ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାରୁ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଖଣ୍ଡା । ରକ୍ତରେ ଭିଜିଲା ଏମ୍ସ ରୋଡ୍‌ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କିଛି ସମୟ ଯାଏଁ ବିଚ୍ ରାସ୍ତାରେ ଚାଲିଥିଲା ରକ୍ତର ଖେଳ। ରାସ୍ତା ମଝିରେ ହଣାକଟା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପିସିଆର୍ ଭ୍ୟାନ୍। ହଣାକଟାରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ସୂଚନା ଅନୁସାରେ, ଆଜି ଭୋରରୁ ଖଣ୍ଡଗିରି ଯାତ୍ରା ଦେଖି ଫେରିବା ବେଳେ ପାତ୍ରପଡା ଅଞ୍ଚଳର ଚିଣ୍ଟୁ ନାମକ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ମୋକିମ, ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp