ଅନ୍ଧ ବିଶ୍ୱାସ ନେଲା ଜୀବନ; ସାପ କାମୁଡ଼ାରେ ଡାକ୍ତରଖାନା ନ ନେଇ ଗୁଣିଆକୁ କଲେ ଭରସା, ନାବାଳକ ମୃତ

The Sakala Picture
Published On

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଅନ୍ଧବିଶ୍ୱାସ କାରଣରୁ ଜଣେ ନାବାଳକର ଜୀବନ ଯାଇଛି । ପୁଅକୁ ସାପ କାମୁଡିବା ପରେ ଡାକ୍ତରଖାନା ନେବା ପରିବର୍ତ୍ତେ ସାପକୁ ଘରେ ବନ୍ଦ ରଖି ପୁଅ ଭଲ ହେବ ବୋଲି ପୂଜାର୍ଚ୍ଚନା ସହ ଗୁଣି ଗାରେଡି କଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିିରେ । ମୃତ ବାଳକ ଜଣକ ହେଉଛନ୍ତି ରତନା ସୋଏଙ୍କ ୧୨ ବର୍ଷର […]

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଅନ୍ଧବିଶ୍ୱାସ କାରଣରୁ ଜଣେ ନାବାଳକର ଜୀବନ ଯାଇଛି । ପୁଅକୁ ସାପ କାମୁଡିବା ପରେ ଡାକ୍ତରଖାନା ନେବା ପରିବର୍ତ୍ତେ ସାପକୁ ଘରେ ବନ୍ଦ ରଖି ପୁଅ ଭଲ ହେବ ବୋଲି ପୂଜାର୍ଚ୍ଚନା ସହ ଗୁଣି ଗାରେଡି କଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିିରେ । ମୃତ ବାଳକ ଜଣକ ହେଉଛନ୍ତି ରତନା ସୋଏଙ୍କ ୧୨ ବର୍ଷର ପୁଅ ଚୁମନ୍ତ ସୋଏ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସୂଚନା ଅନୁସାରେ ଆଜି ଅପରାହ୍ନରେ ଚୁମନ୍ତ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କ କାନକୁ କାମୁଡ଼ି ଦେଇଥିଲା।ଏବାବଦରେ ପରିବାର ଲୋକେ ଜାଣିବାପରେ ନାବାଳକଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥିଲେ। ଫଳରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଅନେକ ବିଳମ୍ବ ହୋଇଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ପରିବାର ଲୋକଙ୍କୁ ଏଭଳି ଦୁଃଖ ଆଣି ଦେଇଛି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

20 Jul 2021 By The Sakala

ଅନ୍ଧ ବିଶ୍ୱାସ ନେଲା ଜୀବନ; ସାପ କାମୁଡ଼ାରେ ଡାକ୍ତରଖାନା ନ ନେଇ ଗୁଣିଆକୁ କଲେ ଭରସା, ନାବାଳକ ମୃତ

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଅନ୍ଧବିଶ୍ୱାସ କାରଣରୁ ଜଣେ ନାବାଳକର ଜୀବନ ଯାଇଛି । ପୁଅକୁ ସାପ କାମୁଡିବା ପରେ ଡାକ୍ତରଖାନା ନେବା ପରିବର୍ତ୍ତେ ସାପକୁ ଘରେ ବନ୍ଦ ରଖି ପୁଅ ଭଲ ହେବ ବୋଲି ପୂଜାର୍ଚ୍ଚନା ସହ ଗୁଣି ଗାରେଡି କଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିିରେ । ମୃତ ବାଳକ ଜଣକ ହେଉଛନ୍ତି ରତନା ସୋଏଙ୍କ ୧୨ ବର୍ଷର ପୁଅ ଚୁମନ୍ତ ସୋଏ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଚୁମନ୍ତ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କ କାନକୁ କାମୁଡ଼ି ଦେଇଥିଲା।ଏବାବଦରେ ପରିବାର ଲୋକେ ଜାଣିବାପରେ ନାବାଳକଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥିଲେ। ଫଳରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଅନେକ ବିଳମ୍ବ ହୋଇଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ପରିବାର ଲୋକଙ୍କୁ ଏଭଳି ଦୁଃଖ ଆଣି ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର