ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା

The Sakala Picture
Published On

ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ […]

ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

16 Jun 2021 By The Sakala

ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା

ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର