ବଟୁକଙ୍କ ମେଡିକାଲ ରିପୋର୍ଟରେ ବଡ଼ ଖୁଲାସା: ଯୌନ ଶୋଷଣ ହୋଇଥିବା ନେଇ ପୁଷ୍ଟି, ବଢିଲା ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କ ଅଡୁଆ

Suryakanta Picture
Published On

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚର୍ଚ୍ଚାରେ ଥିବା ବହୁଚର୍ଚ୍ଚିତ ବଟୁକ ଯୌନ ଶୋଷଣ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ରୁଜୁ ହୋଇଥିବା ପୋକ୍ସୋ (POCSO) ମାମଲାରେ ପୀଡ଼ିତ ବଟୁକମାନଙ୍କର ମେଡିକାଲ ରିପୋର୍ଟ ଆସିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟରେ ବଟୁକମାନଙ୍କ ସହ ଯୌନ ଶୋଷଣ ହୋଇଥିବା ନେଇ ପୁଷ୍ଟି କରାଯାଇଛି, ଯାହା ସ୍ୱାମୀଙ୍କ ପାଇଁ ଅଡୁଆ ବଢାଇପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ମେଡିକାଲ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ରିପୋର୍ଟ ଅନୁଯାୟୀ, ପୀଡ଼ିତ ନାବାଳକ ବଟୁକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ଯୌନ ନିର୍ଯାତନାର ପ୍ରମାଣ ମିଳିଛି। ଏହି ରିପୋର୍ଟ ପୋଲିସ ହାତରେ ଲାଗିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ପୋଲିସ ବର୍ତ୍ତମାନ ଏହି ରିପୋର୍ଟକୁ ଆଧାର କରି ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ, ରିପୋର୍ଟରେ ଥିବା ତଥ୍ୟ ଅତ୍ୟନ୍ତ ଗମ୍ଭୀର ଏବଂ ଏହା ଅଭିଯୁକ୍ତଙ୍କ ବିରୋଧରେ ଏକ ବଳିଷ୍ଠ ପ୍ରମାଣ ସାଜିପାରେ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

କଣ ରହିଛି ପୂରା ମାମଲା?

ପ୍ରୟାଗରାଜର ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ବ୍ରହ୍ମଚାରୀଙ୍କ ବିରୋଧରେ ଏଫଆଇଆର (FIR) ରୁଜୁ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ମାଘ ମେଳା ସମୟରେ ‘ଗୁରୁ ସେବା’ ନାମରେ ନାବାଳକ ବଟୁକମାନଙ୍କୁ ଯୌନ ଶୋଷଣ କରାଯାଇଥିଲା। ପୀଡ଼ିତମାନଙ୍କ ବୟସ ୧୪ ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧୁ ସମାଜ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଷଡଯନ୍ତ୍ର ବୋଲି କହିଲେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ

ଅନ୍ୟପକ୍ଷରେ, ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଏବଂ ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି। ତେବେ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

26 Feb 2026 By Suryakanta

ବଟୁକଙ୍କ ମେଡିକାଲ ରିପୋର୍ଟରେ ବଡ଼ ଖୁଲାସା: ଯୌନ ଶୋଷଣ ହୋଇଥିବା ନେଇ ପୁଷ୍ଟି, ବଢିଲା ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କ ଅଡୁଆ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚର୍ଚ୍ଚାରେ ଥିବା ବହୁଚର୍ଚ୍ଚିତ ବଟୁକ ଯୌନ ଶୋଷଣ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ରୁଜୁ ହୋଇଥିବା ପୋକ୍ସୋ (POCSO) ମାମଲାରେ ପୀଡ଼ିତ ବଟୁକମାନଙ୍କର ମେଡିକାଲ ରିପୋର୍ଟ ଆସିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟରେ ବଟୁକମାନଙ୍କ ସହ ଯୌନ ଶୋଷଣ ହୋଇଥିବା ନେଇ ପୁଷ୍ଟି କରାଯାଇଛି, ଯାହା ସ୍ୱାମୀଙ୍କ ପାଇଁ ଅଡୁଆ ବଢାଇପାରେ।

ମେଡିକାଲ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ରିପୋର୍ଟ ଅନୁଯାୟୀ, ପୀଡ଼ିତ ନାବାଳକ ବଟୁକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ଯୌନ ନିର୍ଯାତନାର ପ୍ରମାଣ ମିଳିଛି। ଏହି ରିପୋର୍ଟ ପୋଲିସ ହାତରେ ଲାଗିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ପୋଲିସ ବର୍ତ୍ତମାନ ଏହି ରିପୋର୍ଟକୁ ଆଧାର କରି ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ, ରିପୋର୍ଟରେ ଥିବା ତଥ୍ୟ ଅତ୍ୟନ୍ତ ଗମ୍ଭୀର ଏବଂ ଏହା ଅଭିଯୁକ୍ତଙ୍କ ବିରୋଧରେ ଏକ ବଳିଷ୍ଠ ପ୍ରମାଣ ସାଜିପାରେ।

କଣ ରହିଛି ପୂରା ମାମଲା?

ପ୍ରୟାଗରାଜର ଏକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦ ବ୍ରହ୍ମଚାରୀଙ୍କ ବିରୋଧରେ ଏଫଆଇଆର (FIR) ରୁଜୁ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ମାଘ ମେଳା ସମୟରେ ‘ଗୁରୁ ସେବା’ ନାମରେ ନାବାଳକ ବଟୁକମାନଙ୍କୁ ଯୌନ ଶୋଷଣ କରାଯାଇଥିଲା। ପୀଡ଼ିତମାନଙ୍କ ବୟସ ୧୪ ରୁ ୧୭ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧୁ ସମାଜ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଷଡଯନ୍ତ୍ର ବୋଲି କହିଲେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ

ଅନ୍ୟପକ୍ଷରେ, ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଏବଂ ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି। ତେବେ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର