ବାରିପଦାରେ ବେଆଇନ ନିଶା ନିବାରଣ କେନ୍ଦ୍ରରେ ଚଢାଉ, ନାମ ଓ ସ୍ଥାନ ବଦଳାଇ ଚଳାଇଥିଲେ ବେପାର

The Sakala Picture
Published On

ବାରିପଦା: ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାରିପଦା ସହରରେ ୫ଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା ନିଶାନିବାରଣ କେନ୍ଦ୍ର ଗୁଡିକରେ ମୟୂରଭଞ୍ଜ ପୁଲିସର ସ୍ବତନ୍ତ୍ର ଟିମ ଚଢାଉ କରିଛି । ରିପୋର୍ଟ ଲେଖାଯିବା ବେଳକୁ ଚଢାଉ ଜାରି ରହିଛି ।  ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଚାଲିଥିବା ଚଢାଉ ଟିମରେ ଜଣେ ମହିଳା ଡିଏସପି, ମହିଳା ଇନି୍ସପେକ୍ଟର ସମେତ ସବ ଇନିସପେକ୍ଟର ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଅଛନ୍ତି । ସହରର ପାଲବଣି-ଦେବେନ୍ଦ୍ରପୁରର କୃପା ଫାଉଣ୍ଡେସନ/ଫ୍ରିଡମ ଫାଉଣ୍ଡେସନ, ତକତପୁରର […]

ବାରିପଦା: ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାରିପଦା ସହରରେ ୫ଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା ନିଶାନିବାରଣ କେନ୍ଦ୍ର ଗୁଡିକରେ ମୟୂରଭଞ୍ଜ ପୁଲିସର ସ୍ବତନ୍ତ୍ର ଟିମ ଚଢାଉ କରିଛି । ରିପୋର୍ଟ ଲେଖାଯିବା ବେଳକୁ ଚଢାଉ ଜାରି ରହିଛି ।  ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଚାଲିଥିବା ଚଢାଉ ଟିମରେ ଜଣେ ମହିଳା ଡିଏସପି, ମହିଳା ଇନି୍ସପେକ୍ଟର ସମେତ ସବ ଇନିସପେକ୍ଟର ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ସହରର ପାଲବଣି-ଦେବେନ୍ଦ୍ରପୁରର କୃପା ଫାଉଣ୍ଡେସନ/ଫ୍ରିଡମ ଫାଉଣ୍ଡେସନ, ତକତପୁରର ଦି ନିଉ ଷ୍ଟେଟ, ମନ୍ତ୍ରୀ ଛକର ସମର୍ପଣ, କାଳିକାପୁରର ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ର ଓ ସହର ଉପକଣ୍ଠ କୁଳିଅଣା ଥାନା ଅଧୀନ ଗାଙ୍ଗରାଜର ସଚେତନତା ଉପଦେଷ୍ଟା ନିଶାନିବାରଣ କେନ୍ଦ୍ର ଆଦି ୫ଟି ବେଆଇନ କେନ୍ଦ୍ରରେ ଏହି ଚଢାଉ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ବର୍ଷକ ତଳେ ବେଆଇନ ନିଶା ନିବାରଣ କେନ୍ଦ୍ର ପ୍ରତିଜ୍ଞାରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ସହିତ ଗଣମାଧ୍ୟମରେ ସେ ସମ୍ପର୍କିତ ଖବର ପ୍ରସାର ଓ ପ୍ରକାଶ ପରେ ସମଗ୍ର ରାଜ୍ୟରେ ନିନ୍ଦା କରାଯାଇଥିଲା । ମୟୂରଭଞ୍ଜ ପ୍ରଶାସନ ଓ ପୁଲିସ ସଙ୍ଗେ ସଙ୍ଗେ ୬ଟି ବେଆଇନ ନିଶାନିବାରଣ କେନ୍ଦ୍ର ସିଲ କରି ଅନ୍ତେବାସୀଙ୍କୁ ମୁକ୍ତ କରିଥିଲେ । ଘଟଣାରେ ପ୍ରତିଜ୍ଞା କେନ୍ଦ୍ରର ମୁଖ୍ୟ ଅବନୀ ପତିଙ୍କୁ ଗିରଫ କରାଯାଇଥିଲା । ସେ ଜାମିନରେ ଆସି ପ୍ରତିଜ୍ଞା ରିୟଲଷ୍ଟେଟ ନାମରେ ଏକ ଅସ୍ବାସ୍ଥ୍ୟ କର ପରିବେଶରେ ପୁଣି ନିଶାନିବାରଣ କେନ୍ଦ୍ର ଚଳାଇଥିବା ଜଣାପଡିଛି। ନିର୍ମାଣାଧୀନ ବିଲଡିଂରେ ପୁଲିସର ଚଢାଉ ପୂର୍ବରୁ ଅଭିଯୁକ୍ତ ଅବନୀ ଫେରାର ହୋଇଯାଇଛନ୍ତି । ପୁଲିସ ନିଶାନିବାରଣ କେନ୍ଦ୍ରରେ ଥିବା ୨୫ଜଣ ଅନ୍ତେବାସୀଙ୍କ ପାଖରୁ ଓ ଅବନୀଙ୍କ ପତ୍ନୀଙ୍କ ପାଖରୁ ବୟାନ ସଂଗ୍ରହ ସାଙ୍ଗକୁ କାଗଜପତ୍ର ଜବତ କରିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ବର୍ଷକ ତଳେ ଚଢାଉ ଘଟଣା ପରେ ସହରର ଦେବେନ୍ଦ୍ରପୁରରେ ଥିବା ଏକମାତ୍ର ସରକାରୀ ସ୍ବୀକୃତି ପ୍ରାପ୍ତ ନିଶାନିବାରଣ କେନ୍ଦ୍ର ବ୍ୟତୀତ ଅନ୍ୟ ସ୍ଥାନରେ ଚାଲିଥିବା ବେଆଇନ କେନ୍ଦ୍ର ବନ୍ଦ ପଡିଥିଲା । ତେବେ ପରବର୍ତ୍ତୀ ସମୟରେ ପୁଣି ସେ ଗୁଡିକ ନାମ ଓ ସ୍ଥାନ ପରିବର୍ତ୍ତନ କରି ଖୋଲି ବେଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଏଗୁଡିକର ପରିଚାଳନା ନିମନ୍ତେ ସ୍ବାସ୍ଥ୍ୟ, ଅବକାରୀ ଓ ପୁଲିସ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ପୌରପାଳିକା କାର୍ଯ୍ୟାଳୟର ଅନୁମତି ଦରକାର ହେଉଥିଲେ ହେଁ ଲାଭଘୋର ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବ୍ୟବସ୍ଥା ନମାନି ମନମୁଖି କାର୍ଯ୍ୟଧାରା ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ (ଏସପି) ବି ଗଙ୍ଗାଧର ଏକ ସ୍ବତନ୍ତ୍ର ଟିମ ଗଠନ ପୂର୍ବକ ଚଢାଉ ନିର୍ଦ୍ଦେଶ ଦେଇଥିଲେ ।

ଯେଉଁ ସାମାଜିକ ଗଣମାଧ୍ୟମ ଦ୍ବାରା କେନ୍ଦ୍ର ଗୁଡିକ ତାଲା ଝୁଲିଥିଲା । ସେହି ମାଧ୍ୟମରେ ବର୍ତ୍ତମାନ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଭିଡିଓ ବିଜ୍ଞାପନ ଭାବରେ ବ୍ୟବହାର କରି କେନ୍ଦ୍ର ମୁଖ୍ୟ ମାନେ ବ୍ୟବସାୟ ଚଳାଇଥିଲେ । ଅନ୍ତେବାସୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ସ୍ଥାନ ଓ ନାମ ପରିବର୍ତ୍ତନ କରି ଫିଟନେଶ କେନ୍ଦ୍ର ଓ ଅନ୍ୟାନ୍ୟ ଛାୟା ନାମରେ ପୁଣି ପୂର୍ବ ଭଳି ସେମାନେ ନିଜର ବ୍ୟାପାର ଆରମ୍ଭ କରିଥିଲେ । ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକ ନିୟମାବଳୀ ଓ ସର୍ତାବଳୀକୁ ଏଡାଇବାକୁ ଯାଇ ବିଭିନ୍ନ ଟ୍ରଷ୍ଟ ଜରିଆରେ କେନ୍ଦ୍ର ପରିଚାଳନା କରୁଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି । ଯାହାର ହିସାବ ସରକାରୀ ଭାବେ ନରହିବା ସମସ୍ତଙ୍କୁ ଚକିତ କରିଛି ।

ପୌରପାଳିକା ଅଞ୍ଚଳରେ କୌଣସି ବ୍ୟବସାୟ କରିବା ପୂର୍ବରୁ ଟ୍ରେଡ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ମାତ୍ର ଏଭଳି କୌଣସି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇନଥିବା ବେଳେ ସମସ୍ତ ନିଶା ନିବାରଣ କେନ୍ଦ୍ରର ଗୃହ ମାଲିକଙ୍କୁ ପୌରପାଳିକା ପକ୍ଷରୁ ନୋଟିସ ଜାରି କରାଯିବା ଜରୁରୀ । ରାଜ୍ୟରେ ନିଶାନିବାରଣ କେନ୍ଦ୍ର ଚଳାଇବା ପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରଣୟନ ଜରୁରୀ ହୋଇପଡିଛି । ଏସପି ବି ଗଙ୍ଗାଧର କହନ୍ତି, ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସହରର ୫ଟି ସ୍ଥାନରେ ଯାଞ୍ଚ କରାଯାଉଛି । କୌଣସି ବୈଧ ପ୍ରମାଣପତ୍ର କେନ୍ଦ୍ର ମାନଙ୍କରୁ ମିଳିନାହିଁ । ଏଣୁ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ପରବର୍ତ୍ତୀ ତଦନ୍ତ ଓ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

05 Oct 2023 By The Sakala

ବାରିପଦାରେ ବେଆଇନ ନିଶା ନିବାରଣ କେନ୍ଦ୍ରରେ ଚଢାଉ, ନାମ ଓ ସ୍ଥାନ ବଦଳାଇ ଚଳାଇଥିଲେ ବେପାର

ବାରିପଦା: ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାରିପଦା ସହରରେ ୫ଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା ନିଶାନିବାରଣ କେନ୍ଦ୍ର ଗୁଡିକରେ ମୟୂରଭଞ୍ଜ ପୁଲିସର ସ୍ବତନ୍ତ୍ର ଟିମ ଚଢାଉ କରିଛି । ରିପୋର୍ଟ ଲେଖାଯିବା ବେଳକୁ ଚଢାଉ ଜାରି ରହିଛି ।  ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଚାଲିଥିବା ଚଢାଉ ଟିମରେ ଜଣେ ମହିଳା ଡିଏସପି, ମହିଳା ଇନି୍ସପେକ୍ଟର ସମେତ ସବ ଇନିସପେକ୍ଟର ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଅଛନ୍ତି ।

ସହରର ପାଲବଣି-ଦେବେନ୍ଦ୍ରପୁରର କୃପା ଫାଉଣ୍ଡେସନ/ଫ୍ରିଡମ ଫାଉଣ୍ଡେସନ, ତକତପୁରର ଦି ନିଉ ଷ୍ଟେଟ, ମନ୍ତ୍ରୀ ଛକର ସମର୍ପଣ, କାଳିକାପୁରର ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ର ଓ ସହର ଉପକଣ୍ଠ କୁଳିଅଣା ଥାନା ଅଧୀନ ଗାଙ୍ଗରାଜର ସଚେତନତା ଉପଦେଷ୍ଟା ନିଶାନିବାରଣ କେନ୍ଦ୍ର ଆଦି ୫ଟି ବେଆଇନ କେନ୍ଦ୍ରରେ ଏହି ଚଢାଉ ଜାରି ରହିଛି ।

ବର୍ଷକ ତଳେ ବେଆଇନ ନିଶା ନିବାରଣ କେନ୍ଦ୍ର ପ୍ରତିଜ୍ଞାରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ସହିତ ଗଣମାଧ୍ୟମରେ ସେ ସମ୍ପର୍କିତ ଖବର ପ୍ରସାର ଓ ପ୍ରକାଶ ପରେ ସମଗ୍ର ରାଜ୍ୟରେ ନିନ୍ଦା କରାଯାଇଥିଲା । ମୟୂରଭଞ୍ଜ ପ୍ରଶାସନ ଓ ପୁଲିସ ସଙ୍ଗେ ସଙ୍ଗେ ୬ଟି ବେଆଇନ ନିଶାନିବାରଣ କେନ୍ଦ୍ର ସିଲ କରି ଅନ୍ତେବାସୀଙ୍କୁ ମୁକ୍ତ କରିଥିଲେ । ଘଟଣାରେ ପ୍ରତିଜ୍ଞା କେନ୍ଦ୍ରର ମୁଖ୍ୟ ଅବନୀ ପତିଙ୍କୁ ଗିରଫ କରାଯାଇଥିଲା । ସେ ଜାମିନରେ ଆସି ପ୍ରତିଜ୍ଞା ରିୟଲଷ୍ଟେଟ ନାମରେ ଏକ ଅସ୍ବାସ୍ଥ୍ୟ କର ପରିବେଶରେ ପୁଣି ନିଶାନିବାରଣ କେନ୍ଦ୍ର ଚଳାଇଥିବା ଜଣାପଡିଛି। ନିର୍ମାଣାଧୀନ ବିଲଡିଂରେ ପୁଲିସର ଚଢାଉ ପୂର୍ବରୁ ଅଭିଯୁକ୍ତ ଅବନୀ ଫେରାର ହୋଇଯାଇଛନ୍ତି । ପୁଲିସ ନିଶାନିବାରଣ କେନ୍ଦ୍ରରେ ଥିବା ୨୫ଜଣ ଅନ୍ତେବାସୀଙ୍କ ପାଖରୁ ଓ ଅବନୀଙ୍କ ପତ୍ନୀଙ୍କ ପାଖରୁ ବୟାନ ସଂଗ୍ରହ ସାଙ୍ଗକୁ କାଗଜପତ୍ର ଜବତ କରିଛି ।

ବର୍ଷକ ତଳେ ଚଢାଉ ଘଟଣା ପରେ ସହରର ଦେବେନ୍ଦ୍ରପୁରରେ ଥିବା ଏକମାତ୍ର ସରକାରୀ ସ୍ବୀକୃତି ପ୍ରାପ୍ତ ନିଶାନିବାରଣ କେନ୍ଦ୍ର ବ୍ୟତୀତ ଅନ୍ୟ ସ୍ଥାନରେ ଚାଲିଥିବା ବେଆଇନ କେନ୍ଦ୍ର ବନ୍ଦ ପଡିଥିଲା । ତେବେ ପରବର୍ତ୍ତୀ ସମୟରେ ପୁଣି ସେ ଗୁଡିକ ନାମ ଓ ସ୍ଥାନ ପରିବର୍ତ୍ତନ କରି ଖୋଲି ବେଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଏଗୁଡିକର ପରିଚାଳନା ନିମନ୍ତେ ସ୍ବାସ୍ଥ୍ୟ, ଅବକାରୀ ଓ ପୁଲିସ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ପୌରପାଳିକା କାର୍ଯ୍ୟାଳୟର ଅନୁମତି ଦରକାର ହେଉଥିଲେ ହେଁ ଲାଭଘୋର ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବ୍ୟବସ୍ଥା ନମାନି ମନମୁଖି କାର୍ଯ୍ୟଧାରା ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ (ଏସପି) ବି ଗଙ୍ଗାଧର ଏକ ସ୍ବତନ୍ତ୍ର ଟିମ ଗଠନ ପୂର୍ବକ ଚଢାଉ ନିର୍ଦ୍ଦେଶ ଦେଇଥିଲେ ।

ଯେଉଁ ସାମାଜିକ ଗଣମାଧ୍ୟମ ଦ୍ବାରା କେନ୍ଦ୍ର ଗୁଡିକ ତାଲା ଝୁଲିଥିଲା । ସେହି ମାଧ୍ୟମରେ ବର୍ତ୍ତମାନ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଭିଡିଓ ବିଜ୍ଞାପନ ଭାବରେ ବ୍ୟବହାର କରି କେନ୍ଦ୍ର ମୁଖ୍ୟ ମାନେ ବ୍ୟବସାୟ ଚଳାଇଥିଲେ । ଅନ୍ତେବାସୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ସ୍ଥାନ ଓ ନାମ ପରିବର୍ତ୍ତନ କରି ଫିଟନେଶ କେନ୍ଦ୍ର ଓ ଅନ୍ୟାନ୍ୟ ଛାୟା ନାମରେ ପୁଣି ପୂର୍ବ ଭଳି ସେମାନେ ନିଜର ବ୍ୟାପାର ଆରମ୍ଭ କରିଥିଲେ । ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକ ନିୟମାବଳୀ ଓ ସର୍ତାବଳୀକୁ ଏଡାଇବାକୁ ଯାଇ ବିଭିନ୍ନ ଟ୍ରଷ୍ଟ ଜରିଆରେ କେନ୍ଦ୍ର ପରିଚାଳନା କରୁଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି । ଯାହାର ହିସାବ ସରକାରୀ ଭାବେ ନରହିବା ସମସ୍ତଙ୍କୁ ଚକିତ କରିଛି ।

ପୌରପାଳିକା ଅଞ୍ଚଳରେ କୌଣସି ବ୍ୟବସାୟ କରିବା ପୂର୍ବରୁ ଟ୍ରେଡ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ମାତ୍ର ଏଭଳି କୌଣସି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇନଥିବା ବେଳେ ସମସ୍ତ ନିଶା ନିବାରଣ କେନ୍ଦ୍ରର ଗୃହ ମାଲିକଙ୍କୁ ପୌରପାଳିକା ପକ୍ଷରୁ ନୋଟିସ ଜାରି କରାଯିବା ଜରୁରୀ । ରାଜ୍ୟରେ ନିଶାନିବାରଣ କେନ୍ଦ୍ର ଚଳାଇବା ପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରଣୟନ ଜରୁରୀ ହୋଇପଡିଛି । ଏସପି ବି ଗଙ୍ଗାଧର କହନ୍ତି, ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସହରର ୫ଟି ସ୍ଥାନରେ ଯାଞ୍ଚ କରାଯାଉଛି । କୌଣସି ବୈଧ ପ୍ରମାଣପତ୍ର କେନ୍ଦ୍ର ମାନଙ୍କରୁ ମିଳିନାହିଁ । ଏଣୁ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ପରବର୍ତ୍ତୀ ତଦନ୍ତ ଓ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର