଏହାର କିଛି ଦିନ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିଥ୍ ରାଜକୁମାର ହୃଦଘାତରେ ପ୍ରାଣ ହରାଇଥିଲେ। କେବଳ ଏହି ଦୁଇ ସେଲିବ୍ରିଟି ନୁହନ୍ତି ଭାରତରେ ସଂଖ୍ୟାଧିକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ମଧ୍ୟ ହୃଦଘାତ ଜନିତ ସ୍ଥିତି କିଛି ଭଲ ନାହିଁ। କିଛି ମାସ ପୂର୍ବେ ବୀରମିତ୍ରପୁର ବିଧାୟକ କିଶୋର […]
ଭୁବନେଶ୍ୱର : କିଛି ଦିନ ପୂର୍ବେ ସୁପ୍ରସିଦ୍ଧ ଗାୟକ କେକେ କଲକାତାରେ ପ୍ରଦର୍ଶନ କରୁଥିବା ସମୟରେ ହୃଦଘାତର ଶିକାର ହୋଇ ଆଖି ବୁଜିଥିଲେ। ଏହାର କିଛି ଦିନ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିଥ୍ ରାଜକୁମାର ହୃଦଘାତରେ ପ୍ରାଣ ହରାଇଥିଲେ। କେବଳ ଏହି ଦୁଇ ସେଲିବ୍ରିଟି ନୁହନ୍ତି ଭାରତରେ ସଂଖ୍ୟାଧିକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ମଧ୍ୟ ହୃଦଘାତ ଜନିତ ସ୍ଥିତି କିଛି ଭଲ ନାହିଁ। କିଛି ମାସ ପୂର୍ବେ ବୀରମିତ୍ରପୁର ବିଧାୟକ କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ହୃଦଘାତରେ ପ୍ରାଣ ହରାଇଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କମ୍ ବୟସ୍କ ତଥା ସମ୍ପୂର୍ଣ୍ଣ ଫିଟ୍ ଦେଖା ଯାଉଥିବା ଲୋକ ଅଧିକ ସଂଖ୍ୟାରେ ହୃଦଘାତ କାରଣରୁ ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ହୃଦଘାତରେ ଆଖି ବୁଜୁଛନ୍ତି। ଭାରତ ସରକାରଙ୍କ ମେଡିକାଲି ସାର୍ଟିଫାଏଡ୍ କଜ୍ ଅଫ୍ ଡେଥ୍ (ଏମ୍ସିସିଡି) ରିପୋର୍ଟରେ ହୃଦଘାତ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ବିରାଟ ଅନ୍ତରାୟ ସୃଷ୍ଟି କରୁଛି।
ବଲାଙ୍ଗିର,ନବରଙ୍ଗପୁର, ଜଗତସିଂହପୁର,ନୟାଗଡ଼, ବାଲେଶ୍ୱର ଜିଲ୍ଲା ଏଥିରେ ଆଗୁଆ ରହିଛି। ଏପରିସ୍ଥଳେ ଗ୍ରାମାଞ୍ଚଳ, ବ୍ଲକ ସ୍ତରୀୟ ବିଶେଷଜ୍ଞଙ୍କ ମତରେ ଯଦି ଘର ପାଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଛୋଟ ଛୋଟ ଡାକ୍ତରଖାନାରେ ଇସିଜି ବ୍ୟବସ୍ଥା ଆରମ୍ଭ ହୋଇ ପାରନ୍ତା ତା ହେଲେ ନିୟମିତ ହୃଦୟ ପରୀକ୍ଷା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇ ପାରନ୍ତା। ଏଥିପାଇଁ ବିଶେଷ ଅଧିକ ଖର୍ଚ୍ଚର ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ। ତେବେ ସମସ୍ୟା ହେଉଛି ହୃଦରୋଗ ବିଶେଷଜ୍ଞଙ୍କ ଅଭାବ।
ନିଜ ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ପୂର୍ବାପେକ୍ଷା ସଚେତନତା ବୃଦ୍ଧି ପାଇଛି ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟରେ ଏହା ପ୍ରତିଫଳିତ ହେଉ ନାହିଁ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହୃଦଘାତର ଅନେ କାରଣ ରହିଛି।
ତେବେ ଯଦି ନିୟମିତ ବ୍ୟବଧାନରେ ଇସିଜି ମାଧ୍ୟମରେ ହୃଦୟ ପରୀକ୍ଷା କରାଯାଏ ତା ହେଲେ ହୃତଘାତ ଆଶଙ୍କା ୯୦% ହ୍ରାସ ପାଇବ। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସିଏଚ୍ସି, ପିଏଚ୍ସି, ୟୁପିଏଚ୍ସି ସ୍ତରରେ କେବଳ ଗୋଟିଏ ଲେଖାଏଁ ଇସିଜି ମେସିନ୍ ସ୍ଥାପନ କରିବା କରିବା ଯଥେଷ୍ଟ ଆବଶ୍ୟକ ହୋଇଛି। ହୃଦରୋଗ ବିଶେଷଜ୍ଞ ନଥିଲେ ମଧ୍ୟ ସାଧାରଣ ଡାକ୍ତର ଇସିଜି ରିପୋର୍ଟ ଦେଖି ସମସ୍ୟା ଚିହ୍ନଟ କରିପାରିବେ। ଏ ସମ୍ପର୍କରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର କହିଛନ୍ତି, ଏହା ସତ୍ୟ ଯେ ପୂର୍ବାପେକ୍ଷା ହୃଦଘାତ ବୃଦ୍ଧି ପାଇଛି। ଏହାକୁ ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦୟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ବିଦ୍ଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।