NCERT ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା; କହିଲେ ‘ଏହା ଏକ ଗଭୀର ଷଡଯନ୍ତ୍ର’, ବହି ଉପରେ ଲଗାଇଲେ ପ୍ରତିବନ୍ଧକ

Madhusudan Das Picture
Published On

ନୂଆଦିଲ୍ଲୀ: NCERT ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା । ‘ଏହା ଏକ ଗଭୀର ଷଡଯନ୍ତ୍ର’ ବୋଲି କହିବା ସହ  ବହି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଏନସିଇଆରଟି (NCERT) ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଗୁରୁବାର କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ଏକ ‘ଗଭୀର ଷଡଯନ୍ତ୍ର’ ବୋଲି ଅଭିହିତ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଥିପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ ଏବଂ ଦୋଷୀମାନଙ୍କୁ ନ୍ୟାୟିକ ପରିସରକୁ ଅଣାଯିବ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଏହି ବିବାଦୀୟ ଅଧ୍ୟାୟ ଥିବା ବହିର ଛପା, ବିକ୍ରି ଏବଂ ଅନଲାଇନ୍ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ମାନ୍ୟବର ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି  । ବଜାରରେ ଥିବା ସମସ୍ତ ବହିକୁ ତୁରନ୍ତ ଜବତ କରିବାକୁ ଏବଂ ଇଣ୍ଟରନେଟରୁ ଏହାର PDF ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ଏବଂ ଏନସିଇଆରଟି ନିର୍ଦ୍ଦେଶକ ଦୀନେଶ ପ୍ରସାଦ ସକଲାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଦାଲତ ଅବମାନନା କିମ୍ବା ଅନ୍ୟ ଆଇନ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସିଜେଆଇ କହିଛନ୍ତି, "ଆମକୁ ଜାଣିବାକୁ ହେବ ଏଥିପାଇଁ କିଏ ଦାୟୀ। ଦୋଷୀମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଆମେ ଏହି ମାମଲାକୁ ଏତେ ଶୀଘ୍ର ବନ୍ଦ କରିବୁ ନାହିଁ।"

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ପ୍ରଧାନ ବିଚାରପତି କହିଛନ୍ତି ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି । ଏନସିଇଆରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

ଷଡଯନ୍ତ୍ରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏନସିଇଆରଟିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ବିବାଦୀୟ ଅଧ୍ୟାୟକୁ ଅନୁମୋଦନ କରିଥିବା 'ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ୍ କମିଟି'ର ସମସ୍ତ ବିବରଣୀ ଦାଖଲ କରାଯାଉ। ଏଥିରେ ବିକାଶକାରୀ ଦଳର ସମସ୍ତ ସଦସ୍ୟଙ୍କ ନାମ, ଯୋଗ୍ୟତା ଏବଂ କ୍ରେଡେନସିଆଲ୍ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି।

କୋର୍ଟ ଉଭୟ ହାର୍ଡ କପି ଏବଂ ସଫ୍ଟ କପିକୁ ସାର୍ବଜନୀନ ବ୍ୟବହାରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଟେଲ ଦୋକାନ କିମ୍ବା ସ୍କୁଲରୁ ଏହି ବହିକୁ ତୁରନ୍ତ ଜବତ କରିବାକୁ ଏନସିଇଆରଟି ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ଡିଜିଟାଲ୍ କିମ୍ବା ଫିଜିକାଲ୍ କପି ମାଧ୍ୟମରେ ପାଠପଢ଼ା ଯେପରି ନ ହୁଏ, ତାହା ନିଶ୍ଚିତ କରିବାକୁ କୋର୍ଟ ସମସ୍ତ ରାଜ୍ୟର ଶିକ୍ଷା ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏନେଇ ୨ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

26 Feb 2026 By Madhusudan Das

NCERT ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା; କହିଲେ ‘ଏହା ଏକ ଗଭୀର ଷଡଯନ୍ତ୍ର’, ବହି ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: NCERT ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା । ‘ଏହା ଏକ ଗଭୀର ଷଡଯନ୍ତ୍ର’ ବୋଲି କହିବା ସହ  ବହି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଏନସିଇଆରଟି (NCERT) ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଗୁରୁବାର କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଘଟଣାକୁ ଏକ ‘ଗଭୀର ଷଡଯନ୍ତ୍ର’ ବୋଲି ଅଭିହିତ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଥିପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ ଏବଂ ଦୋଷୀମାନଙ୍କୁ ନ୍ୟାୟିକ ପରିସରକୁ ଅଣାଯିବ।

ଏହି ବିବାଦୀୟ ଅଧ୍ୟାୟ ଥିବା ବହିର ଛପା, ବିକ୍ରି ଏବଂ ଅନଲାଇନ୍ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ମାନ୍ୟବର ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି  । ବଜାରରେ ଥିବା ସମସ୍ତ ବହିକୁ ତୁରନ୍ତ ଜବତ କରିବାକୁ ଏବଂ ଇଣ୍ଟରନେଟରୁ ଏହାର PDF ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ଏବଂ ଏନସିଇଆରଟି ନିର୍ଦ୍ଦେଶକ ଦୀନେଶ ପ୍ରସାଦ ସକଲାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଦାଲତ ଅବମାନନା କିମ୍ବା ଅନ୍ୟ ଆଇନ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସିଜେଆଇ କହିଛନ୍ତି, "ଆମକୁ ଜାଣିବାକୁ ହେବ ଏଥିପାଇଁ କିଏ ଦାୟୀ। ଦୋଷୀମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଆମେ ଏହି ମାମଲାକୁ ଏତେ ଶୀଘ୍ର ବନ୍ଦ କରିବୁ ନାହିଁ।"

ପ୍ରଧାନ ବିଚାରପତି କହିଛନ୍ତି ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି । ଏନସିଇଆରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

ଷଡଯନ୍ତ୍ରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏନସିଇଆରଟିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ବିବାଦୀୟ ଅଧ୍ୟାୟକୁ ଅନୁମୋଦନ କରିଥିବା 'ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ୍ କମିଟି'ର ସମସ୍ତ ବିବରଣୀ ଦାଖଲ କରାଯାଉ। ଏଥିରେ ବିକାଶକାରୀ ଦଳର ସମସ୍ତ ସଦସ୍ୟଙ୍କ ନାମ, ଯୋଗ୍ୟତା ଏବଂ କ୍ରେଡେନସିଆଲ୍ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି।

କୋର୍ଟ ଉଭୟ ହାର୍ଡ କପି ଏବଂ ସଫ୍ଟ କପିକୁ ସାର୍ବଜନୀନ ବ୍ୟବହାରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଟେଲ ଦୋକାନ କିମ୍ବା ସ୍କୁଲରୁ ଏହି ବହିକୁ ତୁରନ୍ତ ଜବତ କରିବାକୁ ଏନସିଇଆରଟି ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ଡିଜିଟାଲ୍ କିମ୍ବା ଫିଜିକାଲ୍ କପି ମାଧ୍ୟମରେ ପାଠପଢ଼ା ଯେପରି ନ ହୁଏ, ତାହା ନିଶ୍ଚିତ କରିବାକୁ କୋର୍ଟ ସମସ୍ତ ରାଜ୍ୟର ଶିକ୍ଷା ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏନେଇ ୨ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର