ଚେତାବନୀ ଦେଲେ ପାଣିପାଗ ବିଜ୍ଞାନୀ : ଅସମୟରେ ବନ୍ୟା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର : ଜଳବାୟୂ ପରିବର୍ତ୍ତନ ମଣିଷର ଜୀବନକୁ ଅଧିକ ଜଟିଳ କରିବାରେ ଲାଗିଛି।ତାପମାତ୍ରା ବୃଦ୍ଧି, ଘୂର୍ଣ୍ଣିଝଡ଼, ଅସମୟ ବର୍ଷା ଓ ଏଥିଯୋଗୁଁ ବନ୍ୟା ପରିସ୍ଥିତି ବେଳେବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ଅନୁରୂପ ଭାବରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଓଡ଼ିଶାକୁ ବାରମ୍ବାର ଆଘାତ ଦେଉଛି। ଏବେ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧିି ଓ ମୌସୁମୀର ଲୁଚକାଳି ଖେଳ ଯେପରି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି, ଆଗକୁ ଏହି କାରଣରୁ ଅସମୟ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାଣିପାଗ […]

ଭୁବନେଶ୍ୱର : ଜଳବାୟୂ ପରିବର୍ତ୍ତନ ମଣିଷର ଜୀବନକୁ ଅଧିକ ଜଟିଳ କରିବାରେ ଲାଗିଛି।ତାପମାତ୍ରା ବୃଦ୍ଧି, ଘୂର୍ଣ୍ଣିଝଡ଼, ଅସମୟ ବର୍ଷା ଓ ଏଥିଯୋଗୁଁ ବନ୍ୟା ପରିସ୍ଥିତି ବେଳେବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ଅନୁରୂପ ଭାବରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଓଡ଼ିଶାକୁ ବାରମ୍ବାର ଆଘାତ ଦେଉଛି। ଏବେ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧିି ଓ ମୌସୁମୀର ଲୁଚକାଳି ଖେଳ ଯେପରି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି, ଆଗକୁ ଏହି କାରଣରୁ ଅସମୟ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରିଛନ୍ତି।

ଆହୁରି ପଢ଼ନ୍ତୁ: ମୋରମ ମାଫିଆଙ୍କ ଆତଙ୍କ: ଖଣି ଅଧିକାରୀଙ୍କୁ ଆକ୍ରମଣ ସହ ଦେଲେ ହତ୍ୟା ଧମକ

ଯେଉଁ ବର୍ଷ ତାପମାତ୍ରା ଯେତେ ଅଧିକ ହୋଇଛି, ସେହିବର୍ଷ ଅସମୟ ବର୍ଷା ପରିମାଣରେ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ମନେ କରୁଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ସାଧାରଣତଃ ଏକଡ଼ିଗ୍ରୀ ତାପମାତ୍ରା ବୃଦ୍ଧି ପାଇଲେ ମେଘ ଆକାରରେ ପାଖାପାଖି ୭% ବର୍ଷାକୁ ନିଜ ଭିତରେ ଧାରଣ କରି ରଖିପାରେ। ଅର୍ଥାତ ତାପମାତ୍ରା ଯେତେ ଅଧିକ ବଢ଼଼ିବ ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତା ସେତିକି ବୃଦ୍ଧି ହେବ। ଯେହେତୁ ମେଘରେ ଆର୍ଦ୍ରତାର ପରିମାଣ ଅଧିକ ଥିବ ତେଣୁ ଯେତେବେଳେ ମେଘ ବର୍ଷାର ରୂପ ନେବ ତାହା ଅକସ୍ମାତ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବ। ଗତ ବର୍ଷ ପୁରୀ ଓ ରାଜଧାନୀ ଭୁବନେଶ୍ୱରରେ ସୃଷ୍ଟି ହୋଇଥିବା ସ୍ଥିତି ଏହାର ପରିଣାମ। ଗତବର୍ଷ ସେପ୍ଟେମ୍ବର ମାସ ୧୩ ତାରିଖରେ ରାଜଧାନୀରେ ଅକସ୍ମାତ ବର୍ଷା ୬୩ ବର୍ଷର ରେକର୍ଡ ଭାଙ୍ଗିଥିଲା। ୨୪ ଘଣ୍ଟା ଭିତରେ ରାଜଧାନୀ ୨୦୦ ମିଲିଲିଟର ବର୍ଷା ପରିସ୍ଥିତିର ସାମ୍ନା କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ଗତ ବର୍ଷ ଅକସ୍ମାତ ଭାବେ ଗୋଟିଏ ଦିନରେ ୫୩୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମିର୍ଗିନେଣ୍ଡି ପିଇଓ, ୧୮,୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ବିଭାଗ

