ମନୋରଞ୍ଜନ
୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ
କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସକୁ ବଡ଼ ସଫଳତା। ୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଛି ପୋଲିସ । ଗଞ୍ଜେଇ ବଦଳରେ ଗଞ୍ଜେଇ ତେଲ ଚାଲାଣ କରିବାର ନୂଆ ଯୋଜନା ଚାଲିଛି କୋରାପୁଟ ଜିଲ୍ଲାରେ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ନନ୍ଦପୁର ବ୍ଲକ ଜଲାପୁଟ ଜଳ ଭଣ୍ଡାର ନିକଟ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ତେଲ କାରଖାନା । ପୋଲିସ ଚଢ଼ାଉ କରି ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରିଥିବା ସୂଚନା ଦେଇଛି ନନ୍ଦପୁର ପୋଲିସ । ଏଥିସହ ୧ ହଜାର କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।





