ମନୋରଞ୍ଜନ
ରାଜଧାନୀରେ ଅଭାବନୀୟ ଘଟଣା: ପ୍ରେମୀଯୁଗଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁର୍ତ୍ତ
ଭୁବନେଶ୍ୱର: ପ୍ରେମୀଯୁଗଳଙ୍କୁ ମାଡ଼ । ଯୁବତୀଙ୍କୁ ଦୁର୍ବ୍ୟବହାର। ରାଜଧାନୀରେ ଅଭାବନୀୟ ଘଟଣା । ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁର୍ତ୍ତ । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୬ ରୁ ୭ ଜଣ ଦୁର୍ବୁର୍ତ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଏ ନେଇ ସହିଦନଗର ଥାନାରେ ଏତଲା ହୋଇଛି । ଭାଇରାଲ ଭିଡ଼ିଓକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ଏକପାଖିଆ ପ୍ରେମକୁ ନେଇ ଏଭଳି ଘଟଣାର ସୂତ୍ରପାତ ହୋଇଥିବା ସନ୍ଦେହ କରାଯାଉଛି।