ସାଧାରଣତଃ ତାପମାତ୍ରା ବଢ଼଼ିଲେ ଦୁଇ ପ୍ରକାର ପରିବର୍ତ୍ତନ ଦେଖାଯାଏ। ଗୋଟିଏ କମ୍‍ ଅବଧି ଭିତରେ ଅଧିକ ବର୍ଷା ହେବା କିମ୍ବା ଅଧିକ ଦିନ ଧରି ପାଗ ଶୁଖିଲା ରହିବା। ୧୩୪ ଦିନ ଭିତରେ ରାଜଧାନୀରେ ମାତ୍ର ୧୧ ଦିନ ବର୍ଷା ହେବା ଏହାର ଉଦାହରଣ। ଫେବୃୟାରୀ, ମାର୍ଚ୍ଚ ଓ ଏପ୍ରିଲ ମାସର ୮୯ ଦିନରେ ଟୋପାଟିଏ ହେଲେ ବର୍ଷା ନ ହେବା; ପୁଣି ମେ’ ମାସର ୩୧ ଦିନ ଭିତରୁ ମାତ୍ର ୧୦ ଦିନ ବର୍ଷା ହେବା ରେକର୍ଡ଼ କରାଯାଇଛି। ଅନୁରୂପ ଭାବରେ ଜୁନ୍‍ ମାସରେ ବର୍ତ୍ତମାନ ସୁଦ୍ଧା ଦିନଟିଏ ବର୍ଷା ହେବା ମୌସୁମୀ ଅବଧି ବିଳମ୍ବ ହେବାର ଚିତ୍ରକୁ ଅଧିକ ସ୍ପଷ୍ଟ କରୁଛି। ବାୟୂମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ କମିବା ଏବଂ ପଶ୍ଚିମ/ ଉତ୍ତର ଦିଗରୁ ଶୁଷ୍କ ବାୟୂର ପ୍ରଭାବ ବୃଦ୍ଧି ଯୋଗୁଁ ଏଭଳି ଚରମ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପାଣିପାଗ ବିଜ୍ଞାନୀମାନେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

ଏ ବାବଦରେ ଭୁବନେଶ୍ୱର ଆଇଆଇଟିର ପ୍ରଫେସର ୟୁସି ମହାନ୍ତି କହିଛନ୍ତି ଯେ ତାପମାତ୍ରା ବୃଦ୍ଧି ଆଗକୁ ଭୟଙ୍କର ସ୍ଥିତିକୁ ଜନ୍ମ ଦେବାକୁ ଯାଉଛି। ଜଳାଶୟ ପୋତି ହୋଇଯିବା ଓ ପ୍ରାକୃତିକ ଆର୍ଦ୍ରଭୂମିକୁ ନଷ୍ଟ କରାଯିବା ଫଳରେ ସହରଗୁଡିକର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଆସନ୍ତା ୧୫ ବର୍ଷ ପରେ ଏହି ସ୍ଥିତି ଅଧିକ ଭୟାନକ ହେବ। ତେଣୁ ସରକାର ସହରର ଜଳବାୟୂ ସ୍ଥିର ବିକାଶ ନିମନ୍ତେ ସ୍ୱତନ୍ତ୍ର ରଣନୀତି (କ୍ଲାଇମେଟ ରେଜିଲିଆଣ୍ଟ ଡେଭେଲପ୍‍ମେଣ୍ଟ ପ୍ଲାନ୍‍) ପ୍ରସ୍ତୁତ କରିବା ଦରକାର। ସହରୀକରଣ ଓ ବିକାଶ ଆଳରେ ଆର୍ଦ୍ରଭୂମି ଓ ଜଙ୍ଗଲ ନଷ୍ଟ କରିବାରୁ ବିଚ୍ୟୁତ ରହି କିପରି କୌଣସି ନୂତନ ନିର୍ମାଣ କରାଯିବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକତା ରହିଛି। ସହରର ନବୀକରଣ ତଥା ନୂତନ ନିର୍ମାଣ ବେଳେ ସବୁଜ ଓ ନୀଳ ଭିତ୍ତିଭୂମି ନିର୍ମାଣ, ସବୁଜ ପାଚେରୀ ନିର୍ମାଣ, ସହରୀ ଜଙ୍ଗଲ, ସବୁଜ ଛାତ, ସାଙ୍ଗକୁ ଜଳଶୟଗୁଡିକୁ ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। ସହର ଭିତରର ପରିବେଶକୁ ଥଣ୍ଡା ରଖିବା ପାଇଁ ବନୀକରଣକୁ ଗୁରୁତ୍ୱ ଦିଆଯିବା ଓ ଜଳ ଅମଳ ପରିଚାଳନା, ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାନ୍ତି ମତ ଦେଇଛନ୍ତି

15 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର