ନିମାପଡ଼ାରେ ନାବାଳିକା ପୋଡ଼ି ଘଟଣା; ସରକାରଙ୍କ ଉପରେ ବର୍ଷିବା ସହ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ…

The Sakala Picture
Published On

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ ସମସ୍ତ ଦ୍ୱାରରେ ଦ୍ୱାରସ୍ଥ ହେବା ପରେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଭୟାବହ ଘଟଣାର ଏକ ସପ୍ତାହ ମଧ୍ୟରେ ଏବଂ ଗୋପାଳପୁରରେ ଘଟିଥିବା ଭୟଙ୍କର ଘଟଣାର ଏକ ମାସ ପରେ ଘଟିଛି। ପ୍ରତିଦିନ […]

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ ସମସ୍ତ ଦ୍ୱାରରେ ଦ୍ୱାରସ୍ଥ ହେବା ପରେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଭୟାବହ ଘଟଣାର ଏକ ସପ୍ତାହ ମଧ୍ୟରେ ଏବଂ ଗୋପାଳପୁରରେ ଘଟିଥିବା ଭୟଙ୍କର ଘଟଣାର ଏକ ମାସ ପରେ ଘଟିଛି। ପ୍ରତିଦିନ ଅକଳ୍ପନୀୟ ଘଟଣା ମହିଳାଙ୍କ ବିରୋଧରେ ଘଟୁଛି। ବର୍ତ୍ତମାନର ସରକାରରେ ଅପରାଧୀ ଭୟ କରୁ ନାହାନ୍ତି। ସରକାରଙ୍କ ଛତ୍ରଛାୟା ତଳେ ରହିଛନ୍ତି ଅପରାଧୀ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଓଡ଼ିଶା ସରକାର ଗଭୀର ନିଦରୁ ଜାଗି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଘଟଣା ପୁନରାବୃତ୍ତି ନ ହେବ ସେ ନେଇ ସରକାର ପ୍ରୟାସ କରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର