ସନ୍ଦେହ ଜନକ ଅବସ୍ଥାରେ ପ୍ରାକ୍ତନ ସରପଞ୍ଚଙ୍କ ପୁଅ ମୃତଦେହ ଉଦ୍ଧାର

The Sakala Picture
Published On

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରେ ସକାଳ ୬ଘଟିକା ସମୟରେ ଏକ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ମୃତକ ଜଣଙ୍କ ହେଲେ ବେତନଟୀର ପୂର୍ବତନ ସରପଞ୍ଚ ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କର ଏକମାତ୍ର ପୁତ୍ର ଆଶୁତୋଷ (ଗୁଡ଼ୁ) ବୟସ ୩୮। ସେ ଏକ ଦୁର୍ଗାପୂଜା କମିଟିର ସଦସ୍ୟ । ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ନିଜର ପଲସର ବାଇକଟି ମଧ୍ୟ ପୂଜା […]

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରେ ସକାଳ ୬ଘଟିକା ସମୟରେ ଏକ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ମୃତକ ଜଣଙ୍କ ହେଲେ ବେତନଟୀର ପୂର୍ବତନ ସରପଞ୍ଚ ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କର ଏକମାତ୍ର ପୁତ୍ର ଆଶୁତୋଷ (ଗୁଡ଼ୁ) ବୟସ ୩୮। ସେ ଏକ ଦୁର୍ଗାପୂଜା କମିଟିର ସଦସ୍ୟ । ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ନିଜର ପଲସର ବାଇକଟି ମଧ୍ୟ ପୂଜା ମଣ୍ଡପ ପାଖରେ ଛିଡା ହୋଇଛି। ଭୋର ୪.୧୩ ମିନିଟରେ ଗୁଡୁ ନିଜ ମାଆ ପାଖକୁ ଫୋନ କରିଥିଲେ ମୁଁ ଘରକୁ ଯାଉଛି | ମାତ୍ର ଦେଢ ଘଣ୍ଟା ପରେ ଖବର ମିଳିଲା ବୈଶିଙ୍ଗା ଡାକ୍ତରଖାନାରେ ମୃତଦେହ ରହିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ଏହି ମୃତ୍ୟୁ ଏବେ ରହସ୍ୟ ଘେରରେ। ଏହା ହତ୍ୟାକାଣ୍ଡ ନା ଦୁର୍ଘଟଣା ପୁଲିସ ତଦନ୍ତ ଚଳାଇଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖବର ପାଇ ବେତନଟୀରୁ ତାଙ୍କର ପରିବାର ବର୍ଗ ତଥା ସାଙ୍ଗ ସାଥି ଓ ବ୍ୟବସାୟୀ ଗଣ ବୈଶିଙ୍ଗା ଡାକ୍ତରଖାନାରେ ରୁଣ୍ଡ ହୋଇଥବାର ଦେଖିବାକୁ ମିଳିଛି। ଜାତୀୟ ରାଜପଥ ମଝିରେ ତାଙ୍କ ମୃତଦେହ ପଡିଥିବା ବେଳେ ଦେହରେ ଘୋଷାଡି ହେବା କ୍ଷତଚିହ୍ନ ରହିଛି । ସମ୍ଭବତଃ ବାଇକ ପଛରୁ ସେ ଖସିପଡିବାରୁ ମୃତ୍ୟୁ ଘଟିଥାଇପାରେ ବୋଲି ଆଲୋଚନା ହେଉଛି। ତେବେ ବେତନଟୀରୁ ୮କିମି ଦୂର କେମିତି ପହଞ୍ଚିଲେ ଏବେ ତଦନ୍ତ ସାପେକ୍ଷ। ୩୦ବର୍ଷ ତଳେ ମୃତକଙ୍କ ବାପାଙ୍କ ମଧ୍ୟ ସେହି ସ୍ଥାନରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ୪ବର୍ଷ ତଳେ ଗୁଡୁ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

14 Oct 2024 By The Sakala

ସନ୍ଦେହ ଜନକ ଅବସ୍ଥାରେ ପ୍ରାକ୍ତନ ସରପଞ୍ଚଙ୍କ ପୁଅ ମୃତଦେହ ଉଦ୍ଧାର

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରେ ସକାଳ ୬ଘଟିକା ସମୟରେ ଏକ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ମୃତକ ଜଣଙ୍କ ହେଲେ ବେତନଟୀର ପୂର୍ବତନ ସରପଞ୍ଚ ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କର ଏକମାତ୍ର ପୁତ୍ର ଆଶୁତୋଷ (ଗୁଡ଼ୁ) ବୟସ ୩୮। ସେ ଏକ ଦୁର୍ଗାପୂଜା କମିଟିର ସଦସ୍ୟ । ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ନିଜର ପଲସର ବାଇକଟି ମଧ୍ୟ ପୂଜା ମଣ୍ଡପ ପାଖରେ ଛିଡା ହୋଇଛି। ଭୋର ୪.୧୩ ମିନିଟରେ ଗୁଡୁ ନିଜ ମାଆ ପାଖକୁ ଫୋନ କରିଥିଲେ ମୁଁ ଘରକୁ ଯାଉଛି | ମାତ୍ର ଦେଢ ଘଣ୍ଟା ପରେ ଖବର ମିଳିଲା ବୈଶିଙ୍ଗା ଡାକ୍ତରଖାନାରେ ମୃତଦେହ ରହିଛି।

ଏହି ମୃତ୍ୟୁ ଏବେ ରହସ୍ୟ ଘେରରେ। ଏହା ହତ୍ୟାକାଣ୍ଡ ନା ଦୁର୍ଘଟଣା ପୁଲିସ ତଦନ୍ତ ଚଳାଇଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖବର ପାଇ ବେତନଟୀରୁ ତାଙ୍କର ପରିବାର ବର୍ଗ ତଥା ସାଙ୍ଗ ସାଥି ଓ ବ୍ୟବସାୟୀ ଗଣ ବୈଶିଙ୍ଗା ଡାକ୍ତରଖାନାରେ ରୁଣ୍ଡ ହୋଇଥବାର ଦେଖିବାକୁ ମିଳିଛି। ଜାତୀୟ ରାଜପଥ ମଝିରେ ତାଙ୍କ ମୃତଦେହ ପଡିଥିବା ବେଳେ ଦେହରେ ଘୋଷାଡି ହେବା କ୍ଷତଚିହ୍ନ ରହିଛି । ସମ୍ଭବତଃ ବାଇକ ପଛରୁ ସେ ଖସିପଡିବାରୁ ମୃତ୍ୟୁ ଘଟିଥାଇପାରେ ବୋଲି ଆଲୋଚନା ହେଉଛି। ତେବେ ବେତନଟୀରୁ ୮କିମି ଦୂର କେମିତି ପହଞ୍ଚିଲେ ଏବେ ତଦନ୍ତ ସାପେକ୍ଷ। ୩୦ବର୍ଷ ତଳେ ମୃତକଙ୍କ ବାପାଙ୍କ ମଧ୍ୟ ସେହି ସ୍ଥାନରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ୪ବର୍ଷ ତଳେ ଗୁଡୁ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର